ରାଜନୀତି

ହେମନ୍ତ ସୋରେନଙ୍କୁ ଫେବ୍ରୁଆରି ୫ରେ ଝାଡ଼ଖଣ୍ଡ ଆସ୍ଥା ଭୋଟରେ ଭାଗ ନେବାକୁ ଅନୁମତି – Kalinga News

[ad_1]

ରାଞ୍ଚି: ଜମି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନଙ୍କୁ ଫେବ୍ରୁଆରି ୫ ଓ ୬ ତାରିଖରେ ବିଧାନସଭାରେ ଆସ୍ଥା ଭୋଟରେ ଭାଗ ନେବାକୁ ଅନୁମତି ମିଳିଛି।
ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି।

ମନି ଲଣ୍ଡରିଂ ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ହେମନ୍ତ ସୋରେନ୍‌ ନୂଆ ଚମ୍ପାଇ ସୋରେନ୍‌ ସରକାରଙ୍କ ଦ୍ୱାରା ମାଗା ଯାଇଥିବା ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ ଅନୁମତି ପାଇଁ ସ୍ୱତନ୍ତ୍ର ପିଏମଏଲଏ (ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ) କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ଉଲ୍ଲେଖଯୋଗ୍ୟ, ହେମନ୍ତ ସୋରେନଙ୍କୁ ଶୁକ୍ରବାର କୋର୍ଟ ୫ ଦିନ ପାଇଁ ଇଡି ହେପାଜତକୁ ପଠାଇ ଦେଇଛନ୍ତି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବାର କିଛି ଘଣ୍ଟା ପୂର୍ବରୁ ହେମନ୍ତ ସୋରେନ୍‌ ଜାନୁଆରି ୩୧ ତାରିଖରେ ଚମ୍ପାଇ ସୋରେନଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ମନୋନୀତ କରିଥିଲେ।

ଫେବ୍ରୁଆରି ୨ରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପାଇ ସୋରେନ୍‌। ଶପଥ ଗ୍ରହଣ ପରେ ଚମ୍ପାଇ ସୋରେନଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ୧୦ ଦିନ ସମୟ ଦିଆଯାଇଥିଲା।

ଚମ୍ପାଇ ସୋରେନଙ୍କ ନେତୃତ୍ୱାଧୀନ ସରକାରକୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ୪୧ ଜଣ ବିଧାକଙ୍କର ଆବଶ୍ୟକତା ରହିଛି ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା କହିଛନ୍ତି ଯେ ବର୍ତ୍ତମାନ ୪୩ ଜଣ ବିଧାୟକ ସେମାନଙ୍କ ସମର୍ଥନରେ ଅଛନ୍ତି।

ଅନ୍ୟପକ୍ଷରେ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ମେଣ୍ଟର ପ୍ରାୟ ୪୦ ଜଣ ବିଧାୟକଙ୍କୁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ପଠାଯିବା ପରେ ରାଜ୍ୟରେ ରାଜନୈତିକ ନାଟକ ଆରମ୍ଭ ହୋଇ ଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button