ମନୋରଞ୍ଜନ

ଜାନୁଆରି ୨୯ରେ ପୁନମଙ୍କୁ ତାଙ୍କ ଘରେ ଛାଡ଼ିଥିଲେ ଅଙ୍ଗରକ୍ଷୀ; ସଂପୂର୍ଣ୍ଣ ସୁସ୍ଥ ଥିଲେ ଅଭିନେତ୍ରୀ – Kalinga News

[ad_1]

ମୁମ୍ବାଇ: ଗତକାଲି ଗର୍ଭାଶୟ କର୍କଟ କାରଣରୁ ମଡେଲ୍‌ ପୁନମ ପାଣ୍ଡେଙ୍କ ମୃତ୍ୟୁ ଘଟିଛି। ତେବେ ପୁନମଙ୍କ ମୃତ୍ୟୁ ଏବେ ବି ରହସ୍ୟମୟ ହୋଇରହିଛି। ବର୍ତ୍ତମାନ ଇଣ୍ଡିଆଟୁଡେକୁ ପୁନମଙ୍କ ଅଙ୍ଗରକ୍ଷୀ ଅ‌ାମିନ୍‌ କହିଛନ୍ତି ଯେ ପୁମନ ଜାନୁଆରି ୨୯ ତାରିଖରେ ସଂପୂର୍ଣ୍ଣ ସୁସ୍ଥ ଥିଲେ। ସେ ନି‌ଜେ ତାଙ୍କ ଘରେ ଛାଡ଼ି ଆସିଥିଲେ ତାଙ୍କୁ ୨୯ ତାରିଖ ଦିନ। ତାଙ୍କ କହିବା ମୁତାବକ ପୁନମ ସେଦିନ ସାମାନ୍ୟ ବି ଅସୁସ୍ଥ ନଥିଲେ।

ଫେବ୍ରୁଆରି ୨ ତାରିଖରେ ତାଙ୍କ ମୃତ୍ୟୁ ଖବର ଇଣ୍ଟରନେଟ୍ ଭାଇରାଲ୍‌ ହେବା ପରେ ପୁନମ୍ ପାଣ୍ଡେଙ୍କ ପରିବାର ନିଖୋଜ ହୋଇଯାଇଛନ୍ତି। ଏହି କାରଣରୁ ତାଙ୍କ ମୃତ୍ୟୁ ଏବେ ବି ଏକ ରହସ୍ୟ ହୋଇ ରହିଛି।

ଆମିନ୍‌ ଖାନ୍‌ ପ୍ରକାଶ କରିଛନ୍ତି ଯେ ସେ ଗତ ୧୦ ବର୍ଷ ହେବ ଜଣେ ଅଙ୍ଗରକ୍ଷୀ ଭାବରେ ଅଭିନେତ୍ରୀ-ମଡେଲଙ୍କ ସହ ଅଛନ୍ତି। ପୁନମଙ୍କ ମୃତ୍ୟୁ ଖବର ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁନମଙ୍କ ଟିମ୍‌ କଲ୍‌ କରୁଥିବା ବେଳେ ତାଙ୍କ ପରିବାରରୁ କେହି ବି ଉତ୍ତର ଦେଉନାହାନ୍ତି।

ସେ କହିଛନ୍ତି “ମୁଁ ଗତ ଜାନୁଆରି ୨୯ ତାରିଖରେ ମ୍ୟାଡାମଙ୍କୁ ଛାଡିଥିଲି; ମୁମ୍ବାଇରେ ରୋହିତ ବର୍ମାଙ୍କ ସହ ଆମର ଫଟୋ ସୁଟ୍ ହୋଇଥିଲା। ଏହା ପରେ ମୁଁ ତାଙ୍କ ଘରକୁ ଛାଡି ଚାଲି ଆସିଥିଲି। ସେ ମୋତେ କିମ୍ବା କୌଣସି କର୍ମଚାରୀଙ୍କୁ ତାଙ୍କ ରୋଗ ବିଷୟରେ କହି ନଥିଲେ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button