ସ୍ୱାସ୍ଥ୍ୟ

ମେଡିସିନ୍ ନୁହେଁ ମୁଦ୍ରାରେ ଭଲ ହେବ ମୁଣ୍ଡ ବିନ୍ଧା

ବିନା ଔଷଧରେ ଭଲ ହେବ ମୁଣ୍ଡବିନ୍ଧା । ବାରମ୍ବାର ମୁଣ୍ଡ ବିନ୍ଧା ସମସ୍ୟା ହେଉଛି କି ତେବେ ମେଡିସନି ନଖାଇ ଆପଣାନ୍ତୁ ଏହି ଉପାୟ । ବିନା ଔଷଧରେ ଭଲ ହେବ ଆପଣଙ୍କର ମୁଣ୍ଡବିନ୍ଧା ସମସ୍ୟା। ଧ୍ୟାନ ମୁଦ୍ରା ବା ଜ୍ଞାନ ମୁଦ୍ରା ପ୍ରାଣାୟାମ ସମୟରେ ତର୍ଜନୀକୁ ବଙ୍କେଇ ରଖି ଅଗ୍ରଭାଗର ବୁଢ଼ା ଆଙ୍ଗୁଳିର ଅଗ୍ର ସ୍ପର୍ଶ କରିବାକୁ ହେବ ଏବଂ ଅନ୍ୟାନ୍ୟ ଆଙ୍ଗୁଳି ସିଧା ଭାବରେ ରହିବ । ଏହାକୁ ଧ୍ୟାନ ବା ଜ୍ଞାନମୁଦ୍ରା କୁହାଯାଏ । ସାଧାରଣତଃ ଏହି ମୁଦ୍ରା ସାହାଯ୍ୟରେ ଏକାଗ୍ରତା ଓ ସ୍ମୃତି ଶକ୍ତି ବୃଦ୍ଧି ପାଏ ।

ଏହା ସହିତ ନକରାତ୍ମକ ଚିନ୍ତାର ବିନାଶ ହୁଏ । ଦୁଃଶ୍ଚିନ୍ତା ଦୂର ହୁଏ, ଅନିଦ୍ରା ଜନିତ କ୍ଲାନ୍ତି ଲାଘବ ହୁଏ । ସ୍ନାୟୁ ମଣ୍ଡଳ ଶକ୍ତିଶାଳୀ ହୁଏ, ମନ ପ୍ରଫୁଲ୍ଲ ରହେ ଏବଂ ମାନସିକ ଉଦ୍‌ବେଗ ଓ ଚଞ୍ଚଳତା ଦୂର କରି ମସ୍ତିଷ୍କକୁ ଶକ୍ତିଶାଳୀ କରିତୋଳେ ।

ଏଣୁ ଏହାର ନିରନ୍ତର ଅଭ୍ୟାସ ଦ୍ଵାରା ପିଲା ମେଧାବୀ ଓ ଯଜସ୍ୱୀ ହୋଇଥାନ୍ତି । ଅନୁଲୋମ–ବିଲୋମ – ସନ୍ଧିବାତ, କଫବାତ, ଆମବାତ, ଗଣ୍ଠିବାତ, ସମସ୍ତ ପ୍ରକାର ବାତରୋଗ, ସ୍ନାୟୁ ଦୁର୍ବଳତା, ମୂତ୍ରରୋଗ, ଶୁକ୍ରକ୍ଷୟ, ଅମ୍ଳପିତ୍ତ, ଧାତୁରୋଗ, ଶୀତପିତ୍ତ, ସମସ୍ତ ପିତ୍ତରୋଗ, ସର୍ଦ୍ଦିଜ୍ଵର, ଧଇଁପେଲା, କାଶ, ପୁରାତନ ଶ୍ଳେଷ୍ମା, ଟନସିଲ, ସାଇନସ ଇତ୍ୟାଦି ରୋଗ ଦୂର ହୁଏ । ଏହାସହ ଭ୍ରାମରୀ ପ୍ରାଣାୟାମ କରିଲେ – ଉତ୍ତେଜନା, ଉଚ୍ଚରକ୍ତଚାପ, ହୃଦ୍‌ରୋଗ, ଏହିରୋଗ ଗୁଡ଼ିକରୁ ମୁକ୍ତି ମିଳେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button