ରାଉରକେଲାରେ ସକ୍ରିୟ ଶୁଆ ଚୋରା ଚାଲାଣ ରାକେଟ: ପୁଣି ୪୦ ଶାବକ ଉଦ୍ଧାର, ଜଣେ ଗିରଫ – Kalinga News

[ad_1]
ରାଉରକେଲା: ରାଉରକେଲାରେ ସକ୍ରିୟ ଶୁଆ ଚୋରା ଚାଲାଣ ରାକେଟ। ଆଜି ପୁଣି ଲାଠିକଟା ଅଞ୍ଚଳରୁ ୪୦ ଶୁଆ ଶାବକ ଉଦ୍ଧାର ହେବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଏଣେ, ଅନ୍ୟମାନଙ୍କୁ ଖୋଜୁଛି ବନ ବିଭାଗl ପୂର୍ବରୁ ରାଉରକେଲା ନାଲରୋଡରୁ ୮୨ ଶୁଆ ଶାବକ ଉଦ୍ଧାର ହୋଇଥିଲା। ଅଭିଯୁକ୍ତମାନେ ଶୁଆ ଶାବକମାନଙ୍କୁ କୋଲକାତା, ଭୁବନେଶ୍ୱର, କଟକ ଓ ଛତିଶଗଡ଼କୁ ଚାଲାଣ କରୁଥିଲେ l
Sambad is now on WhatsApp
Join and get latest news updates delivered to you via WhatsApp

ସୂଚନାଯୋଗ୍ୟ, ପୂର୍ବରୁ ଜଙ୍ଗଲୀ ଶୁଆ ଚୋରାଚାଲାଣ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଦୁଇ ଅଭିଯୁକ୍ତ ହେଲେ ମୁନ୍ନା ସାହୁ(୩୪) ଏବଂ ମହମ୍ମଦ ତମାସ। ଉଭୟଙ୍କ ଘର ରାଉରକେଲାରେ। ଏମାନେ ରାଉରକେଲା ସେକ୍ଟର-୨ ବସଷ୍ଟାଣ୍ଡ ଆଡ଼କୁ ଏକ ବାଇକ୍ ଯୋଗେ ୧୦ଟି ଜଙ୍ଗଲୀ ଶୁଆ ଧରି ଯାଉଥିଲେ। ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଉଭୟଙ୍କୁ ଧରିଥିଲେ। ଘଟଣାସ୍ଥଳରୁ ୧୦ଟି ଜଙ୍ଗଲୀ ଶୁଆ ଉଦ୍ଧାର କରାଯାଇଥିଲା।
ପରେ ସେମାନଙ୍କ ଭଡ଼ା ଘରୁ ଆହୁରି ୭୨ଟି ଶୁଆ ଉଦ୍ଧାର କରିଥିଲେ ବନ କର୍ମଚାରୀ। ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା।
[ad_2]




