ରାଇରଙ୍ଗପୁର: ୨୦୨୪ ନିର୍ବାଚନରେ ବିଜେପି-ବିଜେଡି-ଜେଏମଏମ ମଧ୍ୟରେ କଡ଼ା ମୁକାବିଲା! – Kalinga News

[ad_1]
ରାଇରଙ୍ଗପୁର/ଗୁହାଳଡାଙ୍ଗରୀ(ରାଇରଙ୍ଗପୁରରୁ ତୁଷାରକାନ୍ତ ମହାନ୍ତ ଓ ଗୁହାଳଡାଙ୍ଗରୀରୁ ପୁରୁଷତ୍ତମ ପାତ୍ରଙ୍କ ରିପୋର୍ଟ): ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନରୁ ରାଇରଙ୍ଗପୁର ହେଉଛି ଅନ୍ୟତମ। ଏହି ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। ଏକଦା ଏହା କଂଗ୍ରେସର ଗଡ଼ ଥିବାବେଳେ ୧୯୯୦ ପରଠାରୁ ବିଭିନ୍ନ ସମୟରେ ବିଭିନ୍ନ ଦଳ ବିଜୟୀ ହୋଇଛନ୍ତି। ଜନତା ଦଳର ବିଭାଜନପରେ ବିଜୁ ଜନତା ଦଳର ଉତଥାନ ଏବଂ ବିଜେଡି-ବିଜେପିର ମହାମେଣ୍ଟ ଯୋଗୁଁ ଆଜି କଂଗ୍ରେସ ଧରାଶାୟୀ। ଏଠାରେ ଜେଏମ୍ ଏମ୍ ର ଉପସ୍ଥିତି ରହିଥିଲେ ମଧ୍ୟ ଥରେ ବି ଆସନ ହାତେଇ ପାରିନାହିଁ।୧୯୯୦ ରୁ ୨୦୧୯ ମଧ୍ୟରେ ବିଜେପି ତିନି ଥର, କଂଗ୍ରେସ ଦୁଇ ଥର, ଜନତା ଦଳ ଥରେ ଓ ବିଜେଡି ଥରେ ଜିତିଥିଲା ବେଳେ ଆଜିକା ଦିନରେ ଜେ ଏମ୍ ଏମ୍ ର ଶକ୍ତିକୁ ଅଣଦେଖା କରାଯାଇ ନ ପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଆସନରୁ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଅଣ କଂଗ୍ରେସର ପ୍ରାର୍ଥୀ ଭାବେ ଚୈତନ୍ୟ ପ୍ରସାଦ ମାଝୀ ଜନତା ଦଳରୁ ୨୪୦୧୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସ୍ୱାଧୀନ ପ୍ରାର୍ଥୀ ନବ ଚରଣ ମାଝୀ ୧୯୧୦୫ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମାଝୀ ୫୭୪୮ ଖଣ୍ଡ ଭୋଟ୍ ପାଇଥିଲେ। ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମାଝୀ ଜନତା ଦଳର ପ୍ରାର୍ଥୀ ଚୈତନ୍ୟ ପ୍ରସାଦ ମାଝୀଙ୍କୁ ୧୪୮୮ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇ କଂଗ୍ରେସର ବିଜୟ ବାନା ଉଡ଼ାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମାଝୀ ୧୯,୩୨୭ ଖଣ୍ଡ ଭୋଟ୍ ପାଇଥିଲା ବେଳେ ପ୍ରମୁଖ ପ୍ରତିଦ୍ବନ୍ଦି ତଥା ଜନତା ଦଳର ପ୍ରାର୍ଥୀ ୧୭,୮୩୯ ଖଣ୍ଡ ଭୋଟ୍ ପାଇଥିଲେ। ଜେ ଏମ୍ ଏମ୍ ପ୍ରାର୍ଥୀ ନବ ଚରଣ ମାଝୀ ୧୭୪୨୯ ଖଣ୍ଡ ଓ ବିଜେପି ପ୍ରାର୍ଥୀ ନନ୍ଦଲାଲ ସୋରେନ୍ ୧୨,୫୨୪ ଖଣ୍ଡ ଭୋଟ୍ ପାଇଥିଲେ।
୧୯୯୭ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏବଂ ଜାତୀୟ ସ୍ତରରେ ଜନତା ଦଳର ବିଭାଜନ ପରେ ଓଡ଼ିଶାରେ ଜନତା ଦଳର ବିଲୟ ଘଟି ବିଜୁ ଜନତାଦଳର ପ୍ରତିଷ୍ଠା ହୋଇଥିଲା। ତତ୍ କାଳୀନ ବିଜେପିର ଜାତୀୟ ନେତୃତ୍ୱର ଆଶୀର୍ବାଦରେ ବିଜୁ ଜନତାଦଳର ପ୍ରତିଷ୍ଠା ହୋଇଥିବାରୁ ସେତେବେଳେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ରେ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ମେଣ୍ଟ ଗଠନ ହୋଇଥିଲା। ଅନ୍ୟ ପକ୍ଷରେ ଏହି ନିର୍ବାଚନ ଆଗରୁ ଜନତାଦଳରୁ ବିଜୟୀ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ସେ ନିଜର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରିଥିଲେ ଫଳରେ ରାଇରଙ୍ଗପୁର ନିର୍ବାଚନ ମଣ୍
ଅନ୍ୟପକ୍ଷରେ ବହଳଦା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ରାଇରଙ୍ଗପୁର ନିର୍ବାଚନ ମଣ୍
ସେହି ବର୍ଷ ବିଜେପିର ଦ୍ରୌପଦୀ ମୁର୍ମୁ ,ବିଜେଡିର ସାଇବା ସୁଶୀଲ କୁମାର ହାଁସଦା ,ଜେ ଏମ୍ ଏମ୍ ର ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଡି ଓ କଂଗ୍ରେସର ଶ୍ୟାମ ଚରଣ ହାଁସଦାଃଙ୍କ ମଧ୍ୟରେ ଚତୁର୍ମୁଖୀ ଲଢେ଼ଇ ଦେଖିବାକୁ ମିଳିଥିଲା। ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସର୍ବାଧିକ ୩୫୫୦୬ ଖଣ୍ଡ , ଜେ ଏମ୍ ଏମ୍ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି ୨୮୮୩୮ଖଣ୍ଡ ଓ କଂଗ୍ରେସର ଶ୍ୟାମ ଚରଣ ହାଁସଦାଃ ୧୯୦୭୫ଖଣ୍ଡ ଭୋଟ ପାଇଥିଲେ । ବିଜେଡି ଏଥିରେ ବିଜେପିକୁ ୧୫,୫୫୬ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲା । ୨୦୧୯ନିର୍ବାଚନରେ କିନ୍ତୁ ବିଜେଡି ତା’ର ବିଜୟକୁ ରିପିଟ୍ କରିପାରିନଥିଲା। ବ୍ୟକ୍ତିଗତ ଭାବେ ସେତେବେଳେର ସିଟିଂ ବିଧାୟକ କିଛି ମାତ୍ରାରେ ନିଜର ଭାବମୂର୍ତ୍ତି ତଥା ଲୋକପ୍ରିୟତା ହରାଇଥିବାରୁ ତାଙ୍କୁ ନେଇ ଦଳ ରିସ୍କ ନେବାକୁ ଚାହିଁନଥିଲା। ଦଳ ମହିଳା କାର୍ଡ ଖେଳି ଆସନ୍ନ ଗୋଷ୍ଠୀ କନ୍ଦଳକୁ ରୋକିଥିଲା ଓ ଦଳ ବାସନ୍ତୀ ମାର୍ଣ୍ଡିଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ବିଜେପିରୁ ନବ ଚରଣ ମାଝୀ ଓ କଂଗ୍ରେସ ଓ ଜେ ଏମ୍ ଏମ୍ ରୁ ମେଣ୍ଟ ପ୍ରାର୍ଥୀ ରାମ ଚନ୍ଦ୍ର ମୁର୍ମୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିଲା । ଏଥିରେ ନବ ଚରଣ ମାଝୀ ୬୦୯୦୧ ଖଣ୍ଡ, ଭୋଟ ପାଇଥିବା ବେଳେ ବାସନ୍ତୀ ମାର୍ଣ୍ଡି ୫୮୦୫୪ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ ରାମଚନ୍ଦ୍ର ମୁର୍ମୁ ୩୦୫୧୨ ଖଣ୍ଡ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ ୨୮୪୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ବାସନ୍ତୀ ମାର୍ଣ୍ଡିଙ୍କୁ ପରାସ୍ତ କରିଥିଲେ। ରାଇରଙ୍ଗପୁର ନିର୍ବାଚନ
[ad_2]