ଜ୍ୟୋତିଷ

ଖଟ ଉପରେ ବସି ଖାଇଲେ କି ପରିଣାମ ଭୋଗିବାକୁ ପଡିବ ? ଭୋଜନ ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ନିୟମ ବିଷୟରେ ଜାଣନ୍ତୁ

ବନ୍ଧୁଗଣ ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ଖାଦ୍ୟ ଖାଇବାର ସଠିକ ନିୟମ ବିଷୟରେ ଅନେକ କିଛି କଥା ବର୍ଣ୍ଣନା ରହିଛି । ଆଗ ସମୟରେ ଲୋକମାନେ ଭୂମୀ ଉପରେ ବସିକି ଖାଉଥିଲେ । ଯେଉଁ କାରଣରୁ ତାଙ୍କ ଶରୀର ସହ ପୃଥିବୀର ଊର୍ଜାର ମିଳନ ହେଉଥିଲା । ସେମାନେ ବହୁତ ବଳଶାଳୀ ଓ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ମଧ୍ୟ ରହିପାରୁଥିଲେ । ହେଲେ ବର୍ତ୍ତମାନର ଲୋକମାନେ ବହୁତ ଅଳସୁଆ ପ୍ରବୃତ୍ତିର ହେବା ସହ ତାଙ୍କ ସ୍ଵାସ୍ଥ ମଧ୍ୟ ଅନେକ ସମୟରେ ଅସୁସ୍ଥ ରହୁଛି ।

ତେବେ ଖାଦ୍ୟ ଖାଇବା ସମୟରେ କେଉଁ ସବୁ ନିୟମ ଗୁଡିକର ସଠିକ ଭାବେ ପାଳନ କରିବା ଦରକାର ପଡିଥାଏ ଚାଲନ୍ତୁ ଜାଣିବା । 1-ଭୋଜନ କକ୍ଷକୁ ଶୌଚଳୟର ଆଖପାଖରେ କରିବା ଅନୁଚିତ ଅଟେ । ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଖାଇବାକୁ ସର୍ବୋତ୍ତମ କୁହାଯାଇଥାଏ । ଏପରି ବସି ଖାଇବା ଦ୍ଵାରା ବ୍ୟକ୍ତିର ସ୍ଵାସ୍ଥ ଠିକ ରହିଥାଏ । ସେହି ମନୁଷ୍ୟ ଉପରେ ଦେବୀଦେବତାଙ୍କ କୃପା ମଧ୍ୟ ବନି ରହିଥାଏ । ଏଥିସହ ସେହି ବ୍ୟକ୍ତିକୁ ସୁଖ, ସମୃଦ୍ଧି ମିଳିଥାଏ ।

2- ଭୂମୀ ଉପରେ ଚଟ ପକାଇବାସୀ ଭୋଜନ କରିବା ବହୁତ ଭଲ ହୋଇଥାଏ । ହେଲେ ଚଉକୀ ଉପରେ ବସି ଗୋଡ ହଲାଇ ଖାଦ୍ୟ ଖାଇବା ଅନୁଚିତ ହୋଇଥାଏ । 3- ଯେଉଁ ଲୋକ ମାନଙ୍କର ଆର୍ଥିକ ଅବସ୍ଥା ଭଲ ନଥାଏ । ଅନେକ ସମୟରେ ଧନ ଜନିତ ସମସ୍ଯାର ସାମ୍ନା କରିବାକୁ ପଡୁଥାଏ । ସେପରି ବ୍ୟକ୍ତିଙ୍କୁ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ହୋଇଥାଏ । ଯାହା ଫଳରେ ସେହି ବ୍ୟକ୍ତିର ଆର୍ଥିକ ସ୍ଥିତି ଠିକ ରହିଥାଏ । ରୋଜଗାର କରିବାରର ନୂତନ ମାର୍ଗ ମଧ୍ୟ ମିଳିଥାଏ ।

4- ଭାଙ୍ଗି ଯାଇଥିବା ଅଥବା ଅପରିଷ୍କାର ବାସନରେ ବସି ଭୋଜନ ଗ୍ରହଣ କରିବା ଉଚିତ ହୋଇନଥାଏ । ଯେଉଁ ବ୍ୟକ୍ତି ଏପରି ବାସନରେ ବସି ଖାଦ୍ୟ ଖାଇଥାଏ । ସେହି ବ୍ୟକ୍ତି ନିଜ ଦୁର୍ଭାଗ୍ୟକୁ ନିଜ ପାଖକୁ ଆମନ୍ତ୍ରିତ କରିଥାଏ । 5- ଯଦି ରୋଷେଇ ଘରେ ଭାଙ୍ଗି ଯାଇଥିବା କିଛି ବାସନ ରହିଥାଏ । ତେବେ ତାହାକୁ ରୋଷେଇ ଘରୁ ବାହାର କରି ଦିଅନ୍ତୁ ।

6- ବେଡ୍ ଉପରେ ବସି କୌଣସି ବ୍ୟକ୍ତି ବି ଭୋଜନ କରିବା ଉଚିତ ହୋଇନଥାଏ । କାରଣ ଏପରି ଭାବେ ବସି ଭୋଜନ କରିବା ଦ୍ଵାରା ଅନ୍ନର ଅପମାନ ହୋଇଥାଏ । ଏହା ଛଡା ସ୍ଵାସ୍ଥ ମଧ୍ୟ ଖରାପ ହୋଇଥାଏ । ଭୂମୀ ଉପରେ ବସି ଭୋଜନ କରିବା ଦ୍ଵାରା ଶରୀରର ତାପମାତ୍ରା ଠିକ ଭାବେ ରହିବା ସହ ଶରୀର ସୁସ୍ଥ ଓ ନୀରୋଗ ରହିଥାଏ । ଭୋଜନ କରି ସାରି କେବେବି ଭୁଲରେ ନିଜ ଥାଳିଆରେ ହାତଧୁଅନ୍ତୁ ନାହିଁ ।

କି ଖାଦ୍ୟ ଖାଇସାରିବା ପରେ ଥାଳିଆରେ ଅଇଁଠା ଖାଦ୍ୟ ଛାଡି ଯାଆନ୍ତୁ ନାହିଁ। ଯେତିକି ଦରକାର ସେହି ପରିମାଣର ଖାଦ୍ୟ ଆଣନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button