ନାବାଳକକୁ ହତ୍ୟା କଲା ନାବାଳକ; ଛୁରି ଭୁସି ନେଲା ହକିଷ୍ଟିକ୍ ମାଡ଼ର ପ୍ରତିଶୋଧ – Kalinga News

[ad_1]
ଖଲ୍ଲିକୋଟ: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ କୈରାଶି ଗ୍ରାମର ମାଛମାର୍କେଟ ପାଖ ଭୀମସାଗର ହୁଡ଼ାରେ ଆଜି ସନ୍ଧ୍ୟା ୫.୩୦ ମିନିଟ ସମୟରେ ନାବାଳକର ଛୁରାମାଡ଼ରେ ଅନ୍ୟଜଣେ ନାବାଳକ ପ୍ରାଣ ହରାଇଛି। ମୃତ ନାବାଳକ ସ୍ଥାନୀୟ ବେଗୁନିଆପଡ଼ାସାହିର ଅରୁଣ ଦାଶଙ୍କ ପୁଅ ରାଜେଶ ଦାଶ(୧୭)। ଆଜି ରାଜେଶ କୈରାଶି ମାଛ ମାର୍କେଟ ପାଖ ଭୀମସାଗର ହୁଡ଼ା ପାଖରେ ଯାଉଥିଲା। ଏହି ସମୟରେ ତାଙ୍କ ଗ୍ରାମର ନାବାଳକ ମିଲନ ପ୍ରଧାନ(୧୭) ରାଜେଶଙ୍କ ସହ ଯୁକ୍ତିତର୍କ କରିଥିଲା ଓ ହଠାତ ଏକ ଧାରୁଆ ଛୁରିରେ ତାର ବାମ ପାଖ ପେଟ, ଡାହାଣ ଜଂଘ ଓ ଛାତିତଳକୁ ଛୁରା ମାଡ଼ କରିଥିଲା। ଏଥିରେ ରାଜେଶର ଅନ୍ତବୁଜୁଳା ବାହାରକୁ ବାହାରି ପଡ଼ିଥିଲା। ଘଟଣାସ୍ଥଳରେ ହିଁ, ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଓ ଗ୍ରାମବାସୀ ତୁରନ୍ତ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ନାବାଳକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଗ୍ରାମବାସୀଙ୍କ କହିବା ପ୍ରକାରେ, ଗତ ୪ମାସ ତଳେ ମିଲନ ଓ ରାଜେଶଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଜେଶ ମିଲନକୁ ଏକ ହକିଷ୍ଟିକରେ ମାଡ଼ ମାରି ଲହୁଲୁହାଣ କରିଥିଲା। ପରେ ପୁଲିସ ତାକୁ ବ୍ରହ୍ମପୁର ସ୍ଥିତ ବାଳସୁଧାର ଗୃହ ପଠାଇଥିଲା। ଆଉ କିଛିଦିନ ତଳେ ରାଜେଶ ସେଠାରୁ ବାହାରିଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୁଲିସ ବିଶେଷ ସୂଚନା ପ୍ରଦାନ କରିବାକୁ ମନାକରିଛି। ଘଟଣାର ତଦନ୍ତ ଜାରି ରହିଛି।
[ad_2]




