ଶୁଭ ସମୟ ଆସିବା ପୂର୍ବରୁ ପେଚା ଦେଇଥାଏ ଏହି ବିଶେଷ ସୂଚନା

ବନ୍ଧୁଗଣ ପ୍ରତ୍ଯେକଟି ପକ୍ଷୀ ମାନଙ୍କର ଏକ ବିଶେଷତା ରହିଥାଏ। ପକ୍ଷୀ ମାନଙ୍କୁ ଶୁଭ ଓ ଅଶୁଭ ସହ ଯୋଡି ମଧ୍ୟ ଦେଖାଯାଇଥାଏ । ତେବେ ସେହି ପକ୍ଷୀ ମାନଙ୍କ ମଧ୍ୟରୁ ଆଜି ପେଚା ବିଷୟରେ ଏଠାରେ ଆଲୋଚନା କରିବା । ଅନେକ ଲୋକ ପେଚାକୁ ବହୁତ ଶୁଭ ବୋଲି ମାନିଥାନ୍ତି । ଏଭଳି କିଛି ଲୋକ ପେଚାକୁ ଅଶୁଭ ବୋଲି ମାନିଥାନ୍ତି । ପେଚା ଏକ ନିଶାଚର ପକ୍ଷୀ ଅଟେ । ଜିଏକି ରାତିରେ ଜାଗ୍ରତ ରହିଥାଏ ଓ ଦିନରେ ଶୋଇ ରହିଥାଏ ।
ପ୍ରକୃତରେ ପେଚାର ଶରୀର ଗଠନ ଓ ତାହାର ଆବାଜ ଏପରି ହୋଇଥାଏ । ତାକୁ ଦେଖି ଅନେକ ଲୋକ ଭୟଭୀତ ହୋଇଯାଇଥାନ୍ତି । ତେଣୁ ସେଥିପାଇଁ ତାକୁ ବହୁତ ଲୋକ ଅଶୁଭ ବୋଲି ମାନିଥାନ୍ତି । ପେଚା ମୁହଁରୁ ରାତିରେ ଯେଉଁ ଆବାଜ ବାହାରିଥାଏ । ତାହା ବହୁତ ଭୟାନକ ହୋଇଥାଏ ।
ତେବେ ପୁରାତନ କାଳର ଏକ ମାନ୍ୟତା ଅନୁସାରେ ଯେତେବେଳେ ମା’ ଲକ୍ଷ୍ମୀ ସ୍ଵର୍ଗରୁ ଧରିତ୍ରୀକୁ ଆସୁଥିଲେ । ସେ ପ୍ରାଣୀ ମାନଙ୍କ ମଧ୍ୟରୁ ସବୁଠାରୁ ଆଗରେ ପେଚାକୁ ହିଁ ଦେଖିବାକୁ ପାଇଥିଲେ । ତାପରେ ମାତା ଲକ୍ଷ୍ମୀ ପେଚାକୁ ହିଁ ନିଜର ବାହାନ କରିଥିଲେ । ତେଣୁ ଦୀପାବଳୀ ରାତିରେ ପେଚାକୁ ଦେଖିବା, ବ ତାହାର ଆବାଜ ଶୁଣିବା ବା ଘର ଉପରେ ପେଚା ଆସି ବସିବାର ଅର୍ଥ ବହୁତ ଶୁଭ ହୋଇଥାଏ ।
ଏହା ମା’ ଲକ୍ଷ୍ମୀଙ୍କ ସେହି ଘରକୁ ଆଗମନର ସଂକେତ ହୋଇଥାଏ । ଯେତେବେଳେ କୌଣସି ଗର୍ଭବତୀ ମହିଳାଙ୍କୁ ପେଚା ଦେଖାଯାଇଥାଏ । ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ । ଯଦି ମହିଳାକୁ ଆସି ପେଚା ସ୍ପର୍ଶ କରିଦେଇଥାଏ । ତେବେ ତାହାର ଜନ୍ମ ହେବାକୁ ଥିବା ପିଲା ବହୁତ ସୌଭାଗ୍ୟଶାଳୀ ହୋଇଥାଏ । ଯେତେବେଳେ ପେଚା କୌଣସି ବେମାରରେ ପଡିଥିବା ବ୍ୟକ୍ତିକୁ ଆସି ସ୍ପର୍ଶ କରିଥାଏ ।
ତେବେ ସେହି ବ୍ୟକ୍ତିର ଗମ୍ଭୀରରୁ ବି ଗମ୍ଭୀର ରୋଗ ଭଲ ହୋଇଯାଇଥାଏ ବୋଲି ମାନ୍ୟତା ରହିଛି । ଯଦି କୌଣସି ବ୍ୟକ୍ତି କୌଣସି ଜରୁରୀ କାର୍ଯ୍ୟରେ ଯାଉଥିବ । ଯେପରି ଚାକିରୀ, ପରୀକ୍ଷା ବ କୌଣସି ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ସମୟରେ ପେଚା ବସିଥିବାର ଦେଖିବାକୁ ପାଇଥାନ୍ତି । ଏହାକୁ ଶୁଭ ସଂକେତ ମାନାଯାଇଥାଏ । ସକାଳୁ ସକାଳୁ ପେଚା ଦେଖାଯିବା ବା ପେଚାର ଆବାଜ ଶୁଣିବାକୁ ମିଳିବା ଧନପ୍ରାପ୍ତିର ସଂକେତ ଦେଇଥାଏ ।ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।