ମୁଁ ତୁମ ସହ ଅଛି; ପତ୍ନୀଙ୍କୁ ସମର୍ଥନ କରି ଏଭଳି ପୋଷ୍ଟ କଲେ ବିକି – Kalinga News

[ad_1]
ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଥିଲେ। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନଥିଲା। ହେଲେ କମ ପାରିଶ୍ରମିକ ନେଇ ଘରକୁ ଆସିଥିବା ବିକିିଙ୍କ ଯୋଗଦାନ ସୋ’ ପାଇଁ ଅଧିକ ରହିଥିବା ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ସେ ଘରୁ ବାହାରକୁ ଆସି ସାରିଥିବା ବେଳେ ପତ୍ନୀଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ଆଜି ବିଗ୍ ବସର ଫାଇନାଲ ଥିବା ବେଳେ ଅଙ୍କିତାଙ୍କ ସହ ଫଟୋ ପୋଷ୍ଟ କରି ମୁଁ ତୁମ ସହ ଅଛି ବୋଲି ଲେଖିଛନ୍ତି ବିକି।
ହେଲେ ବିକିଙ୍କ ଏଭଳି ପୋଷ୍ଟ ଦେଖି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ତୁମ ଦୁହିଁଙ୍କ ଭିତରେ ଭଲପାଇବା କେତେ ଆମେ ଦେଖିସାରିଛୁ ବୋଲି ଜଣେ ଇନଷ୍ଟା ବ୍ୟବହାରକାରୀ ଲେଖିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ତୁମେ ଅଙ୍କିତାଙ୍କଠାରୁ ଭଲ ଝିଅ ପାଇବାକୁ ଯୋଗ୍ୟ।
[ad_2]