ସ୍ୱାସ୍ଥ୍ୟ

ବିବାହିତ ପୁରୁଷଙ୍କ ପାଇଁ ବରଦାନ ଅଟେ ଏହି ଜିନିଷ, ସମୟ ଥିବା ପୂର୍ବରୁ ଜାଣିନିଅନ୍ତୁ

ଆଜି ଆମେ ଆପଣଙ୍କୁ କଖାରୁ ମଞ୍ଜି ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେବାକୁ ଯାଉଛୁ। ସାଧାରଣତଃ କିଛିଲୋକ କଖାରୁ ମଞ୍ଜିକୁ ଫିଙ୍ଗି ଦିଅନ୍ତି ଯଦି ଆପଣ ଏମିତି କରୁଛନ୍ତି ତାହେଲେ ନିଶ୍ଚୟ ଆପଣଙ୍କ ଅଭ୍ୟାସ ବଦଳାନ୍ତୁ କାରଣ କଖାରୁ ମଞ୍ଜି ପୁରୁଷଙ୍କ ପାଇଁ ବହୁତ ଫାଇଦା ସାବ୍ୟସ୍ତ ହୋଇଥାଏ। ଏହି ମଞ୍ଜିକୁ ଗମ୍ଭୀର ସମସ୍ୟା ପାଇଁ ମଧ୍ୟ ଉପଯୋଗ କରାଯାଇଥାଏ।

କଖାରୁ ମଞ୍ଜିରେ ବହୁତସାରା ପୋଷାକ ତତ୍ତ୍ୱ ମହଜୁଦ ରହିଥାଏ। ଏଥିରେ ଭିଟାମିନ ଏ,ସି,ଇ, ଆଇରନ, କାର୍ବୋହାଇଡ୍ରେଟ, କାଲଶିୟମ, ପୋଟାସିୟମ, ମାଗନେସିୟମ, ନିଆସିନ, ରାଇବୋଫ୍ଲେବିନ,ଜିଙ୍କ ଓ ଫୋଲେଟ ଇତ୍ୟାଦି ମିଳିଥାଏ।

ଆୟୁର୍ବେଦ ଡ଼କ୍ଟରଙ୍କ କହିବାନୁଯାୟୀ, ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ b-6 ଫ୍ୟାଟି ଏସିଡ ଓ ପ୍ରୋଟିନ ମହଜୁଦ ଥିବାରୁ, ପ୍ରତିଦିନ ବ୍ୟବହାର ଦ୍ୱାରା ଆପଣଙ୍କୁ ବହୁତ ଫାଇଦା ହୋଇଥାଏ।

ନିୟମିତ ଏହି ମଞ୍ଜିକୁ ସେବନ କରିବା ଦ୍ୱାରା ପୁରୁଷଙ୍କ ହର୍ମୋନ ବଲାନ୍ସ ରହିଥାଏ।

ପୁରୁଷମାନେ ପ୍ରୋଷ୍ଟେଷ୍ଟ କ୍ୟାନ୍ସରରୁ ଏଥିରୁ ମୁକ୍ତି ପାଇଥାନ୍ତି।

କଖାରୁ ମଞ୍ଜି ସେବନ ଦ୍ୱାରା ଶରୀରରେ ରକ୍ତ ଓ ଉର୍ଜା ବନିଥାଏ।

କଖାରୁ ମଞ୍ଜିରେ ଉପସ୍ଥିତ ଗୁଣ ପୁରୁଷଙ୍କ ଏନର୍ଜି ଲେଭେଲକୁ ବଢ଼ାଇବାରେ ସାହାର୍ଯ୍ୟ କରିଥାଏ।

ଏହା ଆପଣଙ୍କ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିଥାଏ। ଏଥିସହ ହାର୍ଟକୁ ହେଲଦୀ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

ଏହାକୁ ସବନ କରିବା ଦ୍ୱାରା ଡାଇବେଟିସକୁ ଆପଣ କଣ୍ଟ୍ରୋଲ କରିପାରିବେ।

ପୁରୁଷଙ୍କ ଶୁକ୍ରାଣୁ ବଢ଼ାଇବା ଓ ଏହାର ଗୁଣବତ୍ତାକୁ ବଢାଇବାରେ ମଧ୍ୟ କଖାରୁ ମଞ୍ଜି ସହାୟକ ହୋଇଥାଏ। ଯଦି ଆପଣ ଏହାକୁ ସେବନ କରିବାକୁ ଚାହାଁନ୍ତି ତାହେଲେ କୌଣସି ଚିକିତ୍ସକଙ୍କ ପରାମର୍ଶ ଦ୍ୱାରା ହିଁ ଏହାକୁ ସେବନ କରନ୍ତୁ। ଆପଣ ଏହାକୁ ପାଉଡର ଆକାରରେ କିମ୍ବା ରୋଷ୍ଟ କରି ନେଇପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button