ସ୍ୱାସ୍ଥ୍ୟ

ପାନ ଖାଇବା ଦ୍ୱାରା ହୋଇଥାଏ ଏହିସବୁ ଫାଇଦା, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ପୂଜାପାଠ ମାନଙ୍କରେ ପାନ ବହୁତ ବ୍ୟବହାର ହୋଇଥାଏ କିନ୍ତୁ କଣ ଆପଣ ଜାଣନ୍ତି ପାନ ଖାଇବା ଦ୍ୱାରା ବହୁତସାରା ଫାଇଦା ମଧ୍ୟ ଆମକୁ ହୋଇଥାଏ। ପାନ ପତ୍ରରେ ବହୁତ ସାରା ପୋଷାକ ତତ୍ୱ ମଧ୍ୟ ଭରି ରହିଥାଏ। ଏଥିରେ ପ୍ରୋଟିନ,ମିନେରାଲ, ଭିଟାମିନ ସି, ଫାଇବର, ଭିଟାମିନ ଏ, ପୋଟାସିୟମ ଏବଂ ଆୟୋଡ଼ିନ ଆଦି ଜିନିଷ ଗୁଡ଼ିକ ରହିଥାଏ। ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ମଧ୍ୟ ହୋଇଥାଏ।

ଶରୀରରେ ଯଦି କୌଣସି ସ୍ଥାନରେ ଆଘାତ କିମ୍ବା ଖଣ୍ଡିଆ ହୋଇଛି ତାହେଲେ ସେହି ସ୍ଥାନରେ ପାନ ବାନ୍ଧିଦିଅନ୍ତୁ, ଆପଣଙ୍କୁ ଏଥିରେ ଆରାମ ମିଳିବ।

ଗରମ ପାଣିରେ ପାନପାତ୍ର, ଲବଙ୍ଗ ଓ ଇଲାଇଚି ଫୁଟାନ୍ତୁ। ଏହି ପାଣିକୁ ପିଇଲେ ଆପଣଙ୍କ ପାଇଁ ପେଟରେ ହେଉଥିବା ସମସ୍ୟମାନ ଦୂର ହୋଇଥାଏ।

ଯଦି ଆପଣଙ୍କ ଆଖି ଲାଲ ପଡ଼ିଛି ତାହେଲେ ପାଣିରେ ପାନ ପତ୍ର ପକାଇ ଗରମ କରନ୍ତୁ ଓ ଏହାର ପାଣିକୁ ଆଖିରେ ମାରନ୍ତୁ ଯାହାଦ୍ୱାରା ଆପଣଙ୍କୁ ଆରାମ ମିଳିଥାଏ।

ପାନ ପତ୍ରରେ ମହୁ ମିଶାଇ ଖାଇବା ଦ୍ୱାରା ଆପଣଙ୍କୁ ଥଣ୍ଡା ସର୍ଦ୍ଦି ଭଲ ହୋଇଥାଏ। ଏହାସହ ପାନ ପାଣିକୁ ପିଇବା ଦ୍ୱାରା ଆପଣଙ୍କ ସ୍ୱର ଯଦି ମୋଟା ହେଉଛି ଏଥିରେ ଆପଣଙ୍କୁ ଫାଇଦା ହୋଇଥାଏ।

ଯଦି ଆପଣଙ୍କ ଛାତି ଯନ୍ତ୍ରଣା ହେଉଛି ତାହେଲେ ପାନ ପତ୍ରରେ ଅଳ୍ପ ନଡ଼ିଆ ତେଲ ଲଗାଇ ଏହାକୁ ଗରମ କରନ୍ତୁ ଓ ଛାତିରେ ଲଗାନ୍ତୁ ଯାହାଦ୍ୱାରା ଆପଣଙ୍କ ଯନ୍ତ୍ରଣା କମିଥାଏ।

ମୁଣ୍ଡ ବିନ୍ଧା ହେଉଥିଲେ ପାନ ପତ୍ରକୁ ଏକ କନାରେ ବାନ୍ଧି ମୁଣ୍ଡରେ ଭିଡ଼ନ୍ତୁ ଯାହାଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଥାଏ। କଫରୁ ରକ୍ଷା ପାଇବାପାଇଁ ଆପଣ ପ୍ରଥମେ ପାଣିରେ ପାନପତ୍ର ପକାନ୍ତୁ ଓ ଗରମ କରି ଏହାକୁ ପିଇଦିଅନ୍ତୁ।

ଶରୀର ଗନ୍ଧରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପଣ ପାଣିକୁ ଗରମ କରି ଏଥିରେ ଦୁଇଟି ପାନ ପତ୍ର ପକାଇ ଦିଅନ୍ତୁ ଯାହାଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ।

ଯଦି ଦେହ ହାତ କୁଣ୍ଡେଇ ହେଉଛି ତାହେଲେ ପାନ ପତ୍ରକୁ ଗରମ ପାଣିରେ ପକାଇ ଏଥିରେ ଗାଧାନ୍ତୁ ତାହେଲେ ଆପଣଙ୍କ ଏହି ସମସ୍ୟା ଦୂର ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button