ମନୋରଞ୍ଜନ

ଗୀତିକାର, ନାଟ୍ୟକାର ବିନୋଦ ପଶାୟତ ପାଇବେ ପଦ୍ମଶ୍ରୀ ପୁରସ୍କାର – Kalinga News

[ad_1]

ସମ୍ବଲପୁର: ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ଦିଗରେ ବିନୋଦ ପଶାୟତଙ୍କ ଅବଦାନ ଅତୁଳନୀୟ। ସେ ଏକାଧାରରେ ଜଣେ କବି, ଗୀତିକାର ଓ ନାଟ୍ୟକାର। ଦାରିଦ୍ର୍ୟର କଷାଘାତ ଯୋଗୁ ଯଦିଓ ତାଙ୍କୁ ହାଇସ୍କୁଲ ସମୟରେ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା, ଲେଖନୀଚାଳନା କିନ୍ତୁ ବନ୍ଦ ‌ହୋଇନଥିଲା। ବଲାଂଗୀରର ଟିକ୍ରାପଡ଼ାରେ ଜନ୍ମିତ ବିନୋଦ ପାଠପଢ଼ା ଛାଡ଼ି ତାଙ୍କ ପିତାଙ୍କ ସେଲୁନ୍‌ରେ କାମ କରିବା ଆରମ୍ଭ କରିଥିଲେ। ସେହି ସମୟରେ କିନ୍ତୁ ବଲାଂଗୀର ପ୍ରସିଦ୍ଧ ରାମଜୀ ନାଟକ ପାର୍ଟିରେ ଶିଶୁ କଳାକାର ଭାବେ ଅଭିନୟ କରିବା ଆରମ୍ଭ କରିଥିଲେ।

୧୯ ବର୍ଷ ବୟସରେ ଜୀବକା ‌ଅନ୍ବେଷଣରେ ସମ୍ବଲପୁର ଚାଲିଆସି ସହର ହୃଦୟସ୍ଥଳରେ ବୈଦ୍ୟନାଥ ଛକରେ ନିଜର ଏକ ସେଲୁନ୍ ଆରମ୍ଭ କରିଥିଲେ। ଗୁରୁ ଅରୁଣ ପ୍ରସନ୍ନ ସେଠଙ୍କ ପ୍ରେରଣାରେ ସମ୍ବଲପୁରୀ ଭାଷାରେ ଲେଖିବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ ସେଲୁନ୍‌ ସାହିତ୍ୟ ଓ ସଂସ୍କୃତି ପ୍ରେମୀଙ୍କ ମିଳନ କେନ୍ଦ୍ରରେ ପରିଣତ ହୋଇଯାଇଥିଲା। ବହୁ ସାରସ୍ବତ ସାଧକଙ୍କ ଆଗମନ ସହିତ ତାଙ୍କ ସେଲୁନ୍‌ରେ ସାହିତ୍ୟ ଚର୍ଚ୍ଚା ହେବା ଆରମ୍ଭ ହୋଇଥିଲା। ସମ୍ବଲପୁରୀ ଭାଷାର ଜନକ କହାଯାଉଥିବା ଗୁରୁ ସତ୍ୟ ନାରାୟଣ ବହିଦାର ଥରେ କହିଥିଲେ ‘ବିନୋଦ ପଶାୟତଙ୍କ ସେଲୁନ୍ ହେଉଛି ସରସ୍ବତୀଙ୍କ ମନ୍ଦିର’।

ସମର୍ପଣ, ଆଦିବାସୀ, ପରସ୍ତ୍ରୀ, ଚିନି ଆଦି ଚଳଚ୍ଚିତ୍ର ପାଇଁ ବିନୋଦ ପଶାୟତ ଗୀତ ‌ଲେଖିଛନ୍ତି। ସେ ‘ ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ, ମା’ ଠାନୁ ବଡ଼୍ କିଏ ଅଛେ, ଏ ନନୀ ସୁଲୋଚନା, ଲବଂଗଲତା ମୋର ଗଜମୁକୁତା, ଗଲାରାତି ଝୁମରା ସୁରେ, ଲିଟି ଉଡେ ଫୁରୁପୁରୁ, ରଥର ଚକା ଚାଲେ ଘିଡ଼ି ଘିଡ଼ି, ସରବ ସହେନି ମା ଗୋ ତୁଇ, ବୋଇଲେ ରାଧିକା ସୁନଗୋ ଦୁତି ଭଳି ଶତାଧିକ ଲୋକକ୍ରିୟ ଗୀତ ଆଜି ଭେଟି ଦେଇଛନ୍ତି। ‘ତାହାର ବା’ , ମୁଁ ନାଇଁ ମରେ, ଚୁଟକୁଛୁଟା ଭଳି ବ୍ୟଂଗ ନାଟକ ଆଜି ସମସ୍ତଙ୍କ ମନରେ ରହିଛି। ସଂଗୀତ ନାଟକ ଏକା‌ଡେମି ସମ୍ମାନ ସହିତ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି। ତେବେ, ପରିଣତ ବୟସରେ ବି ସେ ତାଙ୍କର କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button