ଅପରାଧ

ନିଶା ଛାଡ଼ିବା ପାଇଁ ଆସିଥିଲେ, ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ – Kalinga News

[ad_1]

ଭଦ୍ରକ: ନିଶା ଛାଡ଼ିବା ପାଇଁ ପରିବାରଲୋକେ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। କିନ୍ତୁ ଏବେ ତାଙ୍କର ମିଳିଲା କ୍ଷତାକ୍ତ ମୃତଦେହ। ଦେହରେ ଗଭୀର ଆଘାତ ଥିବା ଦେଖିବା ପାଇଁ ମିଳିଛି। ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନରେ ଥିବା ଭଣ୍ଡାରିପୋଖରୀ ବ୍ଲକର ଚିଙ୍ଗୁଡ଼ିପୂର୍ ବାସ୍ତବ ନିଶା ନିବାରଣ କେନ୍ଦ୍ର ନାଁ ରେ ଆସିଛି ଏମିତି ଅଭିଯୋଗ। ସୁଚନା ଅନୁଯାୟୀ ଯାଜପୁର ଜିଲ୍ଲା ହରିପୁର ଗାଁର କେଦାରନାଥ ପରିଡ଼ାଙ୍କ ପରିବାର ଲୋକେ ଗତ ୪ ତାରିଖ ଦିନ ବାସ୍ତବ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିଛିଦିନ ତଳେ ପରିବାର ଲୋକେ ଆସିଥିବା ବେଳେ ତାଙ୍କୁ ସିସିଟିଭି ଜରିଆରେ କେଦାରନାଥଙ୍କୁ ଦେଖାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ। ତେବେ ଗତକାଲି ସେ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଜଣା ଯାଇଥିଲା, ପରେ ପୁଣି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ଜଣାଇଥିଲେ ଯେ ଭଦ୍ରକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।

ପରିବାର ଲୋକେ ଆସି ଦେଖିଥିଲେ ଯେ କେଦାରନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି। ମାଡ଼ ହୋଇଥିବା ନେଇ ଚିହ୍ନ ମଧ୍ୟ ରହିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ନିଶା ନିବାରଣ କେନ୍ଦ୍ରର କର୍ତ୍ତୃପକ୍ଷଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେଣେ ନିଶା ନିବାରଣ କେନ୍ଦ୍ରର ମାଲିକ ଧାମନଗର ଥାନାରେ ଅଟକ ଅଛନ୍ତି। ଅନ୍ତେବାସୀଙ୍କୁ ତାଲା ପକାଇ ରଖା ଯାଇଛି। ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ତାଲା ଖୋଲା ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button