ଖେଳ ଖବର
ପ୍ରଥମ ଦୁଇ ଟେଷ୍ଟ୍ରେ ଖେଳିବେନି କୋହଲି – Kalinga News

[ad_1]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍ରେ ଖେଳିବେନି। ବ୍ୟକ୍ତିଗତ କାରଣ ପାଇଁ ସେ ଛୁଟିରେ ଯାଉଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। କିନ୍ତୁ କୋହଲିଙ୍କ ବ୍ୟକ୍ତିଗତ ବ୍ୟାପାର ସଂକ୍ରାନ୍ତରେ କେହି ବି କିଛି ଆକଳନ ନକରିବାକୁ ପ୍ରଶଂସକ ଓ ଗଣମାଧ୍ୟମକୁ ସମ୍ପାଦକ ଜୟ ଶାହ ଅନୁରୋଧ କରିଛନ୍ତି। କୋହଲି ମଧ୍ୟ ଛୁଟିରେ ଯାଉଥିବା ସଂକ୍ରାନ୍ତରେ ଅଧିନାୟକ ରୋହିତ ଶର୍ମା, ଦଳୀୟ ପରିଚାଳନା ମଣ୍ଡଳି ଓ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ଖୁବ୍ ଶୀଘ୍ର ବିସିସିଆଇ କୋହଲିଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବ ବୋଲି ଆଶା କରାଯାଉଛି। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଜାନୁଆରି ୨୫ ତାରିଖରୁ ହାଇଦ୍ରାବାଦରେ ଆରମ୍ଭ ହେଉଛି।
[ad_2]