ମନୋରଞ୍ଜନ

ରଶ୍ମିକାଙ୍କ ଡିପଫେକ୍ ଭିଡିଓ ତିଆରି କରିଥିବା ଅଭିଯୁକ୍ତକୁ ଗିରଫ କଲା ପୁଲିସ – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ‘ଡିପ୍‌ଫେକ୍‌’ ଭିଡିଓକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଏବେ ଆକ୍ସନ ମୋଡ୍‌କୁ ଆସିଛି ପୁଲିସ୍‌। ତାଙ୍କର ‘ଡିପ୍‌ଫେକ୍‌’ ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଜଣେ ଅଜ୍ଞାତ ଲୋକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ପୁଲିସ୍‌କୁ ନୋଟିସ୍‌ ପଠାଇବା ପରେ ପୁଲିସ୍‌ ତତ୍ପରତା ଦେଖାଇଥିଲା। ନଭେମ୍ବର ୨୦୨୩ରେ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ଉଲ୍ଲେଖଯୋଗ୍ୟ, ଡିପ୍‌ଫେକ୍‌ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, କଳା ପୋଷାକ ପିନ୍ଧି ଲିଫ୍‌ଟରେ ପ୍ରବେଶ କରୁଛନ୍ତି ରଶ୍ମିକା। ଏହି ଭିଡିଓରେ ସେ ଯେଉଁଭଳି ପୋଷାକ ପିନ୍ଧିଥିଲେ, ସେଭଳି ପୋଷାକ କେବେ ବି ରଶ୍ମିକା ପିନ୍ଧି ନଥିବାରୁ ଏହାକୁ ନେଇ ସନ୍ଦେହ ବଢ଼ିଥିଲା। ପରେ ଭିଡିଓଟି ଫେକ୍ ବୋଲି ଜଣାପଡ଼ିଥିଲା। ପ୍ରକୃତରେ ଭିଡିଓରେ ବ୍ରିଟିଶ-ଭାରତୀୟ ଇନଫ୍ୟୁଏନ୍ସର ଜାରା ପଟେଲ ଥିବା ବେଳେ ଡିପ୍‌ଫେକ୍‌ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କ ମୁହଁକୁ ଏଡିଟ୍ କରିବା ସହ ରଶ୍ମିକାଙ୍କ ମୁହଁ ଲଗାଯାଇଥିଲା। ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯିବାରୁ ଏହା ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ସମେତ ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତତ୍ବ ଏ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏମିତି କି ରଶ୍ମିକା ମଧ୍ୟ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଏବେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତର ପରିଚୟ ସାମ୍ନାକୁ ଆସିପାରିନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button