ଦେଶ- ବିଦେଶ

ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ଦିବ୍ୟ ମୂର୍ତ୍ତି – Kalinga News

[ad_1]

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରର ଗର୍ଭଗୃହରେ ଆଜି ରାମଲାଲାଙ୍କ ଭବ୍ୟ ଏବଂ ଦିବ୍ୟ ମୂର୍ତ୍ତି ସ୍ଥାପନ କରାଯାଇଛି। ମୂର୍ତ୍ତି ସ୍ଥାପନ ସମୟରେ ଜୟ ଶ୍ରୀରାମ ଧ୍ବନିରେ ଚାରିଆଡ଼ ପ୍ରକମ୍ପିତ ହୋଇଥିଲା। ଏଥିପାଇଁ ୪ ଘଣ୍ଟାର ଦୀର୍ଘ ଉତ୍ସବ ହୋଇଥିଲା। ମହୀଶୂରର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ବାରା ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ ପୂର୍ବରୁ ଏକ ସ୍ବତନ୍ତ୍ର ପୂଜା ହୋଇଥିଲା। ତାହା ପରେ ଗର୍ଭଗୃହକୁ ମୂର୍ତ୍ତି ନିଆଯାଇଥିଲା। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦିନ ୧୨ଟା ୩୦ ପରେ ରାମଲାଲାଙ୍କ ପ୍ରବେଶ ଗର୍ଭଗୃହରେ ହୋଇଛି। ଅପରାହ୍ଣ ୧ଟା ୨୦ରେ ଯଜମାନଙ୍କ ଦ୍ବାରା ପ୍ରଧାନସଂକଳ୍ପ ହେବା ପରେ ବେଦମନ୍ତ୍ରର ଧ୍ବନିରେ ବାତାବରଣ ମଙ୍ଗଳମୟ ହୋଇଥିଲା। ମୂର୍ତ୍ତିଙ୍କ ଜଳାଧିବାସ କାର୍ଯ୍ୟ ଗୁରୁବାର ସଂପନ୍ନ ହୋଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button