ରାଜନୀତି

ତୀବ୍ର ହେଉଛି ନଳିନୀ-ରମେଶ ବିବାଦ: ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଆଗରେ ସମର୍ଥକ ମୁହାଁମୁହିଁ – Kalinga News

[ad_1]

ଦେବାତଙ୍କ ଦର୍ଶନ କରି ଫେରିଗଲେ ମନ୍ତ୍ରୀ

ଅନୁଗୁଳ: ଆଠମଲ୍ଲିକରେ ବିଜେଡିର ଦୁଇ ଗୋଷ୍ଠୀ ଭିତରେ କୁହୁଳୁଥିବା ଅସନ୍ତୋଷ ଆଜି ଫୁଟି ବାହାରିଛି। ଏହି ବ୍ଲକ୍‌ର ଆମ୍ବସୁରମୁଣ୍ଡାରେ ଜଂଘାଦେଓ ପୀଠ ପ୍ରତିଷ୍ଠା ଉତ୍ସବରେ ବିଧାୟକ ରମେଶ ସାଏ ଓ ବରିଷ୍ଠ ନେତା ନଳିନୀ ପ୍ରଧାନଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାରଙ୍କ ୨ ଜଣ ମନ୍ତ୍ରୀ ଓ ଅନୁଗୁଳର ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ମନ୍ତ୍ରୀମାନେ ଠାକୁରଙ୍କ ଦର୍ଶନ କରି ଫେରି ଆସିଥିଲା ବେଳେ ‌ସଭାରେ ଯୋଗ ଦେଇନାହାନ୍ତି। ଏହାକୁ ନେଇ ଆଠମଲ୍ଲିକ ରାଜନୀତି ପୁଣି ସରଗରମ ହୋଇଛି। କିଛି ଦିନ ହେଲା ବିଧାୟକ ରମେଶ ସାଏ ଓ ଶାସକ ଦଳର ନେତା ନଳିନୀ ପ୍ରଧାନଙ୍କ ସଂପର୍କ ତିକ୍ତ ହେବାରେ ଲାଗିଛି। ‌ଗୋଟିଏ ଦଳର ହୋଇଥିଲେ ମଧ୍ୟ ଉଭୟ ଅଲଗା ଅଲଗା ଗୋଷ୍ଠୀରେ ଭାଗ ହୋଇ ଦଳୀୟ କାମ କରୁଛନ୍ତି। ରମେଶ ସାଏ ଗୋଁଣ୍ଡ ସମାଜରୁ ପ୍ରତିନିଧିତ୍ବ କରୁଥିଲା ବେଳେ ସେମାନଙ୍କର ଆରାଧ୍ୟ ଦେବତା ଜଂଘାଦେଓଙ୍କ ପୀଠ ପ୍ରତିଷ୍ଠା ଆମ୍ବସରମୁଣ୍ଡାରେ କରାଯାଉଛି।

ଏହା ବିଧାୟକଙ୍କ ନିଜ ପଞ୍ଚାୟତ ହୋଇଥିଲା ବେଳେ ଗତକାଲି ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗ ଦେଇଥିଲେ। ଆଜି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତ ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ‌ବେହେରା ଓ ପାଳଲହଡ଼ା ବିଧାୟକ ମୁକେଶ ପାଳ ଯୋଗ ଦେଇଥିଲେ। ବିଜେଡି ସହ-ପର୍ଯ୍ୟବେକ୍ଷକ ତଥା ଯୁବ କଲ୍ୟାଣ ‌ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ କୁନବିହାରୀ ଦାସ ଓ ସ୍ଥାନୀୟ ବିଜେଡି ନେତା ନଳିନୀ ପ୍ରଧାନ ବି ଉପସ୍ଥିତ ଥିଲେ। ଅତିଥିମାନେ ଏହି ବିଶାଳ ଶୋଭାଯାତ୍ରାରେ ଠାକୁରଗଡ଼ରୁ ବାହାରି ପୀଠରେ ପହଞ୍ଚିଥିଲେ। ଏହି ସମୟରେ ରମେଶଙ୍କ ସମର୍ଥକ ଓ ନଳିନୀଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଏପରିକି ‘ନଳିନୀ ପ୍ରଧାନ ଗୋ ବ୍ୟାକ୍‌ ବୋଲି ମାଇକ୍‌ରେ ନାରା ଦେଇଥିଲେ। ଏହ‌ା ଦେଖି ନଳିନୀଙ୍କ ସମର୍ଥକ ‘ରମେଶ ସାଏ ମୁର୍ଦାବାଦ୍‌ ବୋଲି କହିଥିଲେ। ଏହାକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲ‌ା। ପରିସ୍ଥିତି ଧୀରେ ଧୀରେ ବିଗିଡ଼ିବା ଦେଖି ଅତିଥିମାନେ ଦେବତାଙ୍କ ଦର୍ଶନ କରି ଫେରି ଆସିଥିଲେ। ସଭାମଞ୍ଚ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ସେମାନେ ସେଠାକୁ ଯାଇ ନଥିଲେ। ଏପଟେ ମନ୍ତ୍ରୀ ଓ ବିଧାୟକମାନେ ଦେବତାଙ୍କ ଦର୍ଶନ ପାଇଁ ଯାଇଥିଲା ବେଳେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଉପସ୍ଥିତ ଥାଇ ମଧ୍ୟ ପାଖକୁ ଆସି ନଥିଲେ। ଶାସକ ଦଳର ବିଧାୟକ ହୋଇ ମଧ୍ୟ ମନ୍ତ୍ରୀଙ୍କୁ ନ ଭେଟିବା ଏବଂ ଗତକାଲି ସଭାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବସିବା ଏକ ଭିନ୍ନ ରାଜନୈତିକ ଦିଗ ଆଡ଼କୁ ଇଶାରା ଦେଇଛି। ଏହାକୁ ନେଇ ଆଠମଲ୍ଲିକ ରାଜନୀତିରେ ନାନା ଚର୍ଚ୍ଚା ହେଉଥିଲା ବେଳେ ଉଭୟ ନଳିନୀ ଓ ରମେଶଙ୍କ ପ୍ରତିକ୍ରିୟା ମିଳିପାରିନି। ଏପଟେ ସହ ପର୍ଯ୍ୟବେକ୍ଷକ ଥିବା କୁନବିହାରୀ ଦାସ କହିଛନ୍ତି ଯେ, ସରକାରଙ୍କ ନିର୍ଦେଶ କ୍ରମେ ଆଜି ଦୁଇ ମନ୍ତ୍ରୀ ଓ ଅନ୍ୟ ବିଧାୟକମାନେ ପୀଠକୁ ଯାଇ ଦେବତାଙ୍କ ଦର୍ଶନ କରିଛନ୍ତି। ସରକାର ଏହି ପୀଠର ଉନ୍ନତି କରିବା ପାଇଁ ପଦକ୍ଷେପ ନେଉଥିବା ପୂଜକଙ୍କୁ ଜଣାଇ ଦିଆଯାଇଛି। ରମେଶ ସାଏ ମନ୍ତ୍ରୀଙ୍କୁ ନ ଭେଟିବା ଘଟଣାକୁ ସେ ସ୍ବୀକାର କରିଥିଲେ ମଧ୍ୟ ଏହାର କାରଣ ଜାଣି ନଥିବା କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button