ହତ୍ୟାର ୧୧ ଦିନ ପରେ ମିଳିଲା ଦିବ୍ୟାଙ୍କ ମୃତଦେହ – Kalinga News
[ad_1]
ହରିଆଣା : ହତ୍ୟାର ୧୧ ଦିନ ପରେ ମିଳିଲା ହରିଆଣାର ମଡେଲ ଦିଵ୍ୟା ପାହୁଜାଙ୍କର ମୃତଦେହ I ଜାନୁଆରୀ ୨ ରେ ଘଟିଥିବା ମଡେଲ ତଥା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଲଡିଙ୍କର ଗର୍ଲଫ୍ରେଣ୍ଡ ଦିବ୍ୟା ପାହୁଜାଙ୍କର ମୃତଦେହ ଫତେହାବାଦର ତୋହାନା ନିକଟ ଭକ୍ରା କେନାଲରୁ ଉଦ୍ଧାର କରାଯାଇଛି। ଶନିବାର ସକାଳ ୧୦ .୩୦ ସମୟରେ ଦିବ୍ୟାଙ୍କର ମୃତଦେହ ପାଟିଆଲା ଠାରୁ ୯୦ କିଲୋମିଟର ଦୂରରେ ଥିବା ଏହି କେନାଲରୁ ଉଦ୍ଧାର କରାଯାଇଥିଲା। ଦିଵ୍ୟାଙ୍କ ଡାହାଣ କାନ୍ଧରେ ଥିବା ଟାଟୁରୁ ତାଙ୍କ ମୃତଦେହ ଚିହ୍ନଟ କରାଯାଇଛି।
କେନାଲରୁ ମୃତଦେହ କାଢିବା ପରେ ପୋଲିସ ଏହାର ଏକ ଫଟୋ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଇବା ପରେ ସେମାନେ ମୃତଦେହକୁ ଚିହ୍ନଟ କରିଥିଲେ। ତାଙ୍କ ଭଉଣୀ ନୈନା ଘଟଣାସ୍ଥଳକୁ ଆସି ମୃତଦେହକୁ ଚିହ୍ନଟ କରିଛନ୍ତି। ଦିଵ୍ୟାଙ୍କ ଡାହାଣ କାନ୍ଧରେ ଥିବା ଟାଟୁ ଦେଖି ଭଉଣୀ ତାଙ୍କୁ ଚିହ୍ନଟ କରିଥିଲେ ।
ସୂଚନାନୁସାରେ, ଜାନୁୟାରୀ ୨ ରେ ଅପରାହ୍ନ ୫ ଟାରେ ଅଭିଜିତ୍ ଗୁରୁଗ୍ରାମର ହୋଟେଲ ସିଟି ପଏଣ୍ଟରେ ଦିବ୍ୟାଙ୍କୁ ହତ୍ୟା କରିଥିଲେ। ଏହା ପରେ ଅଭିଜିତ୍ ତାଙ୍କ ସହଯୋଗୀ ବଲରାଜ ଗିଲ ଏବଂ ରବି ବଙ୍ଗାଙ୍କୁ ମୃତଦେହକୁ ଫୋପାଡି ଦେବା ପାଇଁ ଡାକିଥିଲେ। ପଟିଆଲା ନିକଟରେ ମଡେଲଙ୍କ ମୃତଦେହ ଫୋପଡା ଯାଇଥିବା କଥା ଜଣାପଡିବା ପରେ ଏନଡିଆରଏଫ ଓ ଗୁରୁଗ୍ରାମର କ୍ରାଇମ ବ୍ରାଞ୍ଚ ଟିମ ଆକ୍ଟିଭ ହୋଇଯାଇଥିଲେ। ସେମାନେ ଲଗାତାର ମୃତଦେହକୁ ଖୋଜିଥିଲେ। ପରେ ମୃତଦେହଟି ଭାସି ଭାସି ହରିୟାଣା କେନାଲକୁ ଆସିଥିଲା। ମୃତଦେହ ଖୋଜିବା ପାଇଁ ପଞ୍ଜାବରୁ ହରିୟାଣା ପର୍ଯ୍ୟନ୍ତ ପୁଲିସ ଖୋଜାଖୋଜି କରିଥିଲା, ହେଲେ ଆଜି ଟୋହନା କେନାଲରୁ ମୃତଦେହକୁ ଉଦ୍ଧାର କରାଯାଇଛି।
ଖନୌରୀ ଏବଂ ଟୋହାନା ମଧ୍ୟରେ ଥିବା ଭାକ୍ରା କେନାଲରେ ସର୍ଚ୍ଚ ଅପରେସନ କରିଥିଲା ଏନଡିଆରଏଫ। ଏହି ସମୟରେ ଭକ୍ରା କେନାଲରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଯାହା ଦିଵ୍ୟା ପାହୁଜାଙ୍କର ଥିଲା ।
କ୍ରାଇମ ବ୍ରାଞ୍ଚର ଏସିପି ମୁକେଶ କୁମାର ଏବଂ ସବ ଇନ୍ସପେକ୍ଟର ବ୍ରହ୍ମ ସିଂ ଅଛନ୍ତି। ବର୍ତ୍ତମାନ ସିନ ଅଫ କ୍ରାଇମ ଟିମକୁ ଘଟଣାସ୍ଥଳକୁ ଡକାଯାଇଛି। ସେମାନଙ୍କ ଅନୁସନ୍ଧାନ ପରେ ମୃତଦେହକୁ ପ୍ରଥମେ ତୋହାନା ସିଭିଲ ହସ୍ପିଟାଲକୁ ନିଆଯିବ। ମୃତ ଦେହର ପୋଷ୍ଟମର୍ଟମ ଆଗ୍ରୋହା ମେଡିକାଲରେ ଡାକ୍ତର ବୋର୍ଡ ଦ୍ୱାରା କରାଯିବ।
ଏହି ହତ୍ୟା ମାମଲାରେ ଗୁରୁଗ୍ରାମ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତଙ୍କ ନାମ ରଖିଛି ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ ସିଂ, ହେମରାଜ, ଓମ ପ୍ରକାଶ, ମେଘା, ବଲରାଜ ଗିଲ ଏବଂ ରବି ବଙ୍ଗା ଅଛନ୍ତି। ଏହି ସମସ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ଜାନୁଆରୀ ୨ରେ ଅଭିଜିତ ଦିବ୍ୟାଙ୍କୁ ଗୁଳିକରି ହତ୍ୟା କରିଥିଲେ। ମୁଖ୍ୟ ଅଭିଯୁକ୍ତ ଅଭିଜିତଙ୍କ ଘନିଷ୍ଠ ବଲରାଜ ଗିଲ୍ଙ୍କୁ ପୁଲିସ ଗୁରୁବାର ଦିନ ପଶ୍ଚିମବଙ୍ଗ ବିମାନବନ୍ଦରରୁ ଗିରଫ କରିଥିଲା।
ବଲରାଜ ଗିଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ରବି ବଙ୍ଗଳାଙ୍କ ସହ ଦିବ୍ୟାଙ୍କ ମୃତଦେହକୁ ବିଏମଡବ୍ଲୁ କାରରେ ଡିକିରେ ରଖି ନେଇ ଯାଇଥିଲେ ଓ ପରେ ଫେରାର ହୋଇ ଯାଇଥିଲେ।
[ad_2]