ଅପରାଧ

ଗିରଫ ମା’ଙ୍କ ନୋଟ୍‌ ଜବତ: ‘କୋର୍ଟ ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ପୁଅକୁ ମାରିଦେଲି’ – Kalinga News

[ad_1]

ପାନାଜୀ: ପୁଅ ସହ ସ୍ବାମୀଙ୍କ ସାକ୍ଷାତ ପାଇଁ‌ କୋର୍ଟଙ୍କ ଅନୁମତିକୁ ସହ୍ୟ କରିପାରିଲି ନାହିଁ। ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବା ବେଳେ କୋର୍ଟର ଏଭଳି ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ପୁଅକୁ ମାରିଦେଲି ବୋଲି ଏକ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ୪ ବର୍ଷର ପୁଅକୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସିଇଓ ସୂଚନା‌ ସେଠ୍‌। ବେଙ୍ଗାଲୁରୁର ଭଡ଼ାଘରୁ ମିଳିଥିବା ଏକ ହାତଲେଖା କାଗଜରୁ ଏହା ଜଣାପଡ଼ିଛି। ଗୋଟିଏ ପଟେ ମାମଲାର ଅନେକ ଦିଗ ଉପରୁ ରହସ୍ୟର ପରଦା ହଟିନାହିଁ, ଅନ୍ୟପଟେ ଅଭିଯୁକ୍ତ ସୂଚନା ହୋଟେଲ୍‌କୁ ଆସିବା ପୂର୍ବରୁ ପୁଅର ମୃତ୍ୟୁ ଘଟିଥିଲା ବୋଲି ଦେଇଥିବା ବୟାନ ଓ ବର୍ତମାନ ମିଳିଥିବା ନୋଟ୍‌ ହତ୍ୟାଘଟଣାକୁ ଆହୁରି ଜଟିଳ କରିଛି।

ଆଜି ଗୋଆର ତଦନ୍ତକାରୀ ପୁଲିସ ଦଳ ସୂଚନାଙ୍କୁ ନେଇ ସେ ରହୁଥିବା ହୋଟେଲ୍‌ ପ୍ରକୋଷ୍ଠରେ ପହଞ୍ଚିଥିଲେ। ସେଠାରେ ହତ୍ୟାଘଟଣାର ପୁନଃ ସଂରଚନା କରିଥିଲେ। ଏହି ସମୟରେ ସେମାନେ ସେଠାରୁ ଏକ ହାତଲେଖା ନୋଟ୍‌ ପାଇଥିଲେ। ସେଥିରେ ଲେଖାଯାଇଛି ଯେ ସେ (ସୂଚନା) କୋର୍ଟ ନିର୍ଦ୍ଦେଶରେ କ୍ଷୁବ୍ଧ ଅଟନ୍ତି। ପୁଅକୁ ତାଙ୍କ ସ୍ବାମୀ ସାକ୍ଷାତ କରିପାରିବେ ବୋଲି ଦେଇଥିବା ରାୟକୁ ସେ ସହ୍ୟ କରିପାରୁନାହାନ୍ତି। ତେବେ ଏହି ଚିଠିରେ ‌ଥିବା ହାତଲେଖା ସୂଚନାଙ୍କର କି ନୁହେଁ ତାହା ନିଶ୍ଚିତ କରିବାକୁ ଫରେନ୍‌ସିକ୍‌ ଲ୍ୟାବ୍‌ ପଠାଯାଇଛି। ସୂଚନାଯୋଗ୍ୟ, ୨୦୧୦ରେ ସୂଚନା ଓ ଭେଙ୍କଟରମଣଙ୍କ ବିବାହ ହୋଇଥିଲେ। ୨୦୨୨ରେ ଭେ‌ଙ୍କେଟଙ୍କ ବିରୋଧରେ ସୂଚନା ଘରୋଇହିଂସା ମାମଲା ରୁଜୁ କରିଥିଲେ ଓ ମାସକୁ ଅଢ଼େଇ ଲକ୍ଷ ଟଙ୍କା ମାସିକ କ୍ଷତିପୂରଣ ଦାବି କରିଥିଲେ। ଏନେଇ ମାମଲା କୋର୍ଟରେ ବିଚାରାଧୀନ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button