ଖେଳ ଖବର

ଏସୀୟ କାଂସ୍ୟ ସହ ସାଙ୍ଗ୍‌ୱାନ୍‌ଙ୍କୁ ପ୍ୟାରିସ୍ ଟିକେଟ୍‌ – Kalinga News

[ad_1]

ନୂଆଦିଲ୍ଲୀ: ଷୋଡ଼ଶ ଭାରତୀୟ ସୁଟର୍ ଭାବେ ରିଥମ ସାଙ୍ଗୱାନ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ଅର୍ଜନ କରିଛନ୍ତି। ଏଥି ସହିତ ପ୍ରଥମ ଥର ପାଇଁ ଏକ ସର୍ବବୃହତ ଭାରତୀୟ ସୁଟିଂ ଦଳ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ନିଶ୍ଚିତ ହୋଇଛି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତରୁ ଏକ ୧୫ ଜଣିଆ ଦଳ ଅଂଶଗ୍ରହଣ କରିଥିଲା। ପ୍ୟାରିସ୍ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଅନୁଷ୍ଠିତ ହେବ। ଜାକର୍ତାରେ ଅନୁଷ୍ଠିତ ଏସିଆ ଅଲିମ୍ପିକ୍ କ୍ବାଲିଫାୟାର୍‌ରେ ୨୦ ବର୍ଷୀୟ ହରିୟାଣା ଯୁବକ ରିଥମ ୨୫ ମିଟର୍‌ ସ୍ପୋର୍ଟସ ପିସ୍ତଲ୍‌ ଇଭେଣ୍ଟରେ କାଂସ୍ୟ ପଦକ ଜିତିବା ସହ ପ୍ୟାରିସ୍ ଯିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏଥି ସହ ଜାକର୍ତା ଭାରତୀୟ ସୁଟରଙ୍କ ପାଇଁ ଭଲ ଭେନ୍ୟୁ ହୋଇଛି। ଏଠାରୁ ଈଶା ସିଂହ ଓ ବରୁଣ ତୋମାର (ଉଭୟ ୧୦ ମିଟର୍ ଏୟାର ପିସ୍ତଲ୍‌)ରେ ମଧ୍ୟ ଅଲିମ୍ପିକ୍ସ କୋଟା ହାସଲ କରିଥିଲେ। ରିଥମ ଗତବର୍ଷ ହାଙ୍ଗଝୌ ଏସୀୟ କ୍ରୀଡ଼ାର ୨୫ ମିଟର୍‌ ସ୍ପୋର୍ଟସ ପିସ୍ତଲ୍‌ ଇଭେଣ୍ଟରେ ଈଶା ଓ ମନୁ ଭାକରଙ୍କୁ ‌ନେଇ ଦଳଗତ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଗୁରୁବାର ଫାଇନାଲ୍‌ରେ ୨୮ ପଏଣ୍ଟ୍‌ ସହ କାଂସ୍ୟ ପଦକ ହାସଲ କରିଥିଲେ। ଦୁଇ କୋରିଆ ଖେଳାଳି ୟାଙ୍ଗ ଜିନ୍ (୪୧) ଓ କିମ୍ ୟେଜି (୩୨) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ କୋଟା ଅର୍ଜନ ପରେ ରିଥମ ତାଙ୍କ ସଫଳତାର ଶ୍ରେୟକୁ ତାଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ବିନୀତ କୁମାରଙ୍କୁ ଦେଇଛନ୍ତି। ରିଥମ ଜାକର୍ତାରେ ମୋଟ ୩ ପଦକ ଜିତିଥିବା ବେଳେ ଏହି କାଂସ୍ୟ ପଦକଟିକୁ ସ୍ବତନ୍ତ୍ର କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button