ମନୋରଞ୍ଜନ

ଆମେ ଅଙ୍କିତା ସହ ବିକିର ବିବାହ କରାଇବାକୁ ଚାହୁନଥିଲୁ: ବିକିଙ୍କ ମା‘ – Kalinga News

[ad_1]

ମୁମ୍ବାଇ: ଆମେ ଅଙ୍କିତା ସହ ବିକିର ବିବାହ କରାଇବାକୁ ଚାହୁନଥିଲୁ। ଶାଶୁ ରଞ୍ଜନା ଜୈନ୍ ଦେଲେ ଏଭଳି ବୟାନ। ବିଗ୍ ବସ୍ ୧୭  ଏବେ ଫାଇନଲର ନିକଟତର ହେଉଥିବା ବେଳେ ପ୍ରତିଯୋଗୀଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିବା ଭାଇରାଲ ପ୍ରେ‌ାମୋ ଭିଡିଓରେ ଦେଖାଯାଇଛି। ପୁଅ-ବୋହୂଙ୍କୁ ଭେଟି ବାହାରକୁ ଆସିବା ପରେ ରଞ୍ଜନା ଜୈନ୍ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିକିଙ୍କ ମା’ ବିବାହ ପାଇଁ ତାଙ୍କ ପରିବାର ରାଜି ନଥିଲେ ବୋଲି କହିଛନ୍ତି।

ଜାତୀୟ ଗଣମାଧ୍ୟମ ପିଙ୍କିଭିଲ୍ଲାକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ବିକି ଅଙ୍କିତାଙ୍କୁ ବିବାହ କରିଥିଲେ। ଆମେ ସେମାନଙ୍କ ବିବାହକୁ ସମର୍ଥନ କରୁନଥିଲୁ। ବିକି ବିବାହ କରି ଦାୟିତ୍ବ ନେବାକୁ ପ୍ରସ୍ତୁତ ଥିବାରୁ ଆମେ କିଛି କହିନଥିଲୁ। ଆମେ ସୋ’ ମାଧ୍ୟମରେ ବହୁତ କିଛି ଦେଖୁଛୁ। କିନ୍ତୁ ଆମେ କିଛି କହୁ ନାହୁଁ। ବିକି, ଅଙ୍କିତାଙ୍କୁ ପସନ୍ଦ କରୁଥିବାରୁ ଆମେ ବିବାହ ପାଇଁ ହଁ କରିଥିଲୁ। ଏବେ ମୁଁ ବିଶ୍ୱାସ କରୁଛି ବିକି ତାଙ୍କ ସମ୍ପର୍କକୁ ସମ୍ଭାଳି ନେବେ। କାରଣ ସେ ସେଭଳି ଜଣେ ମଣିଷ। ସବୁ ସମ୍ଭାଳି ନିଅନ୍ତି।”

ବିଗ୍ ବସ୍ ୧୭ ଆରମ୍ଭରୁ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅନେକ ଥର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କଥା କହିଛନ୍ତି। ଏହାକୁ ନେଇ ତାଙ୍କ ଶାଶୁ ରଞ୍ଜନା ଜୈନ୍ ‘ଶାସ୍ ବୋହୂ ଔର୍ ସାଜିସ’କୁ ସାକ୍ଷାତକାର ଦେଇ କହିଥିଲେ ଯେ, ‘ସହାନୁଭୂତି’ ପାଇଁ ସୁଶାନ୍ତଙ୍କ ନାମ ବ୍ୟବହାର କରୁଛନ୍ତି ଅଙ୍କିତା। ଏଥିରେ ତାଙ୍କର ଲାଭ ରହିଛି। ଏହା ସହ ଅଙ୍କିତା ଭଲ ବୋହୂ କି ନାହିଁ ବୋଲି ପଚରାଯାଇଥିବା ବେଳେ ସେ କହିଛନ୍ତି, ବ‌ୋହୂ ତ ଭଲ। ହେଲେ ଏବେ ସୋ’ରେ ତାଙ୍କ ଭଲ ପଣିଆ ଦିଶୁନାହିଁ। ବୁଝାଇକି ଆସିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button