ଅପରାଧ

ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଗଣଦୁଷ୍କର୍ମ ପରେ ହତ୍ୟା! – Kalinga News

[ad_1]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା କୁସ୍ତୁନା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖିଥିବା ତ‌ାଙ୍କର ଆଉ ଦୁଇ ସାଥୀଙ୍କୁ ଖୋଜୁଛି ପୁଲିସ।

ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା। ଆଜି ସକାଳୁ ପରିବାର ଲୋକେ ଝିଅର ମୃତଦେହ ଉଦ୍ଧାର କରିବାପରେ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ଅଟକଥିବା ଯୁବକ ଓ ସାଥୀ ଗତକାଲି ଉସ୍ତୁନା ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିବାର ପରେ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଟକ ଥିବା  ଯୁବକ ହେଲେ ଗଡ଼ିଆଜୋରର ରାକେଶ କିସାନ। ରାକେଶ କିସାନ ଗତକାଲି ଦିନ ୧୨ଟାରୁ ମୃତାଙ୍କୁ ନେଇଥିଲା। ଘରଲୋକ ଖୋଜିଖୋଜି ନ ପାଇ ରାତିରେ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ପରେ ମୋବାଇଲ ନମ୍ବର ଟ୍ରାକ କରି ପୁଲିସ ଅଭିଯୁକ୍ତକୁ ଧରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button