ରାଜନୀତି

ବାହ୍ୟ ଦେଶର ସମାଲୋଚନା ଗ୍ରହଣୀୟ ନୁହେଁ: ପାୱାର – Kalinga News

[ad_1]

ମୁମ୍ବାଇ: ଲକ୍ଷଦ୍ବୀପ-ମାଳଦ୍ବୀପ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ବାହାରିଛନ୍ତି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର। ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଦିଆଯାଇଥିବା ଅରୁଚିକର ମନ୍ତବ୍ୟ ଉପରେ ଟିପ୍ପଣୀ ଦେଇ ପାୱାର ଆଜି କହିଛନ୍ତି, ବାହାର ଦେଶରୁ କେହି ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେବା ଗ୍ରହଣୀୟ ନୁହେଁ। ସେ ଆମ ଦେଶର ପ୍ରଧାନମନ୍ତ୍ରୀ। ଅନ୍ୟ କୌଣସି ଦେଶର ପଦପଦବିରେ ଥିବା କୌଣସି ବ୍ୟକ୍ତି ଯଦି ଏଭଳି ମନ୍ତବ୍ୟ ଦିଅନ୍ତି ତାହାକୁ ଆମେ ଗ୍ରହଣ କରିବୁ ନାହିଁ। ଆମେ ପ୍ରଧାନମନ୍ତ୍ରୀଙ୍କ ପଦକୁ ସମ୍ମାନ ଦେବା ଉଚିତ ବୋଲି ପାୱାର କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗକୁ ବ୍ୟକ୍ତିଗତ ଭାବେ ନେବା ଯୋଗୁ ଭାରତ ଓ ମାଳଦ୍ବୀପ ମଧ୍ୟରେ ବିବାଦ ଦେଖାଦେଇଛି। ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ସବୁକଥାକୁ ସେ ବ୍ୟକ୍ତିଗତ ଭାବେ ନେଉଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଆମେ ଆମ ପଡ଼ୋଶୀଙ୍କ ସହିତ ଭଲ ସଂପର୍କ ରଖିବା ଉଚିତ ବୋଲି ଖଡ଼ଗେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button