‘ସହାନୁଭୂତି’ ପାଇଁ ସୁଶାନ୍ତଙ୍କ ନାମ ବ୍ୟବହାର କରୁଛନ୍ତି ଅଙ୍କିତା; ଶାଶୁ ଦେଲେ ଏଭଳି ବୟାନ – Kalinga News

[ad_1]
ମୁମ୍ବାଇ: ‘ସହାନୁଭୂତି’ ପାଇଁ ସୁଶାନ୍ତଙ୍କ ନାମ ବ୍ୟବହାର କରୁଛନ୍ତି ଅଙ୍କିତା। ଶାଶୁ ରଞ୍ଜନା ଜୈନ୍ ଦେଲେ ଏଭଳି ବୟାନ। ବିଗ୍ ବସ୍ ୧୭ ଏବେ ଫାଇନଲର ନିକଟତର ହେଉଥିବା ବେଳେ ପ୍ରତିଯୋଗୀଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିବା ଭାଇରାଲ ପ୍ରୋମୋ ଭିଡିଓରେ ଦେଖାଯାଇଛି। ପୁଅ-ବୋହୂଙ୍କୁ ଭେଟି ବାହାରକୁ ଆସିବା ପରେ ରଞ୍ଜନା ଜୈନ୍ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଗ୍ ବସ୍ ୧୭ ଆରମ୍ଭରୁ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅନେକ ଥର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କଥା କହିଛନ୍ତି। ଏହାକୁ ନେଇ ତାଙ୍କ ଶାଶୁ ରଞ୍ଜନା ଜୈନ୍ ‘ଶାସ୍ ବୋହୂ ଔର୍ ସାଜିସ’କୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ‘ସହାନୁଭୂତି’ ପାଇଁ ସୁଶାନ୍ତଙ୍କ ନାମ ବ୍ୟବହାର କରୁଛନ୍ତି ଅଙ୍କିତା। ଏଥିରେ ତାଙ୍କର ଲାଭ ରହିଛି। ଏହା ସହ ଅଙ୍କିତା ଭଲ ବୋହୂ କି ନାହିଁ ବୋଲି ପଚରାଯାଇଥିବା ବେଳେ ସେ କହିଛନ୍ତି, ବୋହୂ ତ ଭଲ। ହେଲେ ଏବେ ସୋ’ରେ ତାଙ୍କ ଭଲ ପଣିଆ ଦିଶୁନାହିଁ। ବୁଝାଇକି ଆସିଛି।
ତେବେ ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି। ସୋ’ ଶେଷ ହେବାକୁ ଥିବା ବେଳେ ପ୍ରତିଦିନ ବିକି-ଅଙ୍କିତାଙ୍କ ଝଗଡ଼ା ଦେଖିବାକୁ ମିଳିଛି।
[ad_2]




