ରାଜନୀତି

କଂଗ୍ରେସ ସଂଗଠନ ସଜାଡ଼ିବାକୁ ପ୍ରଭାରୀଙ୍କ କସରତ: କଥାରେ ନୁହେଁ, କାମରେ କରିକି ଦେଖାଅ – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଥିବା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦଳର ସଂଗଠନ ସଜାଡ଼ିବାକୁ ଦିନତମାମ କସରତ କରିଛନ୍ତି। ସଂଗଠନର ନିଷ୍କ୍ରିୟତା ନେଇ ଅସନ୍ତୋଷ ଝାଡ଼ିବା ସହ ସମସ୍ତଙ୍କୁ ତାଗିଦ୍ କରିଛନ୍ତି। ନିଜ ଦଳର ନେତାଙ୍କୁ ପ୍ରଶ୍ନ କରିଛନ୍ତି, ସଂଗଠନ ନ ସଜାଡ଼ି ବିଜେଡିକୁ ରାଜ୍ୟରୁ ତଡ଼ିବାକୁ କହିଦେଲେ କେମିତି ହେବ? ଏଣିକି କଥା ନୁହେଁ, କାମରେ କରିକି ଦେଖାଇବାକୁ ପଡ଼ିବ। ନହେଲେ ନେତା ବଦଳାଇ ଦିଆଯିବ ବୋଲି ସେ ଚେତାବନୀ ବି ଦେଇଛନ୍ତି। ଆଜି ସଂଗଠନର ମଜବୁତ୍‌ କରିବା ପାଇଁ ନେତାମାନଙ୍କୁ ଟାର୍ଗେଟ୍‌ ଦେବା ସହ ସାଂଗଠନିକ କାର୍ଯ୍ୟକ୍ରମର ପ୍ରାରମ୍ଭିକ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି। ଆଜି ପ୍ରଭାରୀଙ୍କ ଗସ୍ତର ଦ୍ବିତୀୟ ଦିବସରେ କଂଗ୍ରେସ ଭବନ ବେଶ୍‌ ଚଳଚଞ୍ଚଳ ଥିଲା। ଦଳର ବିଭିନ୍ନ ଛାମୁଆ ସଂଗଠନ ଓ କମିଟି ସହ ସେ ସିଧାସଳଖ ଆଲୋଚନା କରିଥିଲେ। ଜିଲ୍ଲା, ବ୍ଲକ୍‌ ଓ ନଗର କଂଗ୍ରେସ ସଭାପତିମାନଙ୍କର ଏକ ବୈଠକରେ ସେ ଉଦ୍‌ବୋଧନ ଦେଇଥିଲେ। ଜିଲ୍ଲା, ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ କି କି କାମ ସବୁ ହୋଇଛି, ତାହାର ହିସାବ ମାଗିଥିଲେ ପ୍ରଭାରୀ। ବ୍ଲକ୍‌ କମିଟି, ବୁଥ୍‌ କମିଟି ସବୁ ଗଢ଼ାଯାଇ ନ ଥିବାରୁ ସେ ଭୀଷଣ ଅସନ୍ତୋଷ ପ୍ରକାଶ କରିଥିଲେ। ୧୦ ଦିନ ଭିତରେ କମିଟି ଗଠନ କରି ପିସିସିକୁ ରିପୋର୍ଟ ପଠାଇବାକୁ ସେ କହିଥିଲେ। ‘ଦେଶ ପାଇଁ ଦାନ’ କାର୍ଯ୍ୟକ୍ରମରେ ଏ ଯାଏ ଦଳର ୯୦% କର୍ମୀ ୧୩୮ ଟଙ୍କା ଲେଖାଏ ଦେଇ ନାହାନ୍ତି ବୋଲି କହିଥିଲେ। ନିର୍ବାଚନରେ ପ୍ରାର୍ଥୀ ଲଢ଼ୁଛନ୍ତି, କିନ୍ତୁ ଦଳ ଏକାଠି ହୋଇପାରୁନି। ପରସ୍ପର ବିରୋଧରେ ଅଭିଯୋଗ ନ ଆଣି ଏକାଠି ଲଢ଼ିବା ଆବଶ୍ୟକ।

ସଂଗଠନର ନିଷ୍କ୍ରିୟତା ନେଇ ଅସନ୍ତୋଷ ଜାହିର କଲେ
ବୁଥ୍‌ ସ୍ତର ପର୍ଯ୍ୟନ୍ତ କମିଟି ଗଢ଼ିବାକୁ ଜିଲ୍ଲା, ବ୍ଲକ୍‌ କଂଗ୍ରେସ ସଭାପତିଙ୍କୁ ତାଗିଦ୍‌
୨୧ରୁ ବସ୍‌ରେ ଜନସମ୍ପର୍କ ଯାତ୍ରା କରିବେ କଂଗ୍ରେସ ନେତା
ଜଣେ ବିଧାୟକଙ୍କୁ ଦିଆଯିବ
୩ ନିର୍ବାଚନମଣ୍ଡଳୀ ଦାୟିତ୍ବ

ଶ୍ରୀ କୁମାର ସିଧାସଳଖ ଜଣାଇ ଦେଇଥିଲେ ଯେ, ମୁଁ ଏଥର ଲୋକସଭା ନିର୍ବାଚନ ଲଢ଼ିବି ନାହିଁ, କଂଗ୍ରେସ ସଭାପତି ମାଲିକାର୍ଜ୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠାର ସହ ସମ୍ପାଦନ କରିବି। ଆବଶ୍ୟକ ପଡ଼ି‌ଲେ ମୁଁ ଭୁବନେଶ୍ବରରେ ରହିବି। ବୁଥସ୍ତରର ଜଣେ ସାଧାରଣ କର୍ମୀ ମୋତେ ବିନା ଦ୍ୱିଧାରେ ସାକ୍ଷାତ କରି ସଂଗଠନ ସମ୍ପର୍କରେ ଜଣାଇପାରିବେ। ସବୁ ‌ନେତାଙ୍କ ତଥ୍ୟ ମୋ ପାଖରେ ରହିଛି। ବିଜେଡି, ବିଜେପି ସହ ସମ୍ପର୍କ ରଖିଲେ ଟିକେଟ୍‌ ଦେବିନି।ପ୍ରଭାରୀ ସୂଚନା ଦେଇଥିଲେ ଯେ ଆସନ୍ତା ସାଧାରଣ ନିର୍ବାଚନରେ ଜଣେ ଜଣେ ବିଧାୟକଙ୍କୁ ନିଜ ନିର୍ବାଚନମଣ୍ଡଳୀ ସହ ଆଉ ତିନି ନିର୍ବାଚନମଣ୍ଡଳୀର ଅତିରିକ୍ତ ଦାୟିତ୍ବ ଦିଆଯିବ। ପାଣ୍ଠିରୁ ସଂଗଠନ ପର୍ଯ୍ୟନ୍ତ ସେହି ନିର୍ବାଚନମଣ୍ଡଳୀଗୁଡ଼ିକର ସବୁ କଥା‌ ସେହି ବିଧାୟକ ବୁଝିବେ। ୨୧ ତାରିଖରୁ ରାଜ୍ୟରେ କଂଗ୍ରେସର ବସ୍‌ ବୁଲିବ। ଦଳର ବିଧାୟକ, ସାଂସଦଙ୍କ ସହ ତୁଙ୍ଗ ନେତା ଏହି ବସ୍‌ରେ ୩୦ ଜିଲ୍ଲା ବୁଲିବେ। ପୂର୍ବରୁ ସେହି ଅଞ୍ଚଳର ସମସ୍ୟା ଓ ରାଜ୍ୟର ସମସ୍ୟାକୁ ନେଇ ପ୍ରସ୍ତୁତ କରାଯାଇଥିବା ଲିଫ୍‌ଲେଟ୍‌କୁ ଲୋକଙ୍କୁ ବାଣ୍ଟିବେ। ମୋଦୀ ଓ ନବୀନ ସରକାରର ଜନବିରୋଧୀ ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ସ‌ଚେତନ କରାଇବେ। ଜିଲ୍ଲାରେ ସବୁବେଳେ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଜିଲ୍ଲା ସଭାପତି ସାମ୍ବାଦିକ ସମ୍ମିଳନୀ କରିବେ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋଦୀ ଓ ନବୀନ ଶାସନରେ ସାଧାରଣ ଜନତା ଅତିଷ୍ଠ। ୨୦୨୪ ବର୍ଷଟି ପରିବର୍ତ୍ତନର ବର୍ଷ ହେବ। ଭ୍ରଷ୍ଟାଚାରୀ ଶାସନକୁ କ୍ଷମତାଚ୍ୟୁତ କରିବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶରତ ରାଉତ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ସପ୍ତଗିରି ଉଲ୍ଲାକା, ଶିବାନନ୍ଦ ରାୟ, ରମେଶ ଜେନା, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥୀ ଗମାଙ୍ଗୋ, ରଣଜିତ ପାତ୍ର, ୟାସିର ନୱାଜ, ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ମହାପାତ୍ର, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ସଂଜୀବ ଗିରି ଓ ହେମନ୍ତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button