କେବିସିର ଏମିତି ଏକ ଅଧ୍ୟାୟ ଯେଉଁଥିରେ ପ୍ରତିଯୋଗୀଙ୍କ ପାଦସ୍ପର୍ଶ କରିଥିଲେ ଅମିତାଭ….. – Kalinga News

[ad_1]
ମୁମ୍ବାଇ: ‘କୌନ ବନେଗା କରୋଡପତି ସିଜନ- ୧୫’ ଶେଷ ହୋଇଯାଇଛି। ଶେଷ ଅଧ୍ୟାୟରେ ଫ୍ୟାନ୍ସଙ୍କ ଠାରୁ ବିଦାୟ ନେବାବେଳେ ଅମିତାଭ ବଚ୍ଚନ ଭାବବିହ୍ବଳ ହୋଇଯାଇଥିଲେ। ସୁପରଷ୍ଟାରଙ୍କୁ ଟେଲିଭିଜନ ପରଦାରେ ବାସ୍ତବରେ କାନ୍ଦୁଥିବା ଦେଖି ଅମିତାଭଙ୍କ ଫ୍ୟାନ୍ସମାନେ ଦୁଃଖୀ ହୋଇଯାଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
‘କୌନ ବନେଗା କରୋଡପତି’ ସୋ’ର ବ୍ୟବହାରକାରୀମାନଙ୍କ ପାଇଁ ଏହା ଏକ କୁଇଜ ସୋ’ ନୁହେଁ ବରଂ ଇମୋସନର ସୋ’।
କେବିସର ବିଭିନ୍ନ ସିଜନରେ ବିଭିନ୍ନ ପ୍ରକାର ଘଟଣା ଘଟିଥାଏ। ସିଜନ-୧୧ରେ କେବିସିରେ ଇନଫୋସିସର ପ୍ରତିଷ୍ଠାତା ଚେୟାରପର୍ସନ ସୁଧା ମୂର୍ତ୍ତି ପହଞ୍ଚିଥିଲେ। ଅମିତାଭ ସୁଧାଙ୍କୁ ସମ୍ମାନ ଜଣାଇବା ପାଇଁ ତାଙ୍କ ପାଦସ୍ପର୍ଶ କରି ସ୍ବାଗତ କରିଥିଲେ। ବିଗବିଙ୍କ ଏହି ସ୍ବଭାବ ଦେଖି ତାଙ୍କ ଫ୍ୟାନ୍ସମାନେ ଖୁବ ପ୍ରଶଂସା କରିଥିଲେ।
ଏଥିସହିତ କେବିସି ସିଜନ-୧୪ରେ ଅଭିଷେକ ବଚ୍ଚନ ବାପା ଅମିତାଭ ବଚ୍ଚନଙ୍କୁ ସରପ୍ରାଇଜ ଦେଇଥିଲେ। କେବିସି ସେଟରେ ଅଭିଷେକ ବିଗ ବିଙ୍କ ଜନ୍ମଦିନକୁ ଆଡମ୍ବରରେ ପାଳନ କରିଥିଲେ। ଏହି ଅବସରରେ ଅଭିଷେକ ଉପସ୍ଥାପକ ଭାବେ ଚୌକିରେ ବସିଥିବା ବେଳେ ଅମିତାଭଙ୍କୁ ଗେଷ୍ଟ ଭାବେ ହଟସିଟରେ ବସାଇଥିଲେ।
କେବିସି ସିଜନ-୧୫ର ଶେଷ ଅଧ୍ୟାୟରେ ଅମିତାଭ କହିଥିଲେ, ‘ବନ୍ଧୁଗଣ। ଆମେ ବର୍ତ୍ତମାନ ଯାଉଛି। ଆଉ ଏହି ପର୍ଯ୍ୟାୟ ଦେଖିବାକୁ ମିଳିବ ନାହିଁ। ଆଉ ଆମେ ଏଠାକୁ ଆସିବୁ ନାହିଁ। ଏହି ମଞ୍ଚରେ ମୁଁ ଶେଷଥର ସମସ୍ତଙ୍କୁ କହିବାକୁ ଯାଉଛି ଶୁଭରାତ୍ରୀ।’
[ad_2]