ଟଙ୍କା ଦେଇ ଫିଲ୍ମର ‘ରିଭ୍ୟୁ’ ଓ ‘ରେଟିଙ୍ଗ୍ସ’ ଭଲ କରୁ: କରଣ ଜୋହର – Kalinga News

[ad_1]
ମୁମ୍ବାଇ: ଫିଲ୍ମର ରେଟିଂ ସିଷ୍ଟମ ପଛର ଅସଲ କାହାଣୀ ଜଣାଇ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବଲିଉଡର ଅନ୍ୟତମ ପ୍ରମୁଖ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ଫିଲ୍ମ ରିଲିଜ ହେବା ପୂର୍ବରୁ ସେ କିଭଳି ଭିନ୍ନ ଭିନ୍ନ ଷ୍ଟାର ରେଟିଂ ସହିତ ପୋଷ୍ଟର ପ୍ରସ୍ତୁତ କରନ୍ତି ତାହା ଜଣାଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାକ୍ଷାତକାରରେ କରଣ କହିଛନ୍ତି ଯେ, “ଅନେକ ଥର ଆମେ ଆମର ପିଆରକୁ ପଠାଇ ଫିଲ୍ମର ପ୍ରଶଂସା କରିବାକୁ କହୁ। ଫିଲ୍ମ ଭଲ ହୋଇନଥିଲେ ବି ସେମାନେ ପ୍ରଶଂସା କରନ୍ତି। ସମସ୍ତେ ଚାହାନ୍ତି ସମସ୍ତଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍ ହେଉ। ମୁଁ ବି ଚାହେଁ। ବେଳେବେଳେ ଫିଲ୍ମର କାହାଣୀ ଭଲ ଥିବାରୁ ଲୋକେ ତାକୁ ପସନ୍ଦ କରନ୍ତି। ହେଲେ କିଛି ଫିଲ୍ମ ଏଭଳି ଥାଏ, ଯାହାକୁ ଲୋକେ ପସନ୍ଦ କରନ୍ତି ନାହିଁ। ସେହି ସମୟରେ ଜଣେ ପ୍ରଯୋଜକ ଭାବେ ମୁଁ ‘ରିଭ୍ୟୁ’ ଓ ‘ରେଟିଙ୍ଗ୍ସ’ ପାଇଁ ଟଙ୍କା ଖର୍ଚ୍ଚ କରେ, ଯାହା ଦ୍ବାରା ଭିଡିଓ ମାଧ୍ୟମରେ ଲୋକଙ୍କ ପାଖରେ ଫିଲ୍ମଟି ଭଲ ବୋଲି ସୂଚନା ପହଞ୍ଚିବ ଏବଂ ସେମାନେ ହଲ୍ ଯାଇ ଫିଲ୍ମ ଦେଖିବେ। ଲୋକଙ୍କୁ ମୁଣ୍ଡରେ ଫିଲ୍ମଟି ଏକ ହିଟ୍ ଫିଲ୍ମ ବୋଲି ଧାରଣା ତିଆରି କରିବାକୁ ଆମକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।”
“We send PR to our *own people* & ask them to praise the film.We create the *HIT* perception.Sometimes they even use same lines to praise,then we realise that we have to be creative here also.”#KaranJohar basically admitting to everything #SandeepReddyVanga accused *critics* of. pic.twitter.com/MOjEbqdPos
— Raymond. (@rayfilm) January 1, 2024
ସେ ଆହୁରି କହିଛନ୍ତି ଯେ, “ଫିଲ୍ମ ରିଲିଜ୍ ପରେ ପ୍ରଯୋଜକର କାମ ଆରମ୍ଭ ହୁଏ। ଫିଲ୍ମଟି ସେତେ ଭଲ ନୁହେଁ ଜାଣିବା ପରେ ପ୍ରଯୋଜକ ସିନେ ସମୀକ୍ଷକମାନଙ୍କୁ ଟଙ୍କା ଦେଇ ଫିଲ୍ମ ବିଷୟରେ ପ୍ରଶଂସା କରିବାକୁ କହିଥାଏ। ପରେ ଏହାକୁ ଅଧିକରୁ ଅଧିକ ସେୟାର କରାଯାଇ ଲୋକଙ୍କ ମୁଣ୍ଡରେ ଏହି ଧାରଣା ତିଆରି କରାଯାଏ ଯେ, ଫିଲ୍ମଟି ବହୁତ ଭଲ। ଏହା ଦ୍ବାରା ଲୋକେ ପ୍ରେକ୍ଷାଳୟ ଆସନ୍ତି।”
[ad_2]