ରାଜ୍ୟ

ମହିଳାମାନେ କେଉଁ ଓଷା କଲେ ଘରେ ସୁଖ, ସମ୍ପତ୍ତି, ଅର୍ଥ ଓ ଗୋପଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ, ଏହା ସହ ପଢନ୍ତୁ ଆହୁରି 15 ଟି ଅନୁଚିନ୍ତା

ମହିଳାମାନେ ବିଭିନ୍ନ ଓଷାବ୍ରତ ଜୀବନରେ ପାଳନ କରିବା ଉଚିତ, ଏହାଦ୍ବାରା ଜୀବନ ସୁଖମୟ ହେବା ସହ ଧର୍ମ, ଅର୍ଥ, ଗୋପ, ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ମହିଳା ପଣ୍ଡୁଓଷା କରିବା ଦ୍ଵାରା ପୁତ୍ର ପ୍ରାପ୍ତି ହୋଇଥାଏ । ସେହିପରି ଷଷ୍ଠୀ ଓଷା କରିବା ଦ୍ଵାରା ସନ୍ତାନ ଦୀର୍ଘାୟୁ ଏବଂ ରୋଗମୁକ୍ତ ହୋଇଥାଏ । ମହିଳାମାନେ ବୁଧେଇ ଓଷା କରିବା ଦ୍ଵାରା ରୋଗ ନାଶ ହେବା ସହ ସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ସାବିତ୍ରୀ ବ୍ରତ କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ହୋଇଥାନ୍ତି ।

ବଡ ଓଷା, ଦ୍ଵିତୀୟ ଓଷା ଏବଂ ବାଟ ଓଷା କରିବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ । ସୁଦଶା ବ୍ରତ କରିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଶାମ୍ବ ଦଶମୀ ପାଳନ କରିବା ଦ୍ଵାରା ସନ୍ତାନ ମାନଙ୍କୁ ରୋଗ ହୋଇ ନଥାଏ । ଯେଉଁ ମହିଳାମାନେ ନାଗ ଚତୁର୍ଥୀ ବ୍ରତ ପାଳନ କରନ୍ତି ସେମାନଙ୍କୁ ସର୍ପଭୟ ଦୂର ହୋଇଥାଏ ଏବଂ ମାଣଓଷା କରିବା ଦ୍ଵାରା ଧନଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ ।

ଯେପରି ମନୁଷ୍ୟ ଦରିଦ୍ର ହେଲେ ସ୍ଵଭାବ ନଷ୍ଟ ହୋଇଥାଏ ସେହିପରି ବୁଦ୍ଧି ଭ୍ରଷ୍ଟ ହେଲେ ଜୀବନ ନଷ୍ଟ ହୋଇଥାଏ ଏବଂ ଯେପରି ଚିକିତ୍ସକ ମାନେ ରୋଗର ବଳ ଜାଣିଥାନ୍ତି ସେହିପରି ବିଦ୍ଵାନମାନେ ପଣ୍ଡିତଙ୍କ ବୁଦ୍ଧିବଳ ଜାଣିଥାନ୍ତି । ଯେପରି ଚୋର ପ୍ରକୃତିର ଲୋକଙ୍କର ଧର୍ମ ଜ୍ଞାନ ନଥାଏ ଏବଂ କାମାତୁର ଲୋକଙ୍କର ଲଜ୍ୟା କି ଭୟ ନଥାଏ ସେହିପରି କୃତକର୍ମ ଭୋଗ ବିନା ମୁକ୍ତି ନଥାଏ ।

ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ କିମ୍ବା କଳିଝଗଡା ଲାଗିଲେ ଘରେ ଅଭାବ ଅସୁବିଧା ଦେଖା ଦେଇଥାଏ ଏବଂ ଘରେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ଘରର ପ୍ରବେଶ ଦ୍ଵାରରେ ମୃତ ଆତ୍ମୀୟ ସ୍ଵଜନଙ୍କ ଫଟୋ ଲଗାଇବା ଉଚିତ ନୁହେଁ, ଏହା ଗୃହ ପାଇଁ ବହୁତ ଅଶୁଭ ହୋଇଥାଏ ଏବଂ ରୋଷେଇ ଘରର କାନ୍ଥ ଗୋଲାପି କିମ୍ବା ହଳଦିଆ ରଙ୍ଗ କରିବା ଉଚିତ, ଏହାଦ୍ବାରା ଶୁଭ ଏବଂ ମଙ୍ଗଳକରି ପରିଣାମ ମିଳିଥାଏ ।

ଗୁଟୁଖା ଅଭ୍ଯାସ ଛାଡିବା ପାଇଁ କିସମିସ, ଡାଲଚିନି ଏବଂ ଗୋଲମରିଚକୁ ଗୁଣ୍ଡ କରି ଗୁଟୁଖା ବଦଳରେ ଖାଇବା ଦ୍ଵାରା ଗୁଟୁଖା ଅଭ୍ଯାସ ଦୂର ହୋଇଥାଏ । ହରିଡା ଏବଂ କିସମିସକୁ ଭଲଭାବେ ଶୁଖାଇ ଚୂର୍ଣ୍ଣ କରି ସକାଳେ ଏବଂ ସନ୍ଧ୍ୟାରେ ଏକ ଚାମୁଚ ଲେଖାଏଁ କିଛିଦିନ ଖାଇବା ଦ୍ଵାରା ପେଟ ଗ୍ଯାସ ସମସ୍ଯା ସଂପୂର୍ଣ୍ଣ ଭାବେ ଦୂର ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ସନ୍ତାନ ଚାହୁଁଥିବା ନବ ଦମ୍ପତ୍ତିମାନେ ଶୋଇବା ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ଲଗାଇବା ଉଚିତ । ଏହାଦ୍ବାରା ମଙ୍ଗଳ ହୋଇଥାଏ ଏବଂ ଘରେ କଣ୍ଟାଯୁକ୍ତ କିମ୍ବା କ୍ଷୀର ବାହାରୁଥିବା ଗଛ ଲଗାଇବା ଉଚିତ ନୁହେଁ । ପିଲାଙ୍କ ପେଟ ଫାମ୍ପୁଥିଲେ ପାନମଧୁରୀ ଭିଜା ହୋଇଥିବା ପାଣିରେ ମା କ୍ଷୀର ମିଶାଇ ପିଆଇବା ଦ୍ଵାରା ତାହା ଦୂର ହୋଇଥାଏ । ପିଲାଙ୍କର ରକ୍ତଝାଡା ହେଉଥିଲେ ଘି କୁଆଁରୀ ରସରେ ଚିନି ମିଶାଇ ପିଆଇବା ଦ୍ଵାରା ତାହା ଦୂର ହୋଇଥାଏ ।

କାଗିଜି ଲେମ୍ବୁ ନିୟମିତ ଭାବେ ଖାଦ୍ଯରେ ବ୍ୟବହାର କରିବା ଦ୍ଵାରା ଏହା ବାତନାଶକ, ଅମ୍ଳ ନାଶକ, ଜୀର୍ଣ୍ଣକାରକ। କଫନାଶକ ଏବଂ ସମସ୍ତ ରୋଗକୁ ପ୍ରତିରୋଧ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button