ଜ୍ୟୋତିଷ

Jyotisha Shastra- ସ୍ତ୍ରୀର ଏହି ( 3 ଅଭ୍ୟାସ ) ସ୍ୱାମୀକୁ କରିଥାଏ କୋଟିପତି

ପ୍ରତେକ ଝିଅର କିଛି ନା କିଛି ଭଲ ଗୁଣ ଥାଏ କିନ୍ତୁ ଏହି ୩ ଟି ଅଭ୍ଯାସ ଥିବା ସ୍ତ୍ରୀ ସ୍ୱାମୀକୁ କରି ଥାଏ କୋଟିପତି । ଯେତେବେଳେ ଗୋଟେ ଝିଅ ବାହା ହୋଇ କାହା ଘରକୁ ଯାଇଥାଏ ତେବେ ସେ ସେଇ ଘର କୁ ସ୍ଵର୍ଗ କରିଦେଇଥାଏ, ପୁରାଣ ଅନୁସାରେ ଯଦି ଆପଣ ଏକ ସୁଖ ଗୃହସ୍ତ ଜୀବନ ଚାହୁଁଛନ୍ତି ତେବେ ପୁରୁଷ ମାନେ ବିଶେଷ ଗୁଣ ଥିବା ସ୍ତ୍ରୀ ମାନକୁଁ ବିବାହ କରିବା ଉଚିତ । ଏହି ଭଳି ସ୍ତ୍ରୀ ମାନଙ୍କୁ ସ୍ୱୟଂ ମାତା ଲଷ୍ମୀଙ୍କର ସ୍ୱରୂପ କୁହା ଯାଇଥାଏ ।

ଏମାନେ ଯଉଁ ଘରକୁ ଯାଇ ଥାନ୍ତି ସେ ଘରେ ହସ ଖୁସି ଲାଗି ରହିଥାଏ ଏବଂ ଟଙ୍କା ପଇସାର ଅଭାବ ରହି ନଥାଏ । ଯେଉଁ ସ୍ତ୍ରୀ ମାନଙ୍କର ଏଭଳି ଅଭ୍ୟାସ ବା ଗୁଣ ରହିଥାଏ ସେମାନେ ସ୍ୱାମୀ ଓ ପରିବାର ପାଇଁ ବହୁତ ଭାଗ୍ୟଶାଳି ହୋଇ ଥାନ୍ତି । ଏହି ସ୍ତ୍ରୀ ମାନଙ୍କର ଏହି ସବୁ ଅଭ୍ୟାସ ଦ୍ବାରା ତାଙ୍କର ସ୍ୱାମୀ ଓ ପରିବାର ବହୁତ ଶୀଘ୍ର ଧନବାନ ହୋଇଥାନ୍ତି । ତେବେ ଆଜି ଆମେ ଜାଣିବା ଯେ କେଉଁ ୩ ଟି ଅଭ୍ୟାସ ବା ଗୁଣ ଥିବା ସ୍ତ୍ରୀ ମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୧- ଯେଉଁ ସ୍ତ୍ରୀ ମାନେ ଧର୍ମର ମାର୍ଗରେ ଚାଲି ଥାନ୍ତି ଏବଂ ନିଜର ଜୀବନକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଭଗବାନଙ୍କ ଉପରେ ବିଶ୍ବାସ ରଖିଥାନ୍ତି ସେହିପରି ସ୍ତ୍ରୀ ଲୋକ ମାନେ ଭଲ ଗୁଣର ହୋଇଥାନ୍ତି ଏମାନଙ୍କର ଏହି ଗୁଣ ଯୋଗୁଁ ଘରେ ସବୁବେଳେ ହସ ଖୁସି ଲାଗି ରହିଥାଏ ଓ ସ୍ୱାମୀ ସହିତ ଏମାନେ ଘର ର ସଦସ୍ୟ ମାନକୁ ଖୁସି ରେ ରଖି ଥାନ୍ତି ଏହି ଭଳି ସ୍ତ୍ରୀ ଲୋକ ମନେ ମାତା ଲକ୍ଷ୍ମୀ ଙ୍କର ପ୍ରଥମ ପସନ୍ଦ ହୋଇଥାନ୍ତି ।

୨- ଯେଉଁ ସ୍ତ୍ରୀ ଲୋକ ମାନଙ୍କର ଇଚ୍ଛା ସୀମିତ ରହି ଥାଏ ତେବେ ତାଙ୍କ ସ୍ୱାମୀ ସବୁବେଳେ ଖୁସିରେ ରହି ଥାନ୍ତି । ଏହା ଛଡା ଯେଉଁ ସ୍ତ୍ରୀ ସବୁବେଳେ ସବୁ ପରିସ୍ଥିତିରେ ସ୍ୱାମୀଙ୍କର ପାଖରେ ରହିଥାଏ ସେହି ଦମ୍ପତି ସବୁବେଳେ ସୁଖମୟ ଜୀବନ ଅତିବାହିତ କରିଥାନ୍ତି । ଯଦି ଆପଣଙ୍କ ସ୍ତ୍ରୀ ମନରେ କ୍ରୋଧର ଭାବନା ନରହିବ ତେବେ ଆପଣ ଖୁସିରେ ଜୀବନ ଯାପନ କରିବେ । ପ୍ରତେକ ସ୍ୱାମୀ ଇଚ୍ଛା ପ୍ରକାଶ କରିଥାନ୍ତି ଯେକି ତାଙ୍କ କଥାକୁ ବୁଝୁ ଥିବ ବିନା କାରଣରେ ରାଗିବ ନାହିଁ ସବୁବେଳେ ସନ୍ତୁଷ୍ଟ ରହୁଥିବ ଏହି ଭଳି ସ୍ତ୍ରୀ ରହୁଥିବା ଘରେ କେବେ ବି ଧନ ଅଭାବ ରହି ନଥାଏ ।

୩- ସ୍ତ୍ରୀ କଥା ଏବଂ ଭାଷା ଜଦି ଭଲ ରହୁଥିବ ତେବେ ସ୍ୱାମୀଙ୍କ ଘରେ ସବୁବେଳେ ଖୁସିର ପରିବେଶ ଲାଗି ରହିଥାଏ କିନ୍ତୁ କେତେକ ସ୍ତ୍ରୀ ମାନେ ଘରେ କଟୁ କଥା ଶଦ୍ଧ କହିଥାନ୍ତି ଓ ସବୁବେଳେ ବିବାଦ ମଧ୍ୟ କରିଥାନ୍ତି ତେବେ ସେହି ଘରେ କେବେବି ସୁଖ ଆସି ନଥାଏ । ସେଥିପାଇଁ ସବୁବେଳେ ଘରେ ସମସ୍ତଙ୍କୁ ମଧୁର ବଚନ କହିବା ଉଚିତ ଏମିତି ସ୍ତ୍ରୀମନେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button