ଦେଶ- ବିଦେଶ

୭ ବର୍ଷ ବୟସରେ ଖେଳ ଖେଳରେ ଉଲଂଘନ କରିଥିଲା ବର୍ଡର, ୩୪ ବର୍ଷ ହେବ ପାକିସ୍ତାନର ଜେଲରେ ବନ୍ଦ ଅଛି ଏହି ନିରୀହ, ଭାବୁକ କରିଦେବ ତାଙ୍କ କାହାଣୀ

ପାକିସ୍ତାନରେ ଭାରତର କେତେକ ସପୁତଙ୍କୁ ଆଜୀବନ କାରାଦଣ୍ଡ ହୋଇଛି, ଯେଉଁମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କୁ ବାହାରି ସାରି ଛନ୍ତି ଏବଂ ଅନ୍ୟ କିଛି ଲୋକମାନେ ଆଜି ପର୍ଯ୍ୟନ୍ତ ବି ଜେଲରେ ବିନା ଦୋଷରେ ଦଣ୍ଡ ଭୋଗୁଛନ୍ତି ଏବଂ କିଛି ଲୋକମାନେ ତ ଏହି ଦୁନିଆକୁ ଅଲବିଦା ବି କହିସାରିଛନ୍ତି । ପାକିସ୍ତାନ ସୀମାକୁ ଯିଏ ବି କ୍ରସ କରିଥାଏ ତାକୁ ଭାରତୀୟ ଜାସୂସ କହି ବନ୍ଦୀ କରିଦିଆଯାଏ ।

କିଛି ଏହିଭଳି ହିଁ ହୋଇଛି ଅମୃତସର ଜିଲ୍ଲାରେ ଗୋଟିଏ ପରିବାର ସହିତ । ଯାହାର ପୁଅ ୩୪ ବର୍ଷ ହେବ ପାକିସ୍ତାନର କୋଟ ଲଖପତ ଜେଲରେ ବନ୍ଦୀ ଅଛି । ସେହି ବ୍ୟକ୍ତିର ଦୋଷ କେବଳ ଏତିକି ଥିଲା କି ୭ ବର୍ଷ ବୟସରେ ଖେଳୁ – ଖେଳୁ ଉଲଂଘନ କରିଥିଲା ବର୍ଡର । ଏବଂ ତାକୁ ମିଳିଗଲା ଏତେ ବଡ ଦଣ୍ଡ ।

୭ ବର୍ଷ ବୟସରେ ଖେଳୁ – ଖେଳୁ ଉଲଂଘନ କରିଥିଲା ବର୍ଡର

ଅମୃତସରର ଅଜନାଲା ସେକ୍ଟରରେ ଥିବା ରାବୀ ନଦୀ ନିକଟରେ ଥିବା ଏକ ଗ୍ରାମ ବେଦୀ ଛନ୍ନାର ରତନ ସିଂହଙ୍କର କହିବା ଅଟେ କି ୧୯୮୫ରେ ଯେତେବେଳ ସେ ଚାଷ ଜମିକୁ ଯାଇଥିଲେ ସେତେବେଳେ ତାଙ୍କର ୭ ବର୍ଷର ପୁଅ ନାନକ ସିଂହ ଖେଳୁ ଖେଳୁ ପାକିସ୍ତାନ ସୀମା ପାର କରି ଦେଇଥିଲା । ଏହା ପରେ ପାକିସ୍ତାନୀ ରେଂଜର୍ସଙ୍କ ସହିତ ସମ୍ପର୍କ କରାଗଲା ତେବେ ସେ ତାକୁ ଫେରାଇବା ପାଇଁ ମନା କରିଦେଲେ ।

ପୁଣି ଏହି ମାମଲା ଥାନା ରାମଦାସ ପର୍ଯ୍ୟନ୍ତ ପହଞ୍ଚିଲା । ତେବେ ପାକିସ୍ତାନ ତରଫରୁ କୁହାଗଲା କି, ତାଙ୍କର କିଛି ମଇଁଷି ଫେରାଇଲେ ସେମାନେ ତାହା ବଦଳରେ ନାନକ ସିଂହଙ୍କୁ ଫେରାଇବେ ବୋଲି କହିଲେ । କିନ୍ତୁ ଏହି ପରିବାର ନା ମଇଁଷି ଖୋଜି ପାରି ଥାନ୍ତା ଏବଂ ନା ହିଁ ନୂଆ ମଇଁଷି କିଣି ପାରି ଥାନ୍ତା । ଏହି କାରଣରୁ ସେ କେବେ ବି ଫେରି ପାରିଲା ନାହିଁ ଏବଂ ବୁଢା ବାପା – ମା ନିଜର ପୁଅର ଅପକ୍ଷାରେ ରହିଗଲେ ।

ଭିଖୀବିଂଡର ସରବଜୀତ ସିଂହଙ୍କ ସହିତ ନାନକ ସିଂହଙ୍କର ମାମଲା ବି ଉଠା ଯାଇଥିଲା । କିନ୍ତୁ ଅଶିକ୍ଷା ଏବଂ ଦରିଦ୍ରତା ଦୁଇଟି ହିଁ ଏମାନଙ୍କ ଆଗରେ କାନ୍ଥ ହୋଇ ଛିଡା ହୋଇଗଲା । ସେଥିପାଇଁ ଏହି ମାମଲା ଅଧିକ ଚର୍ଚାର ବିଷୟ ହୋଇ ପାରିଲା ନାହିଁ ।

କହିବାକୁ ଗଲେ ୧୯୯୦ – ୯୧ରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଲୋକମାନଙ୍କର ଏକ ସୂଚୀ କରାଯାଇଥିଲା । ସେଥିରେ ନାନାକ ସିଂହ ବି ପାକିସ୍ତାନ ଜେଲରେ ବନ୍ଦୀ ଥିଲେ । ଲିସ୍ଟ ଅନୁସାରେ ନାନକ ସିଂହଙ୍କର ପିତାଙ୍କର ନାମ, ଠିକଣା ସବୁ ଠିକ ଥିଲା କିନ୍ତୁ ତାଙ୍କର ନାମକୁ ଚେଞ୍ଜ କରି କକ୍କଡ ସିଂହ କରା ଦିଆଯାଇଥିଲା । ତାଙ୍କ ବାପା – ମାଙ୍କର ଶେଷ ଇଛା ଅଛି କି ସେ ମରିବା ପୂର୍ବରୁ ନିଜ ପୁଅର ଚେହେରାକୁ ମନ ଭରି ଦେଖିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button