ଦେଶ- ବିଦେଶ

ନିଜର ପରିଚୟ ଲୁଚାଇ ରହୁଥିବା ଅଜଣା ବାବା ହିଁ ଥିଲେ ସୁଭାଷ ଚନ୍ଦ୍ର ବୋସ, ଆମେରିକା ଏକ୍ସପର୍ଟଙ୍କର ଦାବି କି …

ଦେଶର ବଡ କ୍ରାନ୍ତିକାରୀ ପଲିଟିକାଲ ଲିଡର ସୁଭାଷ ଚନ୍ଦ୍ର ବୋସଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । କୁହାଯାଏ କି ବିଦେଶରୁ ଭାରତକୁ ଆସୁଥିବା ସମୟରେ ତାଙ୍କର ପ୍ଲେନ କ୍ରାଶ ହୋଇଯାଇଥିଲା ଓ ଆଜାଦିର ଦୁଇ ବର୍ଷ ପୂର୍ବେ ହିଁ ତାଙ୍କର ନିଧନ ହୋଇଯାଇଥିଲା । କିନ୍ତୁ କିଛି ଲୋକମାନଙ୍କର କହିବା ଅଟେ କି ତାଙ୍କର ମୁର୍ତ୍ୟୁର କୌଣସି ପ୍ରମାଣ ମିଳି ନାହିଁ ଏବଂ ସେ ଆଜି ବି ଜୀବିତ ଅଛନ୍ତି ।  କିନ୍ତୁ କିଛି ବର୍ଷ ହେବ ଲୋକମାନଙ୍କର କହିବା ଅଟେ ନିଜର ପରିଚୟ ଲୁଚାଇ ରହୁଥିବା ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋସ ଅଟନ୍ତି ।

ନିଜର ପରିଚୟ ଲୁଚାଇ ରହୁଥିବା ଗୁମନାମୀ ବାବା ହିଁ ଥିଲେ ସୁଭାଷ ଚନ୍ଦ୍ର ବୋସ

ଏହି କାହାଣୀର ଆରମ୍ଭ ସେପ୍ଟେମ୍ବର, ୧୯୮୫ରେ ହୋଇଥିଲା । ଯେତେବେଳେ ଆଯୋଧ୍ୟା ସହରରେ ଶିବିଲ ଲାଇନ୍ସ ସ୍ଥିତ ରାମ ଭବନରେ ଗୁମନାମୀ ବାବା ବା ଭଗବାନଙ୍କର ମୃତ୍ୟୁ ହୋଇଗଲା । ସେତେବେଳେ ଗୁମନାମୀ ବାବାଙ୍କର ମୃତ୍ୟୁର ଦୁଇ ଦିନ ପରେ ଗୋପନୀୟ ଭାବରେ ତାଙ୍କର ଅନ୍ତିମ ସଂସ୍କାର କରଯାଇଥିଲା ।

ତାଙ୍କର ମୁର୍ତ୍ୟୁ ପରେ କିଛି ଲୋକମାନେ ତାଙ୍କର ଜିନିଷପତ୍ର ସବୁ ପାଇଥିଲେ ଓ ଏହା ପରେ କିଛି ଲୋକମାନଙ୍କର କହିବା ଅଟେ କି ସେ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି ସେ ସୁଭାଷ ଚନ୍ଦ୍ର ବୋସ ଅଟନ୍ତି ।

ଅଯୋଧ୍ୟାରେ ଗୁମନାମୀ ବାବା ଯେଉଁ ଯେଉଁ ଜାଗାରେ ରହିଛନ୍ତି ସେହି ସବୁ ଜାଗାରେ ରହିବାର ଉପାୟ ବହୁତ ଗୁପ୍ତ ଥିଲା । ସେହି ଅଞ୍ଚଳର ଲୋକମାନଙ୍କର କହିବା ଅଟେ କି ଗୁମନାମୀ ବାବା ଏହି ଅଞ୍ଚଳରେ ପାଖାପାଖି ୧୫ ବର୍ଷ ହେବ ରହିଥିଲେ । ୧୯୭୦ରେ ଗୁମନାମୀ ବାବା ଫୈଜାବାଦ ପହଞ୍ଚିଥିଲେ ଓ ଏହା ପରେ ସେ ଅଯୋଧ୍ୟାର ଲାକୋଠୀରେ ଏକ ଭଡାଘରେ ରହୁଥିଲେ

ଆପଣଙ୍କୁ କହିଦେଉଛୁ କି ଗୁମନାମୀ ବାବା ଯେଉଁ ରାମ ଭବନରେ ରହୁଥିଲେ ସେଠିକାର ମାଲିକ ଶକ୍ତି ସିଂହଙ୍କର କହିବା ଅଟେ କି ସହରର ଚିକିଶ୍ଚକ ଡା. ଆର.ପି ମିଶ୍ରଙ୍କ ଜରିଆରେ ଗୁମନାମୀ ବାବାଙ୍କର ସମ୍ପର୍କ ନଗରର ମଜିଷ୍ଟ୍ରେଟ ଓ ଦାଦା ଠାକୁର ଗୁରୁଦତ୍ତ ସିଂହଙ୍କ ସହିତ ଥିଲା । ଶକ୍ତି ସିଂହଙ୍କ କହିବା ଅଟେ କି ତାଙ୍କୁ ଦେଖା କରିବା ପାଇଁ ବହୁତ କମ ଲୋକ ଆସୁଥିଲେ ଏବଂ କିଛି ଲୋକମାନେ ରାତିରେ ଆସୁଥିଲେ ଓ ସକାଳେ ଯାଉଥିଲେ ।

ତାଙ୍କ ନାମରେ ଚିଠି ବି ଆସୁଥିଲା ଓ ସେ ପରଦା ପଛରେ ରହି ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିଲେ । ଗୁମନାମୀ ବାବାଙ୍କୁ ଇଂଗ୍ଲିଶ, ଜର୍ମାନ, ବଙ୍ଗଳା ସହିତ ବିଭିନ୍ନ ଭାଷା ବି ଜଣାଥିଲା ।

କିନ୍ତୁ ବର୍ତ୍ତମାନ ସୁଧା କୌଣସି ଠୋସ ପ୍ରମାଣ ତ ମିଳି ନାହିଁ କି ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋସ ଥିଲେ । କିନ୍ତୁ ଗୋଟିଏ ନୂଆ ବହି ଏହା କହିଛି କି ଆମେରିକାର ଗୋଟିଏ ହ୍ୟାଣ୍ଡରାଇଟିଙ୍ଗ ଏକ୍ସପର୍ଟ ସୁଭାଷ ଚନ୍ଦ୍ର ବୋସ ଓ ଗୁମନାମୀ ବାବାଙ୍କର ହ୍ୟାଣ୍ଡରାଇଟିଙ୍ଗ ର ଯାଞ୍ଚ କରିଥିଲେ । ଏହି ହ୍ୟାଣ୍ଡରାଇଟିଙ୍ଗ ଗୋଟିଏ ବ୍ୟକ୍ତିର ହିଁ ଅଟେ ବୋଲି ସେମାନେ କହିଥିଲେ । ତାଙ୍କ ଘରେ ତାଙ୍କର କିଛି ପୁରୁଣା ଫଟୋ ବି ଥିଲା । ଏହା ସବୁ ପ୍ରମାଣିତ କରେ କି ଗୁମନାମୀ ବାବା ଓ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଜଣେ ବ୍ୟକ୍ତି ଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button