ଦେଶ- ବିଦେଶ

ମଣିପୁରରେ ପୁଣି ହିଂସା, ଡ୍ରୋନ୍‌ ପରେ ରକେଟ୍‌ ହମ୍‌ଲା, ଜଣେ ମୃତ

ଣିପୁରରେ ପୁଣି ହିଂସା। ଭୟଙ୍କର ହେବାରେ ଲାଗିଛି ସ୍ଥିତି। କୁକି ଉଗ୍ରବାଦୀମାନେ ପୁଣି ଥରେ ସକ୍ରିୟ ହୋଇ ପଠିଛନ୍ତି। ଡ୍ରୋନ୍ ଆକ୍ରମଣ ପରେ ହୋଇଛି ରକେଟ୍ ମାଡ଼। ବିଷ୍ଣୁପୁର ଜିଲ୍ଲା ମୋଇରଙ୍ଗ ସହରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗ ସିଂହଙ୍କ ଘର ଉପରେ ରକେଟ୍ ଆକ୍ରମଣ ହୋଇଛି।

ଏହି ହମ୍ଲାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଛି।

ସେହିପରି ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରେ ଜଣେ ୧୩ ବର୍ଷୀୟ ବାଳିକା ରହିଛି। ରକେଟ୍ ମାଡ଼ରେ କମ୍ୟୁନିଟି ହଲ୍ ଓ ଅନ୍ୟ ଏକ ଘର କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ଯେ ପୂର୍ବତନ ମୁଖୃମନ୍ତ୍ରୀଙ୍କ ଘରେ ରକେଟ୍ ଆକ୍ରମଣ ସମୟରେ ସେଠାରେ ଏକ ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ, ରକେଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଛାତ ଉପରେ ପଡିଥିଲା।

ଦିନକରେ ଏହା ଥିଲା ଦ୍ୱିତୀୟ ରକେଟ୍ ଆକ୍ରମଣ। ଏହା ପୂର୍ବରୁ ଶୁକ୍ରବାର ସକାଳୁ ମୋଇରଙ୍ଗଠାରୁ ୪ କି.ମି. ଦୂର ଟ୍ରୋଙ୍ଗଲଓବି ଅଞ୍ଚଳରେ ରକେଟ୍ ଆକ୍ରମଣ ଘଟିଥିଲା। ଏଥିରେ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଛି। ପୋଲିସର ସୂଚନା ଅନୁସାରେ, ମୋଇରଙ୍ଗରେ କେବେ ବି ବନ୍ଧୁକ କିମ୍ବା ବୋମା ଆକ୍ରମଣ ହୋଇନଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଗତ ୧୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଉଗ୍ରବାଦୀମାନେ ରକେଟ୍ରେ ଆକ୍ରମଣ କରିଛନ୍ତି। ଏହାପୂର୍ବରୁ ଆକ୍ରମଣ ପାଇଁ ଡ୍ରୋନ୍ ସେମାନେ ବ୍ୟବହାର କରିଥିଲେ। ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ମଣିପୁର ସରକାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ କଲେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button