ଜ୍ୟୋତିଷ

ଯଦି କେହି ଆପଣଙ୍କୁ ବାରମ୍ବାର ଦୁଃଖ ଦଉଛି, ଅପମାନ କରୁଛି ତାହେଲେ ଆପଣ କ’ଣ କରିବେ? ଜାଣନ୍ତୁ

ଗୌତମ ବୁଦ୍ଧଙ୍କ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ପ୍ରସଙ୍ଗ ଏମିତି ଅଛି ଯେଉଁଥିରେ ଗୋଟିଏ ବ୍ୟକ୍ତି ବୁଦ୍ଧଙ୍କୁ ବହୁତ ଅପମାନ କଲା । ବୁଦ୍ଧଙ୍କ ଏହି ପ୍ରସଙ୍ଗରୁ ଆମ୍ଭମାନଙ୍କ ଜୀବନରେ ଏକ ଭଲ ଶିକ୍ଷା ମିଳିବ । ପ୍ରସଙ୍ଗ ଅନୁସାରେ ଥରେ ମହାତ୍ମା ବୁଦ୍ଧ ଗୋଟିଏ ଗାଁ ରେ ଉପଦେଶ ଦେଉଥିଲେ । ସେ କହିଲେ କ୍ରୋଦ୍ଧ ଗୋଟିଏ ପ୍ରକାରର ଅଗ୍ନି ଅଟେ । କ୍ରୋଦ୍ଧ କରୁଥିବା ବ୍ୟକ୍ତି ନିଜେ ବି ଜଳିଥାଏ ଓ ଅନ୍ୟକୁ ବି ଜଳାଇଥାଏ । କ୍ରୋଦ୍ଧରେ ବ୍ୟକ୍ତି ଅନ୍ୟକୁ କଷ୍ଟ ପହଞ୍ଚାଇବାକୁ ଚେଷ୍ଟା କରିଥାଏ । କିନ୍ତୁ ଏହି ଅବସ୍ଥାରେ ବ୍ୟକ୍ତି ଅନ୍ୟ ଠାରୁ ଅଧିକ ଚିନ୍ତାରେ ରହିଥାଏ ।

Image courtesy: Google

ଗୌତମ ବୁଦ୍ଧଙ୍କ ଏହି କଥା ସଭାରେ ବସିଥିବା ଜଣେ କ୍ରୋଦ୍ଧି ବ୍ୟକ୍ତି ଶୁଣୁଥିଲା । କ୍ରୋଦ୍ଧ ଉପରେ କୁହାଯାଇଥିବା କଥା ତାକୁ ବିଲକୁଲ ଭଲ ଲାଗିଲା ନାହିଁ । କ୍ରୋଦ୍ଧି ବ୍ୟକ୍ତି ସଭାରେ ଠିଆ ହେଲା ଓ ରାଗିକି ବୁଦ୍ଧଙ୍କୁ କହିଲା ଆରେ ଢୋଙ୍ଗି ତୁ ବଡ ବଡ କଥା କହୁଛୁ, ପ୍ରଥମେ ଏହାର ପାଳନ କରି ଦେଖା । ଲୋକଙ୍କ ବିରୁଦ୍ଧରେ କଥା କହିବାକୁ ତୋତେ ଲାଜ ଲାଗୁନି । ସେହି ବ୍ୟକ୍ତିର ଏହି ସବୁ କଥା ଶୁଣି ବୁଦ୍ଧ ଶାନ୍ତ ରହିଲେ ।

ଶାନ୍ତ ବୁଦ୍ଧଙ୍କୁ ଦେଖି ସେହି ବ୍ୟକ୍ତିକୁ ଆହୁରି ଅଧିକ ରାଗ ଲାଗିଲା । ସେ ତାଙ୍କ ପାଖକୁ ଯାଇଁ ତାଙ୍କ ମୁହଁ ଉପରେ ଥୁକି ଦେଲା । ବୁଦ୍ଧ ତାଙ୍କ ମୁହଁ ପୋଛିଲେ ଓ କହିଲେ ଆଉ କଣ କହିବାର ଅଛି ଯଦି କୁହ । ସେ କହିଲା ମୁଁ କିଛି କହୁଛି ତ ବୁଦ୍ଧ କହିଲେ ତୁମର ଏହି ପ୍ରକାର ବ୍ୟବହାର ତୁମ ରାଗର ଅଭିବ୍ୟକ୍ତ ଅଟେ । ଏହା ପରେ ସେହି ବ୍ୟକ୍ତି ବୁଦ୍ଧଙ୍କୁ ଆହୁରି କେତେ ଖରାପ କରି କହିଲା । ତା ପରେ ସେଠାରୁ ସେ ଚାଲିଗଲା । ଏହା ପରେ ସେହି ସଭା ସମାପ୍ତ ହୋଇଗଲା ଓ ବୁଦ୍ଧ ଅନ୍ୟ ଗାଁ କୁ ଚାଲିଗଲେ ।

Image courtesy: Google

ସକାଳୁ ଯେତେବେଳେ ସେହି ବ୍ୟକ୍ତିର ରାଗ ଶାନ୍ତ ହେଲା ତେବେ ତାକୁ ବହୁତ ପଶ୍ଚାତାପ ହେଲା ଓ ସେ ବୁଦ୍ଧଙ୍କୁ ଖୋଜିବା ପାଇଁ ଅନ୍ୟ ଗାଁ କୁ ଚାଲିଗଲା ଯେଉଁଠି ବୁଦ୍ଧ ପ୍ରବଚନ ଦେଉଥିଲେ । ସେହି ବ୍ୟକ୍ତି ବୁଦ୍ଧଙ୍କ ଚରଣରେ ପଡି କହିଲା କି ମୋତେ କ୍ଷମା କରି ଦିଅନ୍ତୁ ମୁଁ କାଲି ଆପଣଙ୍କ ସହ ବହୁତ ଖରାପ ବ୍ୟବହାର କଲି । ବୁଦ୍ଧ ତାଙ୍କୁ ପଚାରିଲେ କି ଆପଣ କିଏ? ଏହି କଥା ଶୁଣି ସେହି କ୍ରୋଦ୍ଧି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଗଲା ।

ସେ କହିଲା ଆପଣ ମୋତେ କେମିତି ଭୂଲିଗଲେ, ମୁଁ ସେହି ଦୁଷ୍ଟ ମଣିଷ ଅଟେ ଯିଏ କାଲି ଆପଣଙ୍କ ଉପରେ ଥୁକି ଥିଲା ଆଉ ଆପଣଙ୍କୁ ବହୁତ ଅପମାନ କରିଥିଲା । ବୁଦ୍ଧ ହସି କି କହିଲେ ମୁଁ ତ କାଲିର କଥା କାଲି ହିଁ ଛାଡିଦେଲି । ଖରାପ କଥା ଅପମାନକୁ ଯଦି ମନେରଖିବା ତେବେ ଆମ ଜୀବନ ଆଉ ଭବିଷ୍ୟତ ବି ଖରାପ ହୋଇଯିବ ।

Image courtesy: Google

ଏହି କଥାର ସାର ଏହା ହେଲା କି ଆମକୁ ବି ଖରାପ ପରିସ୍ଥିତି ଓ ଖରାପ କାମକୁ ପଛରେ ଛାଡି ଆଗକୁ ବଢିବା ଦରକାର । ଯେମିତି ବ୍ୟକ୍ତି କହିଥିବା ଅପମାନ ଶବ୍ଦକୁ ମନେ ରଖିବା ଦ୍ଵାରା ଆମକୁ ଦୁଃଖ ହିଁ ଦୁଃଖ ମିଳିବ ଅର୍ଥାତ ଖରାପ କଥା, ଖରାପ ପ୍ରସଙ୍ଗ, ଖରାପ ଘଟଣା, ଖରାପ ପରିସ୍ଥିତିକୁ ପଛରେ ଛାଡି ଆଗକୁ ବଢିବା ହିଁ ଆମ ପାଇଁ ଭଲ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button