ଜ୍ୟୋତିଷ

ଯିଏ ଯେତେ ମାଗିଲେ ବି ଏହି ଗୋଟିଏ ଜିନିଷ ଦିଅନ୍ତୁ ନାହିଁ, ନହେଲେ…

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆପଣମାନେ ସମସ୍ତେ ଶୁଣିଥିବେ । ସେ ଜଣେ ମହାନ ରାଜଗୁରୁ, ଅର୍ଥନୀତି ଓ କୂଟନୀତିଙ୍ଗ୍ୟ ଥିଲେ । ତାଙ୍କ ନୀତି ଗୁଡିକର ଚର୍ଚ୍ଚା ଆଜି ବି ପ୍ରତ୍ୟେକ ମଣିଷର ଜିଭରେ ରହିଛି । ଆଚାର୍ଯ୍ୟ ଚାଣକ୍ୟ ନିଜର ଚାଣକ୍ୟ ନୀତିରେ କିଛି ଏମିତି ଅମୂଲ୍ୟ କଥା କହିଛନ୍ତି, ଯାହାକୁ ଯଦି କୌଣସି ବ୍ୟକ୍ତି ମାନିଥାଏ ବା ସେଗୁଡିକର ପାଳନ କରେ ତେବେ ତାହାର ଜୀବନ ସଦା ସର୍ବଦା ସୁଖମୟ ଓ ସଫଳତା ପୂର୍ଣ୍ଣ ହୋଇ ଥାଏ ।

ତେବେ ତା ମଧ୍ୟରେ କେତେକ ଏମିତି ଭୁଲ ମଧ୍ୟ ମଣିଷ କରିଥାଏ ଯାହାକୁ କରିବାଠୁ ଦୂରେଇ ରହିବା ଆବଶ୍ୟକ ନଚେତ ଆପଣ ଦୁଃଖ ଦୁର୍ଦ୍ଦଶା ଆଡକୁ ଦୃତ ଗତିରେ ଆଗେଇବେ । ଆଚାର୍ଯ୍ୟ ଚାଣକ୍ୟ ଏକ ଏମିତି ଜିନିଷ ବିଷୟରେ କହିଛନ୍ତି ଯାହାକୁ କେହି  କେତେ ବି ମାଗିଲେ ସେହି ଜିନିଷ ଦେବା ଉଚିତ ନୁହେଁ । ତେବେ ଆଜି ଆପଣଙ୍କୁ କହିବୁ ସେହି ଜିନିଷଟି କଣ ଅଟେ ।

କୌଣସି ବ୍ୟକ୍ତିର ଦୁର୍ବଳତା ହେଉଛି ତାହାର ରହସ୍ୟ ଏବଂ ପ୍ରତ୍ୟେକ ମଣିଷର କୌଣସି ନା କୌଣସି ରହସ୍ୟ ନିଶ୍ଚିତ ରହିଥାଏ ଯେମିତି କି ରାବଣର ରହସ୍ୟ ଥିଲା ତାର ନାଭିରେ ମାରିବା ଦ୍ଵାରା ତାର ମୃତ୍ୟୁ ହେବ ଯାହାକୁ ତାର ନିଜ ଭାଇ ବିଭିଷଣ ବ୍ୟତୀତ ଅନ୍ୟ କେହି ଜାଣି ନଥିଲେ । ଯେତେବେଳେ ବିଭିଷଣ ରାବଣର ବିରୁଦ୍ଧ ହେଲା ଏବଂ ରାମଙ୍କ ପକ୍ଷରୁ ଯୁଦ୍ଧ ଲଢିବାକୁ ଲାଗିଲେ ସେତେବେଳେ ବିଭିଷଣ ରାବଣର ଏହି ରହସ୍ୟକୁ କହି ଦେଇଥିଲେ ଯାହା ଫଳରେ ରାବଣର ମୃତ୍ୟୁ ହୋଇଥିଲା ନଚେତ ତାକୁ କେହି ବି ମାରି ପାରି ନଥାନ୍ତେ ।

ସେହିପରି ଯେ କୌଣସି ମଣିଷ ଆପଣଙ୍କ ସାମ୍ନାରେ ଥାଉ ନା କାହିଁକି, ଏମିତିକି ସେ ତୁମର ପ୍ରକୃତ ବନ୍ଧୁ ହୋଇଥାଉ ନା କାହିଁକି, ଏମିତିକି ଆପଣଙ୍କର ସ୍ତ୍ରୀ ବି ହୋଇ ଥାଉ ନା କାହିଁକି ଆପଣଙ୍କୁ କେବେ ବି ନିଜର ରହସ୍ୟ କାହାକୁ କହିବା ଉଚିତ ନୁହେଁ ନଚେତ ଆପଣଙ୍କର ଖରାପ ସମୟରେ ସେ ତୁମର ଏହି ରହସ୍ୟ ଦ୍ଵାରା ଆପଣଙ୍କୁ କ୍ଷତି ପହଞ୍ଚାଇ ଥାଏ ।

ଏହାକୁ ପାଳନ କଲେ ଆପଣଙ୍କର ମଙ୍ଗଳ ହେବ । ବନ୍ଧୁମାନେ, ଆଶା କରୁଅଛି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button