ଜ୍ୟୋତିଷ

ଘର ହୋଇଯିବ ବର୍ବାଦ ଯଦି ତୁଳସୀ ଗଛ ପାଖରେ ରଖିବେ ଏହି ୫ଟି ଜିନିଷ

ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛର ମହତ୍ତ୍ଵ ନା କେବଳ ଔଷଧୀୟ ଗୁଣ ପାଇଁ ବରଂ ଏହାର ମହତ୍ତ୍ଵ ଆମ ଜୀବନ ଶୈଳୀ ଅବା ପରିବେଶର ନକାରାତ୍ମକଭାବନା କୁ ଦୂର କରିବା ଉପରେ ହୋଇଥାଏ।ଏଣୁ ସମସ୍ତଙ୍କ ଘରେ ପ୍ରତିଦିନ ତୁଳସୀ ପୂଜନ ଉପରେ ମାନ୍ୟତା ଦିଆଯାଇଛି।ଆଜି ଆମେ ଜାଣିବା ଏହି ତୁଳସୀ ଗଛ ମୂଳରେ ଏପରି ୫ଟି ଜିନିଷ ରଖିବା ନାହିଁ ଯାହା ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଆମେ ପ୍ରତିଦିନ ସକାଳେ ତୁଳସୀ ଗଛରେ ଜଳ ଅର୍ପଣ କରିଥାଉ ଏବଂ ସନ୍ଧ୍ୟା ସମୟରେ ଗୋଟିଏ ଦୀପ ଜଳାଇ ଥାଉ।

ତୁଳସୀ ଗଛ ଯାହାକୁ ପୂଜା କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେଣୁ ଆସନ୍ତୁ ଜାଣିବା ତୁଳସୀ ଗଛ ମୂଳରେ ଆମେ କେଉଁ ଜିନିଷ ରଖିବା ନାହିଁ।ଯଦି ଆପଣ ଅଗଣାରେ ତୁଳସୀ ଗଛ ଲଗାଇଛନ୍ତି ତେବେ ଭୁଲରେ ମଧ୍ୟ ଓଦା କପଡା ଶୁଖାନ୍ତୁ ନାହିଁ ଅବା ରଖନ୍ତୁ ନାହିଁ। କାରଣ ଓଦା କପଡାରୁ ଝରୁଥିବା ପାଣି ତୁଳସୀ ଗଛରେ ପଡ଼ିଲେ ତାହା ଆମ ପାଇଁ ଖରାପ ହୋଇଥାଏ। ଏହାର ଛାଇ ମଧ୍ୟ ତୁଳସୀ ଗଛରେ ପଡ଼ିଲେ ଏହା ଖରାପ ହୋଇଥାଏ। ଏହା ଦ୍ଵାରା ଘରେ ଥିବା ସକାରାତ୍ମକ ଉର୍ଜା କମିଯାଏ ଓ ତୁଳସୀ ମାତା ରୋଷ କରନ୍ତି।

ଯଦି ଆପଣ ତୁଳସୀ ଚାରିପାଖ ସଫା ନ ରଖିବେ ତେବେ ଆପଣଙ୍କର ଆର୍ଥିକ ପରିସ୍ଥିତି ଦେଖାଦେବ।ଏଣୁ ତୁଳସୀ ଗଛ ଏବଂ ତାହାର ଚାରିପାଖ ସଫା ସୁତୁରା ରଖିବା ଆବଶ୍ୟକ।ତୁଳସୀ ଗଛ ପାଖରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଅବା ଫୋଟୋ ରଖିବା ଅନୁଚିତ୍ କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ବହୁତ୍ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।ଏହି ପୂଜା ପ୍ରତିଦିନ କରନ୍ତୁ କାରଣ ଏହାକୁ ଶୁଭ ମାନା ଯାଇଥାଏ।ଏହି ପାଖରେ ଜୋତା ଚପଲ ଆଦି ରଖନ୍ତୁ ନାହିଁ।ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଓ ବିଷ୍ଣୁଙ୍କର ଅବମାନନା ହୋଇଥାଏ।ତେଣୁ ଏପରି ଭୁଲ କଦାପି କରନ୍ତୁ ନାହିଁ।

ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଜଳ ଦିଅନ୍ତୁ ନାହିଁ କାରଣ ତୁଳସୀ ଗଛରେ ଜଳ ଦେବାର ବିଧି କେବଳ ସକାଳ ସମୟରେ ଉଚିତ୍ ହୋଇଥାଏ।ଜଳଭରା ପାତ୍ର ମଧ୍ୟ ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ।ଧ୍ୟାନ ରଖିବେ ଆପଣ ଯଦି ଚୁଟି କୁଣ୍ଡାଉଛନ୍ତି ତେବେ ଭୁଲରେ ଯେପରି ତୁଳସୀ ଗଛରେ ଏହା ନଲାଗେ ଅବା ନ ପଡେ।ଏହା ଆପଣଙ୍କ ପାଇଁ ବହୁତ୍ କ୍ଷତି କରିଥାଏ।

ଏହି ଗଛରେ ଲଗା ଯାଇଥିବା ଚୁଡ଼ି ଅବା ଚିରା କପଡାକୁ ମଧ୍ୟ ପରିବର୍ତ୍ତନ କରିଦେବା ଉଚିତ୍। କାରଣ ଚିରା କପଡା ଦେବା ଭଗବାନଙ୍କୁ ଉଚିତ୍ ହୋଇନଥାଏ।ଏହାକୁ ଏକାଦଶୀ,ପୂର୍ଣ୍ଣିମା ଅବା ପଞ୍ଚମୀ ତିଥିରେ ବଦଳେଇବା ଉଚିତ୍।ତୁଳସୀ ଗଛ ପାଖରେ କଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ ଯାହା ଆପଣଙ୍କ ଘରେ ନକାରାତ୍ମକ ପ୍ରଭାବ ପକାଇବ।ଏହି ଦିନ କଳା କପଡା, କଳା ଜିନିଷ ରଖନ୍ତୁ ନାହିଁ।ଏହା ଦ୍ଵାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

ଏହି ସବୁ ନିୟମ ମାନିବା ଦ୍ଵାରା ଆମ ଜୀବନରେ ସୁଖ,ଶାନ୍ତି ବନି ରହିବ ଏବଂ ଘରେ ସକାରାତ୍ମକ ଶକ୍ତିର ବାସ ରହିବ।ତେଣୁ ଏହି ସବୁ ଉପରେ ଧ୍ୟାନ ନିଶ୍ଚୟ ଦେବା ଉଚିତ୍।

Related Articles

Leave a Reply

Your email address will not be published. Required fields are marked *

Back to top button