ଦେଶ- ବିଦେଶ

ସାଉଦୀର ପ୍ରିନ୍ସ ମାନିଲେ ପିଏମ ମୋଦୀଙ୍କର ଏହି ବଡ କଥାକୁ, ଯାହା ଆଜି ପର୍ଯ୍ୟନ୍ତ କେହି କରେଇ ପାରି ନଥିଲେ, PM ମୋଦୀ କରି ଦେଖେଇଦେଲେ

ବୁଧବାର ଦିନ ସାଉଦୀ ଅରବର କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ ଭାରତକୁ ଆସିଥିଲେ । ଏହି ସମୟରେ ପିଏମ ମୋଦୀ ପ୍ରିନ୍ସ ମୋହମ୍ମଦଙ୍କ ସହିତ ବହୁତ ମହତ୍ଵପୂର୍ଣ ବିଷୟ ଉପରେ ଚର୍ଚା କରିଛନ୍ତି । ଏବଂ ସେମାନେ ଏକ ସଂଯୁକ୍ତ ପ୍ରେସ କନ୍ଫ୍ରେଂସ ବି କରିଛନ୍ତି । ପ୍ରିନ୍ସ ମୋହମ୍ମଦଙ୍କ ସହିତ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ଦେଖା କରିଛନ୍ତି । ତେବ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ।

ବୁଧବାର ଦିନ ନରେନ୍ଦ୍ର ମୋଦୀ ଏବଂ ପ୍ରିନ୍ସ ମୋହମ୍ମଦଙ୍କ ମଧ୍ୟରେ ବିଭନ୍ନ ବିଷୟ ଉପରେ ବିସ୍ତ୍ରୁତ ଭାବରେ କଥାବାର୍ତ୍ତା ହୋଇଛି । ଏହା ପରେ ଦୁଇ ପକ୍ଷ ମଧ୍ୟରେ ପର୍ଯ୍ୟଟନ ସହିତ ଅନ୍ୟ କ୍ଷେତ୍ର ଗୁଡିକରେ ନିବେଶ କରିବା ପାଇଁ ୫ ଟି ସହମତି ଜ୍ଞାପନ ପତ୍ରରେ ହସ୍ତାକ୍ଷର କରା ଯାଇଛି । ଯାହାକି ଭାରତ ପାଇଁ ବହୁତ ଭଲ ଅଟେ । ଏହା ପରେ ଦୁଇ ଦେଶ ମଧ୍ୟରେ ନିବେଶକୁ ନେଇ ଲମ୍ବା କଥାବାର୍ତ୍ତା ହୋଇଥିଲା ।

ଏହା ପରେ ଆତଙ୍କବାଦୀ ମାନଙ୍କ ଉପରେ ଦୁଇ ଦେଶ କହିଲେ କି ବର୍ତ୍ତମାନ ଆତଙ୍କବାଦକୁ ଶେଷ କରିବା ଦରକାର । କିନ୍ତୁ ଏହା ମଧ୍ୟରେ ଏକ ବଡ କଥା ସାମନାକୁ ଆସିଛି, ଯାହାକି କୌଣସି ଦେଶର ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇ ନାହାନ୍ତି, କିନ୍ତୁ ପିଏମ ମୋଦୀ ତାହା କରି ଦେଖାଇଛନ୍ତି ।

୮୫୦ ଭାରତୀୟ ଅପରାଧୀମାନଙ୍କୁ ଛାଡିବ ସାଉଦୀ ଆରବ

ଏହି ମିଟିଙ୍ଗରେ ମୋଦୀ ତାଙ୍କୁ ୮୫୦ ଭାରତୀୟ ଅପରାଧୀଙ୍କୁ ଛାଡିବା ପାଇଁ ଅନୁରୋଧ କରିଥିଲେ ଏବଂ ପ୍ରିନ୍ସ ବି ସଙ୍ଗେ ସଙ୍ଗେ ଛାଡିବା ପାଇଁ ଆଦେଶ ଦେଇ ଦେଲେ । ଯାହାର ସୂଚନା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଟ୍ୱୀଟ କରି ଦେଇଛନ୍ତି । ଏହା ଭାରତର ସବୁଠୁ ବଡ ଉପଲବ୍ଧି ବୋଲି କୁହା ଯାଉଛି ।

ସାଉଦୀର ପ୍ରିନ୍ସ ମାନିଲେ ପିଏମ ମୋଦୀଙ୍କର କଥା

ଏହା ପରେ ରବୀଶ କୁମାର ଟ୍ୱୀଟ କରି ଆଗକୁ ଲେଖିଛନ୍ତି କି ସାଉଦୀର ପ୍ରିନ୍ସ ପିଏମଙ୍କର ଅନୁରୋଧ ସ୍ଵୀକାର କରି ଭାରତୀୟ ହଜ ଯାତ୍ରୀ ମାନଙ୍କର ସଂଖ୍ୟାକୁ ବଢାଇ ୨ ଲକ୍ଷ ପର୍ଯ୍ୟନ୍ତ କରି ଦେଇଛନ୍ତି, ଯାହାକି ଆଉ ଏକ ବଡ ଉପଲବ୍ଧି ଅଟେ । କହି ଦେଉଛୁ ଯେ ସାଉଦୀର ପ୍ରିନ୍ସ ଭାରତ ପାଇଁ ଆବଂଟିତ ହଜ କୋଟାରେ ପାଖାପାଖି ୨୫ ହଜାର କରିଥିଲେ, କିନ୍ତୁ ଏହାକୁ ବର୍ତ୍ତମାନ ୨ ଲକ୍ଷ କରି ଦିଆ ଯାଇଛି ।

ପିଏମ ମୋଦୀଙ୍କୁ କହି ସାରିଛନ୍ତି ନିଜର ବଡ ଭାଇ

ସାଉଦୀର ପ୍ରିନ୍ସ ପିଏମ ମୋଦୀଙ୍କୁ ନିଜର ବଡ ଭାଇ ବୋଲି କହିଛନ୍ତି । ଏବଂ ଏହା ବି କହିଛନ୍ତି କି ବଡ ଭାଇ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଅଛି । କହି ଦେଉଛୁ ଯେ ଏହା ସବୁ ପିଏମ ମୋଦୀ ଏବଂ ତାଙ୍କ ମଧ୍ୟରେ ଥିବା ଭଲ ସମ୍ପର୍କ ଯୋଗୁ ହୋଇ ପାରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button