ଦେଶ- ବିଦେଶ

୧୯୭୧ର ପରାଜୟ ପରେ ଯେତେବେଳେ ପାକିସ୍ତାନରେ କୁହାଗଲା – ‘ମୁବାରକ ହୋ ବେଟା ହୁଆ ହେ’, ଜାଣନ୍ତୁ ଏହି କୋର୍ଡ ୱାର୍ଡର କଣ ଅର୍ଥ ଥିଲା

ଆଜି ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢି ଯାଇଛି । ଏହା ପ୍ରଥମ ଥର ନୁହେଁ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହିଭଳି ଅବସ୍ଥା ହୋଇଛି କିନ୍ତୁ ଏଥର ମାମଲା କଥାବାର୍ତ୍ତାରୁ ବି ବହୁତ ଉପରକୁ ଉଠି ଯାଇଛି । ପାକିସ୍ତାନ ଆମ ସହିତ ଯୁଧ୍ୟ କରିବା ପାଇଁ ଉକ ସାଉଛି, କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେତେବେଳେ କି ପାକିସ୍ତାନ ବିରୁଦ୍ଧରେ କୌଣସି ଯୁଧ୍ୟ କରା ଯାଇଛି ।

ଏହା ପୂର୍ବରୁ ବି ପାକିସ୍ତାନ ସହିତ ଭାରତର ଗୋଟିଏ ଯୁଧ୍ୟ ହୋଇଥିଲା ଏବଂ ସେଥିରେ ପାକିସ୍ତାନକୁ ଜବରଦସ୍ତ ପରାଜୟର ସାମନା କରିବାକୁ ପଡିଥିଲା । ଆଜି ଆମେ ସେହି ସମୟର ଯୁଦ୍ଧରେ ହୋଇଥିବା କିଛି ମନୋରଂଜକ ବାକ୍ୟ ବିଷୟରେ କହିବାକୁ ଯାଉଛୁ ।

ବେନଜୀରଙ୍କର ବହିର ସେହି କାହାଣୀ

ଏହି କାହାଣୀ ଅଟେ ବେନଜୀର ବହିରୁ ଯାହାକୁ ଡଟର ଅଫ ଈସ୍ଟ ମାନେ ପୂର୍ବର ଝିଅ କୁହାଯାଏ । ୧୯୭୧ ମସିହାରେ ପାକିସ୍ତାନକୁ ପରାଜୟର ସାମନା କରିବାକୁ ପଡିଥିଲା । ଏହା ପରେ ପାକିସ୍ତାନକୁ ପବ୍ଲିକ ସରେଣ୍ଡର କରିବାକୁ ପଡିଥିଲା । ଏହା ପରେ ପାଖାପାଖି ୮ ମାସ ପରେ ୨ ଜୁଲାଇ ୧୯୭୨ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶିମଲା ବୁଝାମଣା ସ୍ବାକ୍ଷର ହୋଇଥିଲା ।

ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲ୍ଫୀକାର ଅଲୀ ଭୁଟ୍ଟୋ ଏବଂ ତାଙ୍କର ଝିଅ ବେନଜୀର ଭୁଟ୍ଟୋ ଶିମଲା ବୁଝାମଣା ପାଇଁ ଭାରତକୁ ଆସିଥିଲେ । ଏବଂ ଶିମଲା ବୁଝାମଣାରେ ସାଇନ କରିଥିଲେ ।

ଇନ୍ଧିରାଙ୍କ ସହ ଶେଷ ଦେଖା

ଏହାର ଠିକ ଗୋଟିଏ ଦିନ ପୂର୍ବରୁ ମାନେ ୧ ଜୁଲାଇ ଦିନ ଇନ୍ଧିରା ଏବଂ ଜୁଲ୍ଫିକାରଙ୍କର ଗୋଟିଏ ମିଟିଙ୍ଗ ହୋଇଥିଲା । କିନ୍ତୁ ଏହି ମିଟିଙ୍ଗରେ କିଛି ସମାଧାନ ବାହାରିଲା ନାହିଁ । ଜୁଲ୍ଫିକାର ଉଦାସ ହୋଇଗଲେ ଏବଂ ଯିବା ପୂର୍ବରୁ ସେ ଇନ୍ଧିରା ଗାନ୍ଧୀଙ୍କୁ ଦେଖା କରି ତାଙ୍କୁ ଅଲବିଦା ନେବେ ।

ପୁଅ ହୋଇଛି

ଇନ୍ଧିରା ରିଟ୍ରୀଟ ବିଲ୍ଡିଂଗରେ ରହିଥିଲେ । ଯାହାକି ଶିମଳାରେ ରାଷ୍ଟ୍ରପତିଙ୍କର ଛୁଟି ମନାଇବା ପାଇଁ ଆଧିକାରିକ ଆବାସ ଅଟେ । ଦୁଇଜଣଙ୍କର ଏହି ଦେଖାରେ ଅସମ୍ଭବ କାମ ବି ସମ୍ଭବ ହୋଇଗଲା । ଜୁଲ୍ଫିକାର ବନ୍ଦ କବାଟ ଭିତରେ ଇନ୍ଧିରାଙ୍କର ବିଭିନ୍ନ କଥାକୁ ମାନିନେଲେ । ପାକିସ୍ତାନର ସଂଘର୍ଷ ବିରାମ ରେଖାକୁ ନିୟନ୍ତ୍ରଣ ରେଖାର ନାମ ଦେଲେ । ଏହି ସମୟରେ ସମସ୍ତଙ୍କର ହୃଦୟର ଗତି ବଢି ଯାଇଥିଲା ।

ଡେଲିଗେଶନ ପାଇଁ ଲୋକମାନେ ଅଲଗା ଲଗା ରୁମରେ ବସି କଥାବାର୍ତ୍ତା କରୁଥିଲେ । ସମସ୍ତଙ୍କର କାନ କାନ୍ଥ ପାଖରେ ଲାଗିଥିଲା କି କଣ ଖବର ଆସିବାର ଅଛି । ଏମିତିରେ ଡେଲିଗେଶନର ଗୋଟିଏ କାର୍ଡ ବୋର୍ଡରେ ନିଶ୍ଚିତ କରାଗଲା କି ଯଦି ବୁଝାମଣାର ଶର୍ତ ପାକିସ୍ତାନ ବିରୁଦ୍ଧରେ ଯିବ ତେବେ ଡେଲିଗେଶନର ଗୋଟିଏ ମେମ୍ବର ବାହାରକୁ ଆସି କହିବ କି ଝିଅ ହୋଇଛି ଏବଂ ଶର୍ତ ପାକିସ୍ତାନ ଅନୁସାରେ ହେବ ତେବେ ସେ କହିବ କି ପୁଅ ହୋଇଛି ।

ପାକିସ୍ତାନ ଘରେ ପୁଅ ହିଁ ହେଲା । ଏହା ତ ପାକିସ୍ତାନ କେବେ ବି ଭାବି ନଥିଲା କି ଏତେ ଖରାପ ପରାଜୟ ପରେ ବି ବୁଝାମଣାରେ ଏତେ ସମ୍ମାନଜଣକ ଶର୍ତ ସହିତ ଭାରତରୁ ଫେରିବାକୁ ପଡିବ । ଭାରତ ତାଙ୍କର ୯୩,୦୦୦ ବନ୍ଦୀ ସୈନିକମାନଙ୍କୁ ଛାଡିବା ପାଇଁ ପ୍ରସ୍ତୁତ ହୋଇଗଲେ । କିନ୍ତୁ ଏଥିରେ ଜୁଲ୍ଫିକାରଙ୍କର ଅହମ ଭୂମିକା ଅଛି ଯିଏକି ବଡ ଚାଲକିରେ ଇନ୍ଧିରାଙ୍କ ଠାରୁ ସବୁ କଥା ମନାଇ ନେଲେ, କିନ୍ତୁ ତାକୁ କେଉଁଠି ଲେଖା ଯାଇ ନଥିଲା ।

କିନ୍ତୁ ଶିମଳା ବୁଝାମଣାର କାଗଜରେ କେଉଁଠି କିଛି ଲେଖା ହୋଇ ନଥିଲା ତ ତାଙ୍କର କିଛି ମୂଳ ବି ରହିଲା ନାହିଁ । ଇନ୍ଧିରା ଗାନ୍ଧୀ ଭଳି ଜଣେ ଚାଲାକ ଏବଂ ବୁଦ୍ଧିମାନ ପିଏମ ଦ୍ଵାରା ଏତେ ବଡ ଭୁଲ କେମିତି ହୋଇଗଲା ଏହାର ବି ଏକ କାହାଣୀ ଅଛି ।

ଏହା ଇନ୍ଧିରା ଗାନ୍ଧୀଙ୍କର ସବୁ ବଡ ପରାଜୟ ଥିଲା କି ଯୁଧ୍ୟ ଜିତିବା ପରେ ବି ତାଙ୍କ ହାତରୁ ପାକିସ୍ତାନ ନିଜର ୯୩ ହଜାର ଯୁଧ୍ୟରେ ବନ୍ଦୀ ହୋଇଥିବା ସୈନିକମାନଙ୍କୁ ନେଇଗଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button