ଅପରାଧ

ରେଡ ସମୟରେ ଏହି IRS ଅଫିସର ଘରେ ମିଳିଲା ୨.୨୫ କୋଟି ଟଙ୍କା, ୮୨ ଫ୍ଲାଟ ଏବଂ ବହୁତ ଦୋକାନର କାଗଜପତ୍ର, ପୁଣି ବି ନେଉଥିଲା ଲାଞ୍ଚ !

ଗତ କିଛି ବର୍ଷ ହେବ ମୋଦୀ ସରକାର ଭାରତ ଦେଶରେ ଲାଞ୍ଚକୁ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ନୋଟବନ୍ଦି ସରକାରଙ୍କର ସବୁଠୁ ମୁଖ୍ୟ ଏବଂ କଠିନ ନିଷ୍ପତି ଥିଲା । ଏହି ନୋଟବନ୍ଦୀ ପରେ ସାହୁକାରୋମାନଙ୍କର କଳାଧନ ଧରା ପଡିଲା ଏବଂ ସରକାରଙ୍କୁ ଦିଆଗଲା । ବର୍ତ୍ତମାନ ହିଁ ରାଜସ୍ଥାନର ଏନ୍ଟି କରପ୍ଶନ ବ୍ଯୂରୋଂ ଶନିବାର ଦିନ କୋଟାର ଏକ ନାରକୋଟିକ୍ସ ବିଭାଗର ଏଡିଶନଲ କମିଶ୍ନର ସହୀରାମ ମୀଣାଙ୍କୁ ଲାଞ୍ଚ ନେଉଥିବାର ଧରିଛନ୍ତି ।

କହି ଦେଉଛୁ ଯେ ଏହି ରେଡ ସମୟରେ ନାରକୋଟିକ୍ସର କମିଶ୍ନର ସହୀରାମଙ୍କର ଘର ଏବଂ ଅଫିସ ସହିତ ଅନ୍ୟ ବିଭିନ୍ନ ଠିକଣାରେ ଛାପା ମରାଯାଇଥିଲା । ଏହି ସମୟରେ ସହୀରାମଙ୍କର ବଡ ମାତ୍ରା ସମ୍ପତି ବିଷୟରେ ଜଣା ପଡିଥିଲା । ଖବର ଅନୁସାରେ ଯାଞ୍ଚ ଟିମକୁ କେହି ଜଣେ ଅପରିଚିତ ବ୍ୟକ୍ତି କମ୍ପ୍ଲେନ କରିଥିଲେ । ଯାହା ପରେ ସଙ୍ଗେ ସଙ୍ଗେ ହିଁ ସହୀରାମ ମିଣା ଠିକଣା ଉପରେ ରେଡ ମରାଯାଇଥିଲା ।

ଛାପା ମାରିବା ଦ୍ଵାରା ମିଳିଲା କେତେକ ପେଟ୍ରୋଲ ପମ୍ପ

ସହୀରାମ ମିଣାଙ୍କ ଘରେ ଏବଂ ଅନ୍ୟ ଠିକଣାରେ ଛାପା ମାରିବା ଦ୍ଵାରା ଯାଞ୍ଚ ଟିମକୁ ତାଙ୍କ ନାମରେ ଥିବା ବହୁତ ଜମି ଏବଂ ଦୋକାନ ମିଳିଲା । ଏଏସପୀ ଠାକୁର ଚଂଦ୍ରଶୀଲଙ୍କ ନେତୃତ୍ୱରେ ରେଡ ସମୟରେ ପୁଲିସ ଯେତେବେଳେ ଜଗତପୁରରେ ଶଙ୍କର ବିହାର ଅଞ୍ଚଳରେ ପହଞ୍ଚିଲେ ସେତେବେଳେ ତାଙ୍କୁ ସହୀରାମ ମିଣାଙ୍କ ନାମରେ ୮୨ ପ୍ଲାଟ, ଜୟପୁରରେ ୨୫ ଦୋକାନର କାଗଜ ପତ୍ର, ୨.୨୫ ଟଙ୍କା ଏବଂ ପାଖାପାଖି ୬.୨୨ ଲକ୍ଷ ଟଙ୍କାର ଗହଣା ମିଳିଲା ।

ଏହା ସହିତ ପୁଲିସକୁ ସହୀରାମ ମିଣାଙ୍କର ମୁମ୍ବାଇରେ ଗୋଟିଏ ପ୍ଲାଟ, ଜୟପୁରର ସାଙ୍ଗାନେରରେ ୧.୨ ହେକ୍ଟର କୃଷି ଜମି ଏବଂ ମିରିଜି ବଗିଚା ସହିତ ପେଟ୍ରୋଲ ପମ୍ପ ମଧ୍ୟ ମିଳିଥିଲା ।

ଏହିଭଳି ହୋଇଥିଲା କାର୍ଯ୍ୟକାରୀର ଆରମ୍ଭ

ନିଜେ ଏକ ସରକାରୀ ଅଫିସର ହେବା ସତ୍ବେ ବି ଲାଞ୍ଚ ନେବାରେ ସେ ସବୁ ସୀମା ପାର କରି ସାରିଥିଲେ । ପୁଲିସ ଏବଂ ଯାଞ୍ଚ ଟିମଙ୍କର ଛାପା ମାରିବା ଦ୍ଵାରା ସହୀରାମ ମିଣାଙ୍କୁ କୋଟି କୋଟି ଟଙ୍କାର ସମ୍ପତି, ପେଟ୍ରୋଲ ପମ୍ପ ଏବଂ ଗହଣା ମିଳିଥିଲା  କିନ୍ତୁ ତାଙ୍କର ଆୟ ଏହା ଠାରୁ ବହୁତ ଗୁଣ କମ ଥିଲା । କହିଦେଉଛୁ ଯେ ଏହା ପୂର୍ବରୁ ସହୀରାମ ମିଣାଙ୍କ ଉପରେ ଲାଞ୍ଚ ନେବାର ଆରୋପ ଲାଗି ସାରିଛି ଏହା ସହିତ ବହୁତ ସରକାରୀ ନିୟମକୁ ଉଲ୍ଲଂଘନ କରିବାର ଧରା ମଧ୍ୟ ପଡିଛନ୍ତି ।

କିନ୍ତୁ ସବୁବେଳେ ସେ ନିଜକୁ ଏହି ସବୁରୁ ରକ୍ଷା କରିବାରେ ସଫଳ ହୋଇଥାନ୍ତି । କିନ୍ତୁ ଶେଷରେ ଗୋଟିଏ ବ୍ୟକ୍ତିର ରିପୋର୍ଟ ଦ୍ଵାରା ତାଙ୍କର ସବୁ ପୋଲ ଖୋଲି ଦେଲା ।

ଗୋଟିଏ ଲକ୍ଷ ଟଙ୍କା ନେଉଥିବା ସମୟରେ ଧରା ପଡିଲେ

କହିଦେଉଛୁ ଯେ ଚିତୌରଗଢଙ୍କର ଗୋଟିଏ ବ୍ୟକ୍ତିକୁ ସହୀରାମ ମିଣା ଅଫିମ ପଟ୍ଟେର ମୁଖିଆ କରିବା ପାଇଁ ପାଞ୍ଚ ଲକ୍ଷ ଟଙ୍କାର ଡିମାଣ୍ଡ କରିଥିଲେ । ଯାହା ପରେ ସେହି ବ୍ୟକ୍ତି ପୁଲିସଙ୍କୁ ସାରା ଘଟଣା ବିଷୟରେ କହିଦେଲେ । ଏହା ପରେ ପୁଲିସ ତାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାର ଧରିଲେ । ଏବଂ ତାଙ୍କ ଘରେ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟ ଥିଲା । ସୂଚନା ଅନୁସାରେ ସହୀରାମ ମିଣାଙ୍କର ଅନ୍ୟ ନିବାସରେ ପୁଲିସମାନେ ଲଗାତାର ଛାପା ମାରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button