ରାଜ୍ୟ

କଣ ଆପଣ ଜାଣିଛନ୍ତି ଘଣ୍ଟାର AM ଏବଂ PM ର ସଠିକ ଅର୍ଥ କଣ?

AM ଏବଂ PM ଏହି ଦୁଇ ଶବ୍ଦକୁ ଆପଣ ସବୁଦିନ ନିଜର ମୋବାଇଲ ଏବଂ ଘଡିରେ ନିଶ୍ଚିତ ଦେଖିଥିବେ । କିନ୍ତୁ ଆପଣ କଣ ଏହାର ଅର୍ଥ ଜାଣିଛନ୍ତି । ଯଦି ଆପଣ ଏହି ଶବ୍ଦର ଠିକ ଅର୍ଥ ଜାଣି ନାହାନ୍ତି ତେବେ ଚାଲନ୍ତୁ  ଆମେ ଆପଣଙ୍କୁ କହିବୁ ଏହାର ଠିକ ଅର୍ଥ ।

ପ୍ରାଚୀନ କାଳରେ ସମୟ ର ଗଣନା ସୂର୍ଯ୍ୟର ଅବସ୍ଥିତି ଜରିଆରେ କରାଯାଉଥିଲା ଏବଂ ଦିନକୁ ଚାରି ପହର ସକାଳ, ଦ୍ଵିପ୍ରହର, ସନ୍ଧ୍ୟା ଏବଂ ରାତି ରେ ବଣ୍ଟା ଯାଇଛି । ଘଡିର ଆବିଷ୍କାର କରିବା ପୂର୍ବରୁ ସୂର୍ଯ୍ୟ ଘଡିର ପ୍ରୟୋଗ କରାଯାଉଥିଲା । ଏହା ପରେ ୧୬୦୦ ଶତାବ୍ଦୀ ପରେ ବାଲି ଏବଂ ପାଣି ଘଡିର ନିର୍ମାଣ କରାଗଲା । ଏହାର ବହୁତ ସମୟ ପରେ ଘଡିର ନିର୍ମାଣ କରାଗଲା । ଆଜିକା ସମୟରେ ଡିଜିଟାଲ ଘଡିର ପ୍ରୟୋଗ କରା ଯାଉଛି । ଯେଉଁଥିରେ AM ଏବଂ PM ରୂପରେ ସମୟ ପ୍ରଦର୍ଶିତ କରା ଯାଉଛି । ଆମେ ସମସ୍ତେ ଏହି ରୂପରେ ସମୟକୁ ଜାଣିଥାଉ କିନ୍ତୁ ଏହି ଶବ୍ଦର ଅର୍ଥ ବହୁତ ଲୋକମାନେ ଜାଣି ନାହାନ୍ତି ।

ଏହି ଦୁଇଟି ଲାଟିନ ଭାଷା ର ଶବ୍ଦ ଅଟେ । ଯେଉଁଠି AM ର ଫୁଲ୍ଲ ଫ୍ରମ ‘Ante Meridian’ ଯେମିତି ଇଂଗ୍ଲିଶରେ “Before Noon” ଏବଂ ଓଡିଆ ରେ ‘ଦ୍ଵିପହର ପୂର୍ବରୁ’ କୁହା ଯାଇଥାଏ । ସେଠି PM ର ଫୁଲ୍ ଫ୍ରମ ‘Post Meridian’ ଏବଂ ଇଂଗ୍ଲିଶରେ “After Noon” ଯେମିତିକି ଓଡିଆ ରେ “ଦ୍ଵିପହର ପର” ର ସମୟ କୁହା ଯାଇଥାଏ ।

ମାନେ ଅଧା ରାତି ରୁ ଦ୍ଵିପ୍ରହର ୧୨ ଟା ପର୍ଯ୍ୟନ୍ତ ସମୟକୁ AM ପ୍ରଦର୍ଶିତ କରାଯାଇଥାଏ ଏବଂ ତାହା ଅପରେ ଦ୍ଵିପ୍ରହର ୧୨ ଟା ପରେ ଅଧା ରାତି ପର୍ଯ୍ୟନ୍ତ ସମୟକୁ PM କୁହାଯାଇଥାଏ । ଏହା ଦିନର ୨୪ ଘଣ୍ଟା କୁ ଦୁଇ ଭାଗ ଯଥା ଦିନ ଏବଂ ରାତିରେ ବଣ୍ଟା ଯାଇଛି । ଯାହାର ପ୍ରଥମ ଭାଗ AM ଏବଂ ଅନ୍ୟ ଭାଗ PM କୁହାଯାଏ । AM ଏବଂ PM ରୂପରେ ସମୟ ର ପ୍ରଦର୍ଶନ ପ୍ରାୟତଃ ମୋବାଇଲ, କମ୍ପିଉଟର ଏବଂ ଇଲେକ୍ଟ୍ରୋନିକ ଆଇଟମ ରେ କାର ଯାଇଥାଏ ।

AM ଏବଂ PM ର ଅର୍ଥ ସହିତ ହିଁ ବହୁତ ଲୋକମାନେ ଏହି କଥାରେ ଅସମଞ୍ଜସ ଥାନ୍ତି କି ଯେତେବେଳେ ୧୨ ଟା ବାଜୀବ ତେବେ କଣ ହେବ AM କି PM, ତେବେ ଆମେ ଆପଣଙ୍କୁ କହିଦେଉଛୁ ଯେ ଲାଟିନର ଭାଷା ମେରିଡିଆନ ଶବ୍ଦ, ଦ୍ଵିପ୍ରହର କିମ୍ବା ତାହା ମଝିରେ ଥିବା ଅନ୍ତରକୁ ଦର୍ଶାଇ ଥାଏ । ସେଥିପାଇଁ ଦ୍ଵିପ୍ରହର ର ୧୨ ଟାରେ AM ଏବଂ PM ଲଗାଯାଇ ନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button