ସ୍ୱାସ୍ଥ୍ୟ

ବାସୀ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ କେଉଁ ଖାଦ୍ୟକୁ ଆପଣ ଦ୍ଵିତୀୟ ଥର ଗରମ କରି ଖାଇବା ଅନୁଚିତ

ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏପରି ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟର ପରିମାଣ ଦାହିକା ହେବାଦ୍ବାରା ତାକୁ ରଖି ପରଦିନ ଗରମ କରି ଖାଇଦେଇଥାନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ପୁରୁଣା ଖାଦ୍ୟକୁ ଗରମ କରନ୍ତି ଏବଂ ଏହାକୁ ନିଜ ଟିଫିନରେ ମଧ୍ୟ ନେଇଥା’ନ୍ତି । କଣ ଆପଣ ଜାଣନ୍ତି କି ପୁରୁଣା ଖାଦ୍ୟକୁ ଗରମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରକାର ପ୍ରଭାବ ପକାଇଥାଏ ? ଯଦି ଜାଣିନାହାନ୍ତି ତାହେଲେ ଏହି ଆର୍ଟିକିଲ ମାଧ୍ୟମରେ ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ଜିନିଷଗୁଡିକୁ ପୁଣିଥରେ ଗରମ କରି ଖାଇବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ ।

Restaurant-Style Spanish Rice Recipe (Mexican Rice) +VIDEO | Lil' Luna

ଅଧିକାଂଶ ଲୋକ ରାତିରେ ଅଧିକ ଭାତ ହୋଇଯାଇଥିଲେ ତାକୁ ଦ୍ୱିତୀୟ ଦିନ ଗରମ କରି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ରାତିର ବାସୀ ଭାତକୁ ଗରମ କରି ଖାଇବା ଦ୍ୱାରା ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ତେଣୁ ସର୍ବଦା ତାଜା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ଏବଂ ସେହି ଅନୁଯାୟୀ ରାନ୍ଧନ୍ତୁ ଯାହାଫଳରେ ଆପଣଙ୍କ ଖାଦ୍ୟ ବଳକା ରହିବ ନାହିଁ ।

 

ପାଳଙ୍ଗରେ ଅଧିକ ପରିମାଣରେ ଆଇରନ ରହିଥାଏ ତେଣୁ ପାଳଙ୍ଗର ସବଜିକୁ ବାସୀ ଖାଇବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ । ତେଣୁ ପାଳଙ୍ଗକୁ ଦ୍ଵିତୀୟ ଥର ଗରମ କରି ଖାଇବା ଅନୁଚିତ । ତାବ୍ୟତିତ ଏଥିରେ ଥିବା ନାଇଟ୍ରେଟ୍ ଗରମ କରିବା ଦ୍ୱାରା ବିଷାକ୍ତ ପଦାର୍ଥରେ ପରିଣତ ହୁଏ । ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ ।

आलू की सब्जी (बटाटा नु शाक) रेसिपी - Batata Nu Shaak Recipe In Hindi - Aloo  Sabji/Curry Banane Ki Vidhi

ଆମେ ପ୍ରତ୍ୟେକ ତରକାରୀରେ ଆଳୁ ବ୍ୟବହାର କରିଥାଉ କିନ୍ତୁ ଆଳୁରେ ପ୍ରସ୍ତୁତ ହୋଇଥିବା ତାରକାରୀକୁ ଯଦି ଆପଣ ପରଦିନ ଗରମ କରି ଖାଉଛନ୍ତି ତାହେଲେ ଏହା ଆପଣଙ୍କ ଶରୀର ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ । କାରଣ ଆଳୁରେ ତିଆରି ହୋଇଥିବା ତରକାରୀ ବାସୀ ହେବାଦ୍ବାରା ଏଥିରେ ଥିବା ସମସ୍ତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ ।

 

ଚିକେନ୍ ଏବଂ ଅଣ୍ଡା ବାସୀ ଖାଇବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । କାରଣ ଚିକେନ୍ ଏବଂ ଅଣ୍ଡାକୁ ଦ୍ଵିତୀୟ ଥର ଗରମ କରି ଖାଇବା ଦ୍ୱାରା ଏହାର ପ୍ରୋଟିନ୍ କମ୍ପୋଜିସନରେ ପରିବର୍ତ୍ତନ ହୋଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button