ଏମିତି ସହଜ ଉପାୟରେ ଗ୍ରହକୁ କରନ୍ତୁ ଶାନ୍ତି, ଦୂର ହୋଇଯିବ ଜୀବନର ସବୁ ସମସ୍ୟା

ଜ୍ୟୋତିଷ ଅନୁସାରେ ବ୍ୟକ୍ତିଙ୍କ ଜାତକରେ ଗ୍ରହର ବିଶେଷ ମହତ୍ୱ ରହିଥାଏ। ଗ୍ରହକୁ ମଜବୁତ କରିବା ପାଇଁ ଜୀବନରେ ସୁଗମ କରିବା ଉଚିତ। ସେହିପରି ଯଦି କୁଣ୍ଡଳୀରେ ଗ୍ରହ ଦୋଷ ରହିଥାଏ, ତେବେ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡେ ଏବଂ ସବୁ କାର୍ଯ୍ୟରେ ବାଧା ଆସିଥାଏ। ଏମିତିରେ ଆଜି ଆମେ ଆପରଙ୍କୁ ଏପରି କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣ ଆପଣାଇ ଗ୍ରହକୁ ଶାନ୍ତି କରିପାରିବେ, ଜୀବନର ସବୁ ଦୁଃଖ କଷ୍ଟ ଏବଂସମସ୍ୟା ଆପେ ଆପେ ଦୂର ହୋଇଯିବ।
ପୂଜା ଅନୁଷ୍ଠାନ : ଜ୍ୟୋତିଷ ଶାସ୍ତ୍ରରେ ଅନିଷ୍ଟ ଗ୍ରହକୁ ଶାନ୍ତି କରିବା ନିତାନ୍ତ ଆବଶ୍ୟକ। କୁଣ୍ଡଳୀ ପରୀକ୍ଷଣ କରିବା ସୟରେ ଅନିଷ୍ଟ ଗ୍ରହମାନଙ୍କର ଗତିବିଧିକୁ ଶାସ୍ତ୍ରଅନୁସାରେ ଶାନ୍ତି କରିବାର ଅନେକ ପ୍ରକ୍ରିୟା ରହିଛି। ଯେପରିକି ଜାପ, ପୂଜା, ଯଜ୍ଞ ଇତ୍ୟାଦି ନବଗ୍ରହ ଶାନ୍ତି, ରୁଦ୍ରାଭିଷେକ, ଶତ ଚଣ୍ଡୀ ମହାଯଜ୍ଞ ଇତ୍ୟାଦି।

ମନ୍ତ୍ର: ଆମର ନବଗ୍ରହ ରହିଛି। ଯାହା ଆମ ଆମ ଜୀବନକୁ ପ୍ରଭାବିତ କରିଥାଏ। କୁଣ୍ଡଳୀରେ ଯଦି କୌଣସି ଗ୍ରହ ଅଶୁଭ ଫଳ ଦେଇଥାଏ, ତେବେ ସେଥିରୁ ବଞ୍ଚିବା ପାଇଁ ଗ୍ରହ ସମ୍ବନ୍ଧୀତ ମନ୍ତ୍ର ଜପ କରିବା ଉଚିତ। ବୈଦିକ ଜ୍ୟୋତିଷରେ ଏମିତି କିଛି ମନ୍ତ୍ର ରହିଛି ଯାହା ଅତ୍ୟନ୍ତ ପ୍ରଭାବଶାଳୀ ରହିଥାଏ।

ଦାନ: ସନାତମ ଧର୍ମରେ ଦାନର ବେଶ୍ ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ କୁଣ୍ଡଳୀରେ ବିଭିନ୍ନ ଗ୍ରହକୁ ଶାନ୍ତ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଦାନକର୍ମ କରାଯାଇଥାଏ। ଜୀବନରେ ସୁଖ, ସମୃଦ୍ଧି ଏବଂ ଅନ୍ୟ ଇଚ୍ଛା ପୂରଣ କରିବା ପାଇଁ ଦାନ କର୍ମ କରିବାକୁ ପରାମର୍ଶ ଦିଆଯାଇଥାଏ। ପ୍ରତ୍ୟେକ ଗ୍ରର ଏକ ମୂଳ ସ୍ୱଭାବ ରହିଥାଏ, ତେବେ ସେହି ଅନୁରୂପ ଦାନ କରିବାକୁ ହୋଇଥାଏ। ଯଦି ଦାନ ଅଶୁଭ ଗ୍ରହ ସମ୍ବନ୍ଧିତ ହେବ ତେବେ ଅଶୁଭ କୁପ୍ରଭାବ ପଡିବ।
ଉପବାସ : କୌଣସି ବିଶେଷ ଉଦ୍ଦେଶ୍ୟ କିମ୍ବା କାମନା ପୂର୍ତ୍ତି ପାଇଁ ନିଷ୍କାମ ଭାବେ ଉପବାସ କଲେ ଭଗବାନଙ୍କ କୃପା ପ୍ରାପ୍ତି ହୋଇଥାଏ। ବିଧିପୂର୍ବକ ହେଉଥିବା ସମସ୍ତ ବ୍ରତର ଫଳ ଅବଶ୍ୟ ମିଳିଥାଏ। ଗ୍ରହ ଦୋଷ ନିର୍ବାରଣ ପାଇଁ ସମ୍ବନ୍ଧିତ ଗ୍ରହର ବ୍ରତ କରିବା ଦରକାର।




