ସ୍ୱାସ୍ଥ୍ୟ

ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଖାଆନ୍ତୁ ଏହି ୪ଟି ଜିନିଷ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ନିଜର ଓଜନକୁ ନେଇ ଚିନ୍ତିତ ରହିଛନ୍ତି। ଏହାକୁ କିପରି କମ୍‌ କରିବେ, ତାହାକୁ ନେଇ ଅନେକ ଉପାୟ ମଧ୍ୟ ଆପଣାଉଛନ୍ତି। ବଢୁଥିବା ଓଜନ ଶରୀରର ମେଟାବଲିଜିମକୁ କମ୍‌ କରିବା ସହିତ ଶରୀରକୁ ରୋଗାଗସ୍ତ କରିଥାଏ। ଏମିତିରେ ଆପଣ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଉଚିତ ଏବଂ ଏପରି ଜିନିଷ ସାମିଲ କରିବା ଉଚିତ ଯାହା ଆପଣଙ୍କ ଓଜନ କମାଇବ। ଏମିତି କିଛି ଜିନିଷ ରହିଛି, ଯାହାକୁ ଆପଣ ସକାଳୁ ଉଠି ଖାଇବା ଦ୍ୱାରା ଓଜନ କମ ହୋଇଥାଏ।

ଭିଜା ହୋଇଥିବା ବାଦାମ : ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ବାଦାମ ଖାଇବା ଶରୀର ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏଥିରେ ଥିବା ଆବଶ୍ୟକୀୟ ଭିଟାମିନ ଏବଂ ଖଣିଜ ପଦାର୍ଥ ଶରୀରକୁ ପୁରା ଦିନ ଏନର୍ଜି ଦେଇଥାଏ। ପ୍ରତିଦିନ ସକାଳୁ ୫ରୁ ୧୦ ବାଦାମ ଖାଇବା ଉଚିତ।

alomnd

ଖଜୁରୀ : ଶରୀରକୁ ତତ୍କାଳୀନ ଉର୍ଜା ଦେଇଥାଏ ଖଜୁରୀ। ଖଜୁରୀରେ ଥିବା ଫାଇବର ଆପଣଙ୍କ ପାଚନ ତନ୍ତ୍ରକୁ କମ୍‌ କରିବାରେ ସହାୟକ ହୋଇଥାଏ। ଯଦି ଆପଣଙ୍କ କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତେବେ ନିଜ ଖାଦ୍ୟରେ ନିଶ୍ଚିତ ଖଜୁରୀକୁ ସାମିଲ କରନ୍ତୁ। ଖଜୁରୀରେ ଥିବା ପୋଟାସିୟମ ତତ୍ତ୍ୱ ପେଟ ଏବଂ ତରଳ ଝାଡା ସମସ୍ୟାକୁ ଦୂର କରିଥାଏ।

ଅମୃତଭଣ୍ଡା : ପ୍ରତିଦିନ ସକାଳୁ ଖାଲି ପେଟରେ ପାଚିଲା ଅମୃତଭଣ୍ଡା ଖାଇବା ଉଚିତ। ଏଥିରେ କ୍ଲିଜିଂ ଗୁଣ ଭରି ରହିଥାଏ ଯାହା ଆପଣଙ୍କ ପେଟକୁ ସଫା କରିବାରେ ସହାୟକ ହୋଇଥାଏ। କୋଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ ଅମୃତଭଣ୍ଡା। କିନ୍ତୁ ମନେ ରଖନ୍ତୁ, ଅମୃତଭଣ୍ଡା ଖାଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷ ଖାଇବା ଉଚିତ ନୁହେଁ।

papaya

ଚିୟା ସିଡସ୍‌ : ଏଥିରେ ସଂପୂର୍ଣ୍ଣ ମାତ୍ରାରେ ପ୍ରୋଟିନ ଭରି ରହିଥାଏ। ଏଥିରେ ସମସ୍ତ ୯ଟି ଆବ୍ୟାକୀୟ ଆମିନୋ ଏସିଡ ରହିଛି, ଯାହା ମ୍ୟାଗ୍ନେସିୟମ, ଆଇରନ ଏବଂ ଭିଟାମିନ-ବିରେ ଭରପୂର। ଏହାକୁ ରାତିରେ ପାଣିରେ ଭିଜାଇ ସକାଳୁ ସ୍ମଦି କରି ପିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button