ସ୍ୱାସ୍ଥ୍ୟ

ପାକସ୍ଥଳୀ କର୍କଟ ହେବା ଦ୍ୱାରା ଦେଖାଯାଇଥାଏ ଏହି ଲକ୍ଷଣ , ଅଣଦେଖା କଲେ ଯିବ ଜୀବନ

କୌଣସି ବ୍ୟକ୍ତି କର୍କଟର ନାମ ଶୁଣିବା ମାତ୍ରେ ଭୟରେ କମ୍ପିତ ହୋଇ ଉଠିଥାନ୍ତି। ବାସ୍ତବରେ , କର୍କଟ ଏଭଳି ଏକ ରୋଗ ଅଟେ , ଯାହାର ନାମ ଶୁଣି ଯେକୌଣସି ବ୍ୟକ୍ତି ଭୟଭୀତ ହୋଇଯିବେ। ତେବେ ଏହା ଏଭଳି ଏକ ରୋଗ ଅଟେ , ଯାହା ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ। ତେବେ କୌଣସି ପ୍ରକାରର କର୍କଟ ହେବା ଶରୀର ପାଇଁ କ୍ଷତିକାରକ ଅଟେ। କିନ୍ତୁ ଆଜି ଆମେ ପାକସ୍ଥଳୀ କର୍କଟ ବିଷୟରେ ଆଲୋଚନା କରିବାକୁ ଯାଉଛୁ। ସୂଚନାଯୋଗ୍ୟ ଯେ , ବର୍ତ୍ତମାନ ସମୟରେ ଲୋକମାନଙ୍କର ଦିନଚର୍ଯ୍ୟା ଏଭଳି କିଛି ହୋଇଯାଇଛି ଯେ , ସେମାନଙ୍କୁ ବହୁତ କମ ବୟସରେ ଅନେକ ପ୍ରକାରର ରୋଗ କବଳିତ କରିନେଉଛି।

Google

ଏଭଳି ପରିସ୍ଥିତିରେ ମଣିଷକୁ କର୍କଟ ହେବା ପଛରେ ତାହାର ଜୀବନଶୈଳୀର ବହୁତ ବଡ଼ ହାତ ରହିଛି। ତେବେ ଆପଣଙ୍କୁ କହିରଖୁଛୁ ଯେ , ପାକସ୍ଥଳୀରେ କର୍କଟ ହେବାର ଲକ୍ଷଣକୁ ସହଜରେ ଚିହ୍ନଟ କରାଯାଇପାରିବ। ଯଦି କୌଣସି ବ୍ୟକ୍ତିଙ୍କ ଛାତିରେ ୩ ସପ୍ତାହରୁ ଅଧିକ ଜଳାପୋଡା ହୋଇଥାଏ କିମ୍ବା ତାଙ୍କୁ ଖାଦ୍ୟ ଗିଳିବାରେ ଅସୁବିଧା ହେଉଛି , ତେବେ ଏହାକୁ ଆପଣଙ୍କୁ ନିଶ୍ଚିତ ଭାବରେ ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ। ତେବେ ଅଧିକାଂଶ ଲୋକ ଏହାର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଜାଣନ୍ତି ନାହିଁ। ଯେଉଁ କାରଣରୁ ସେମାନଙ୍କ ପାକସ୍ଥଳୀର କର୍କଟ ବଢି ଯାଇଥାଏ। ସୂଚନାଯୋଗ୍ୟ ଯେ , ପାକସ୍ଥଳୀ କର୍କଟକୁ ଯେତେ ଶୀଘ୍ର ଚିହ୍ନଟ କରିନିଆଯିବ , ତାହାର ଚିକିତ୍ସା କରିବା ସେତେ ସହଜ ହୋଇଯିବ।

ତେବେ ଆପଣଙ୍କୁ କହିରଖୁଛୁ ଯେ , କେବେ କେବେ ପାକସ୍ଥଳୀ କର୍କଟର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ଅତ୍ୟନ୍ତ ସହଜ ହୋଇଯାଏ। ଯେପରିକି ତିନି ସପ୍ତାହରୁ ଅଧିକ ବଦହଜମି ହେବା , ଖାଦ୍ୟ ଗିଳିବାରେ ଅସୁବିଧା ହେବା , ବିନା କୌଣସି କାରଣରେ ଓଜନ କମ ହେବା , ଅଧିକ ହାକୁଟି ଆସିବା କିମ୍ବା ଖାଦ୍ୟ ଖାଇବା ସମୟରେ ପେଟ ଶୀଘ୍ର ଭରି ଯିବା , ବାନ୍ତି ଲାଗିବା କିମ୍ବା ପେଟର ଉପର ଅଂଶରେ ଯନ୍ତ୍ରଣା ହେବା କିମ୍ବା ଅସୁବିଧା ଅନୁଭବ ହେବା ଆଦି ପାକସ୍ଥଳୀ କର୍କଟର ଲକ୍ଷଣ ହୋଇଥାଏ। ଏହାବ୍ୟତୀତ ଏକ ଗବେଷଣା ଅନୁଯାୟୀ , ଏହା ମଧ୍ୟ ଅନୁସନ୍ଧାନ କରାଯାଇଛି ଯେ , ଲୋକମାନେ ପାକସ୍ଥଳୀ କର୍କଟର ପ୍ରାରମ୍ଭିକ ଲକ୍ଷଣ ଉପରେ କାହିଁକି ଧ୍ୟାନ ଦିଅନ୍ତି ନାହିଁ। ବାସ୍ତବରେ କିଛି ଲୋକ କର୍କଟର ସ୍ପଷ୍ଟୀକରଣ କରିବାକୁ ଭୟ କରିଥାନ୍ତି। ଯେଉଁ କାରଣରୁ ସେମାନେ ଏହାର ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତି ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button