ଜ୍ୟୋତିଷ

ଶ୍ରାବଣରେ ମହିଳାମାନେ ଭୁଲ୍‌ରେ ମଧ୍ୟ କରନ୍ତୁ ନାହିଁ ଏହି ୧୨ଟି କାମ, ନଚେତ୍‌ ଭୋଗିବେ ଏମିତି ଅବସ୍ଥା

ଆଜିଠାରୁ ଆରମ୍ଭ ହେଉଛି ଶ୍ରାବଣ ବ୍ରତ। ଏହି ଦିନ ଭଗବାନ ଶିବଙ୍କୁ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିବା ଦ୍ୱାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଅବିବାହିତ ଯୁବତୀଙ୍କୁ ମନ ମୁତାବକ ବର ପାଇବା ସହିତ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁଷ ଏବଂ ବୈବାହିକ ଜୀବନ ପାଇଁ ଏହି ବ୍ରତ କରିପାରିବେ। କିନ୍ତୁ ଏହି ବ୍ରତ କରିବା ସମୟରେ କିଛି କଥାକୁ ଧ୍ୟାନରେ ରଖିବା ନିତାନ୍ତ ଜରୁରୀ ହୋଇଥାଏ। କିନ୍ତୁ ଏପରି କରିବା ସମ୍ଭବ, ଯେତେବେଳେ ଆପଣ ସବୁ ନିୟମକୁ ପାଳନ କରିବେ। ଆସନ୍ତୁ ଜାଣିବା, ବ୍ରତ କରିବା ସମୟରେ କେଉଁ ନିୟମ ସବୁ ପାଳନ କରିବେ….

ଶ୍ରାବଣ ମାସରେ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ୍‌

shiba 1

– ଧାର୍ମିକ ମାନ୍ୟତା ଅନୁସାରେ, ମହିଳମାନେ ଏହି ମାସରେ ଶିବଲିଙ୍ଗକୁ ଛୁଇଁବା ମନା। ଏପରି କରିବା ଦ୍ୱାରା ମାତା ପାର୍ବତୀ କ୍ରୋଧିତ ହୋଇଯାଆନ୍ତି। ମହିଳାମାନେ ଶିବଲିଙ୍ଗକୁ ପୂଜା କରିପାରିବେ କିନ୍ତୁ ନ ଛୁଇଁ।

– ମନ୍ଦିର ଯିବା ସମୟରେ କେଶ କେବେ ବି ମୁକୁଳା କରନ୍ତୁ ନାହିଁ। ଏମିତି କଲେ ପରିବାର କଳହ ସହିତ ନକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ରହିଛି କି, ବିବାହ ସମୟରେ ମାତା ସୀତାଙ୍କ ମା’ ସବୁବେଳେ କେଶ ବାନ୍ଧି ରଖିବା ପାଇଁ କହିଥିଲେ। ବନ୍ଧା ହୋଇଥିବା କେଶ ସବୁବେଳେ ସମ୍ପର୍କକୁ ବାନ୍ଧି ରଖିଥାଏ।

shiba

– କୁହାଯାଏ, ହଳଦୀ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ। କିନ୍ତୁ ଭଗବାନ ଶିବଙ୍କୁ ହଳଦୀ ଲଗାଇବା ଅଶୁଭ। ପୂଜା ସମୟରେ ଶିବଙ୍କୁ ଭାଙ୍ଗ, ଦଦୁରା, ବେଲପତ୍ର, ଧଳା ଫୁଲ, ମହୁ ଏବଂ ଫଳ ଇତ୍ୟାଦି ଅର୍ପଣ କରିପାରିବେ।

– କେବଳ ବ୍ରତ ସମୟରେ ନୁହେଁ, ଘରର ମହିଳାମନେ କେବେ ବି ରାଗିବା ଉଚିତ ନୁହେଁ। ନିଜର କଥା ଉପରେ ମହିଳାମାନେ ସଞ୍ଜମତା ରଖିବା ଉଚିତ। ଏମିତି କଲେ ପରିବାରରେ ସର୍ବଦା ସୁଖ- ସମୃଦ୍ଧି ଲାଗି ରହିଥାଏ।

– ପୌରାଣିକ କଥା ମୁତାବକ, ଶ୍ରାବଣ ମାସରେ ଭଗବାନ ଶିବ ପୃଥିବୀରେ ରୁହନ୍ତି ଏଥିପାଇଁ ସବୁଆଡେ ପରିଷ୍କାର ରଖିବା ଉଚିତ।

shiva

– ଶ୍ରାବଣ ମାସରେ ମାଂସ, ମଦ, ବାଇଗଣ, ଆଖୁରସ, ଗୋଲମରିଚ ଖାଇବା ଉଚିତ ନୁହେଁ।

– ବ୍ରତ ରଖିବା ସମୟରେ ବିଲକୁଲ ମଧ୍ୟ ଶୋଇବା ଉଚିତ ନୁହେଁ। ଏମିତି କଲେ ଶିବଙ୍କ ପ୍ରତି ଅପମାନ ବୋଲି ଧରାଯାଏ। ଆପଣ ଦିନରେ ନ ଶୋଇ ଭଗବାନ ଶିବଙ୍କ ଆରାଧନା କରିବା ଉଚିତ।

– ବ୍ରତ ରଖିବା ସମୟରେ ମହିଳାମାନେ ନଖ କିମ୍ବା କେଶ କାଟିବା ଅନୁଚିତ। ଏହାଛଡା ପୁରୁଷମାନେ ମଧ୍ୟ ଦାଢି କାଟିବା ଅନୁଚିତ।

– ମହିଳାମାନେ ମାସିକ ଋତୁସ୍ରାବ ସମୟରେ ୭ ଦିନ ପର୍ଯ୍ୟନ୍ତ ପୂଜା କରିବା ଉଚିତ ନୁହେଁ।

girl

– ବ୍ରତ କରିବା ସମୟରେ କେବେ ବି କାହାର ଅପମାନ କରନ୍ତୁ ନାହିଁ। ଏହାଛଡା ସବୁଦିନ ସକାଳୁ ବଡ ଗୁରୁଜନଙ୍କ ପାଦ ଛୁଇଁ ପ୍ରଣାମ କରିବା ଉଚିତ।

– ବ୍ରତ ରଖିବା ସମୟରେ କଳା କପଡା ପିନ୍ଧିବା ଉଚିତ ନୁହେଁ। ଏମିତି କଲେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

– ଏହି ସମୟରେ ଗଛ କାଟିବା ଅନୁଚିତ। ପରିବେଶ ପ୍ରିୟ ଶିବଙ୍କୁ ଏହା ବିଲକୁଲ ପସନ୍ଦ ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button