ସ୍ୱାସ୍ଥ୍ୟ

ବ୍ଲଡପ୍ରେସର କମ୍‌ କରିବା ସହିତ ଇମ୍ୟୁନ ସିଷ୍ଟମକୁ ମଜବୁତ କରେ ଅଙ୍ଗୁର, ଶରୀରକୁ ଦିଏ ଅନେକ ଫାଇଦା

ଗରମ ଦିନରେ ନିଜକୁ ସୁସ୍ଥ ରଖିବା ପାଇଁ ଆପଣ ଖାଦ୍ୟଶୈଳୀରେ ଅନେକ ପରିବର୍ତ୍ତନ କରିଥାନ୍ତି। ଆପଣଙ୍କ ଖାଦ୍ୟରେ ଏପରି ଅନେକ କିଛି ପଦାର୍ଥ ସାମିଲ କରନ୍ତି, ଯାହା ଆପଣଙ୍କ ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଏପରି ଫଳ ବିଷୟରେ ଜଣାଇବୁ, ଯାହା ଯୋଗୁଁ ଗରମ ଦିନରେ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବା ସହ ଶରୀରରେ ପାଣିର ଅଭାବ ରହିବ ନାହିଁ। ଶରୀରକୁ ପ୍ରଚୁର ପାଣି ଯୋଗାଉଥିବା ଫଳ ହେଉଛି ଅଙ୍ଗୁର। ଯାହାକୁ ଖାଇବା ଦ୍ୱାରା ଗରମ ଦିନରେ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କ’ଣ ସବୁ ଲାଭ ଦେଇଥାଏ ଅଙ୍ଗୁର…

– ଅଙ୍ଗୁରରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଯାହା ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିଥାଏ।

anguru

– ଗରମରେ ତ୍ୱଚା ବହୁତ ରୁକ୍ଷ ହୋଇଯାଏ। ଅଙ୍ଗୁରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତ୍ୱଚାକୁ ଉଜ୍ୱଳ କରିବାରେ ସହାୟକ ହୋଇଥାଏ।

– ଅଙ୍ଗୁର ଖାଇବା ଦ୍ୱାରା କ୍ୟାନସର ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଆଣ୍ଟି କ୍ୟାନସର ଗୁଣ ତ୍ୱଚାର ଉଜ୍ୱଳତା ବଢାଇଥାଏ।

– ଅଙ୍ଗୁରରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥାଏ, ଯାହା ବ୍ଲଡପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ। ଗରମରେ ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ଅଙ୍ଗୁର ଖାଆନ୍ତୁ।

Grape-Juice

– ଏହାଛଡା ଅଙ୍ଗୁର ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବର ନିୟନ୍ତ୍ରଣରେ ରହିଥାଏ। ଏକ ରିସର୍ଚ୍ଚ ମୁତାବକ, ଅଙ୍ଗୁର ଖାଇବା ଦ୍ୱାରା ଡାଇବେଟିସର ଭୟ ରହିନଥାଏ।

– ଅଙ୍ଗୁର ଖାଇଲେ ଦୃଷ୍ଟିଶକ୍ତି ବଢିଥାଏ। ଏଥିରେ ଥିବା ବିଶେଷ କେମିକାଲ ଯାହା ଆଖି ପାଇଁ ଫାଇଦା ଯୋଗାଇଥାଏ।

– ଅଙ୍ଗୁର ଆପଣ ଜୁସ୍‌ କରି ମଧ୍ୟ ପିଇପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button