ଦେଶ- ବିଦେଶ

ଶୀଘ୍ର ମା’ ହେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ, ମାସକ ମଧ୍ୟରେ ପୂରଣ ହେବ ସ୍ୱପ୍ନ

ବିବାହ ପରେ ସବୁ ମହିଳାଙ୍କ ସ୍ୱପ୍ନ ଥାଏ ମା’ ହେବା। ମାତ୍ର ବେଳେବେଳେ କିଛି ମହିଳା ବିବାହର ଦୀର୍ଘ ବର୍ଷ ପରେ ବି ସନ୍ତାନ ସୁଖ ପାଇପାରିନାହାନ୍ତି। ଏହା ପଛରେ ଅନେକ କାରଣ ରହିଛି। କିନ୍ତୁ ଯଦି କେତେକ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଧ୍ୟାନ ଦେବେ ତେବେ ଗର୍ଭଧାରଣର ସମ୍ଭାବନା ବହୁ ଗୁଣ ବଢ଼ିଯାଏ। ଆସନ୍ତୁ ଜାଣିବା ଶୀଘ୍ର ଗର୍ଭଧାରଣ କରିବାର କେତେକ ଟିପ୍ସ…

How to Get Pregnant Fast

  • ମହିଳାମାନେ ମାସିକ ଧର୍ମର ଷଷ୍ଠ ଦିନରେ ସମ୍ଭୋଗ କଲେ ଗର୍ଭଧାରଣର ସମ୍ଭାବନା ଅଧିକ ରହିଥାଏ। ଏହି ସୁଯୋଗ ଆଗାମୀ ୧୧ ଦିନ ରହିଥାଏ। ଏହି ଦିନରେ ଶାରୀରିକ ସମ୍ପର୍କ ରଖିଲେ ମହିଳା ଜଲଦି ଗର୍ଭବତୀ ହୋଇଥାନ୍ତି।
  • ଏକ ରିସର୍ଚ୍ଚ ମୁତାବକ ଯେଉଁ ମହିଳା ସହବାସ ବେଳେ ଅର୍ଗାଜମ୍‌ ଅନୁଭବ କରିଥାନ୍ତି ସେମାନଙ୍କର ଗର୍ଭଧାରଣର କ୍ଷମତା ଅଧିକ ରହିଥାଏ। ଏଣୁ ସମ୍ବନ୍ଧ ବେଳେ ପୁରୁଷମାନେ କେବଳ ନିଜର ନୁହେଁ ପାର୍ଟନର ବି ଅର୍ଗାଜମ୍‌ଙ୍କୁ ଗୁରୁତ୍ୱ ଦେବା ଉଚିତ୍‌। ଅର୍ଗାଜମ୍‌ ବେଳେ ଶୁକ୍ରାଣୁ ଅଧିକ ସମୟ ଯାଏଁ ଜୀବିତ ରହିଥାଏ।

 

  • ଗର୍ଭଧାରଣ ପାଇଁ ଏକ ସଠିକ୍‌ ବୟସ ରହିଛି। ୨୨ରୁ ୩୦ ବର୍ଷ ମଧ୍ୟରେ ଗର୍ଭଧାରଣ କରିବା ସବୁଠୁ ଭଲ ବୋଲି କୁହାଯାଏ। ଏହି ବୟସ ମଧ୍ୟରେ ଜଲଦି ଗର୍ଭଧାରଣ କରିହୁଏ।
  • ଓଜନକୁ ନିୟନ୍ତ୍ରିତ ରଖନ୍ତୁ। ଅଧିକ ଓଜନ ମଧ୍ୟ ବେଳେ ଗର୍ଭଧାରଣ ପାଇଁ ସମସ୍ୟା ସୃଷ୍ଟି କରିଥାଏ।
  • ବାହାରର ଫାଷ୍ଟଫୁଡକୁ ଛାଡ଼ି ଘର ତିଆରି ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଯେତେ ପାରୁଛନ୍ତି ସେତେ ଫାଇଭରଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା କନ୍‌ସିଭ୍‌ର ପାଓ୍ଵାର ବଢ଼ିଥାଏ।

 

  • ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ଏହା ଦ୍ୱାରା ଶରୀର ଫିଟ୍‌ ରହିବା ସହ ଇଷ୍ଟ୍ରୋଜେନ୍‌ ମଧ୍ୟ ଠିକ୍‌ ପରିମାଣରେ କ୍ଷରିତ ହୋଇଥାଏ।
  • ପ୍ରଚୁର ପରିମାଣରେ ଫୋଲିକ୍‌ ଏସିଡ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button