ରାଜ୍ୟ

ହ୍ୟାଣ୍ଡ ଓ୍ଵାଶ୍‌ ଓ ସାନିଟାଇଜର ଯୋଗୁ ହାତ ଖରାପ ହେଉଥିଲେ ଆପଣାନ୍ତୁ ଏସବୁ ଘରୋଇ ଉପାୟ

କରୋନା ଭାଇରସ୍‌ ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ବାରମ୍ବାର ହାତ ଧୋଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ହ୍ୟାଣ୍ଡ ଓ୍ଵାଶ୍‌ କିମ୍ବା ସାନିଟାଇଜର ବ୍ୟବହାର କରିବା ଉପରେ ଏବେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି। ଏହା ଦ୍ୱାରା କରୋନାରୁ ସିନା ମୁକ୍ତି ମିଳିଯିବ କିନ୍ତୁ ତ୍ୱଚା ଉପରେ ଏହାର କୁପ୍ରଭାବ ପଡ଼ୁଛି। ବାରମ୍ବାର କେମିକାଲ ଯୁକ୍ତ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ତ୍ୱଚାର ତୈଳଗ୍ରନ୍ଥି ନଷ୍ଟ ହେଉଛି। ଫଳରେ ହାତ ଶୁଷ୍କ ହୋଇଯାଉଛି। ଏଭଳି ସ୍ଥିତିରେ କେତେକ ଘରୋଇ ଉପାୟ ଆପଣାଇ ଆପଣ ହାତର ସୁନ୍ଦରତା ବଢ଼ାଇପାରିବେ। ଆସନ୍ତୁ ଜାଣିବା କେମିତି…

Dermatitis: Symptoms, Causes, Diagnosis, and Treatment

  • ହାତକୁ ମଶ୍ଚରାଇଜ ରଖିବା ପାଇଁ ମଶ୍ଚରାଇଜର ବ୍ୟବହାର କରନ୍ତୁ। ଗାଧୋଇବା ବେଳେ ହାତରେ ତେଲ ଲଗାଇ ମସାଜ୍‌ କରନ୍ତୁ। ମସାଜ ପାଇଁ ଅଲିଭ୍‌ ଅଏଲ ଖୁବ୍‌ ଉତ୍ତମ ହୋଇଥାଏ।
  • ଆପଣ ଚାହିଁଲେ ବଡି ଲୋସନ୍‌ ମଧ୍ୟ ବ୍ୟବହାର କରିପାରିବେ। ଏହା ଦ୍ୱାରା ଆର୍ଦ୍ରତା ବଜାୟ ରହେ।
  • ବେସନ, ଦହି ଓ ହଳଦୀକୁୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ହାତରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ହାତକୁ ହାଲ୍‌କା ରଗଡ଼ି ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ତିନି ଥର ଏଭଳି କରିବା ଦ୍ୱାରା ତ୍ୱଚା ମୁଲାୟମ ରହେ।

Dry hands: Home remedies and causes

  • ହାତ ଶୁଷ୍କ ହୋଇଯାଇଥିଲେ ଏକ ଚାମଚ ଗ୍ଲିସରିନ୍‌କୁ ୧୦୦ ମିଲିଲିଟର ଗୋଲାପ ଜଳରେ ମିଶାଇ ହାତରେ ଲଗାନ୍ତୁ। ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ।
  • ଅଧିକ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ହାତର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଘଟିଥାଏ। ଏଥିପାଇଁ ଅଳ୍ପ ଚିନିରେ ଲେମ୍ବୁ ରସ ମିଶାଇ ହାତରେ ହାଲକା ମାଲିସ କରନ୍ତୁ। ପରେ ଉଷୁମ ପାଣିରେ ହାତ ଧୋଇ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚାରେ ଚମକ ଆସେ।
  • ହାତକୁ ଧୋଇ ସାରିବା ପରେ ଅଳ୍ପ ନଡ଼ିଆ ତେଲ କିମ୍ବା ବାଦାମ ତେଲ ଲଗାଇବା ଦ୍ୱାରା ମଧ୍ୟ ତ୍ୱଚା କୋମଳ ରହିଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button