ଅଧିକ ମଦ ପିଇଲେ ଇମ୍ୟୁନିଟି ସିଷ୍ଟମ ହୋଇପାରେ ଖରାପ, ବଢିପାରେ ବିପଦ

୪୦ ଦିନ ପରେ ମଦ ଦୋକାନ ଖୋଲିବା ପରେ ଅବସ୍ଥା କ’ଣ ହେଲା ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। ଅନେକ ଦିନର ଅବଧି ପରେ ଲୋକେ ପାଗଳଙ୍କ ପରି ମଦ ଦୋକାନକୁ ଦୌଡିଥିଲେ। ସମସ୍ତେ ଜାଣିଛନ୍ତି, ମଦ ପିଇବା ଶରୀର ପାଇଁ କ୍ଷତିକାରକ। କିନ୍ତୁ ପୂର୍ବରୁ ଖବର ଆସିଥିଲା କି, ମଦ କରୋନାକୁ ମାତ୍ ଦେବାରେ ସକ୍ଷମ। କିନ୍ତୁ ଅଧିକ ମଦ ପିଇବା ଯେ ଶରୀରର ଇମ୍ୟୁନିଟ ସିଷ୍ଟମକୁ ଖରାପ କରିଦିଏ, ହୁଏତ ତାହା ଆପଣ ଜାଣିନଥିବେ। ଆଲକହଲର ଶରୀରର ଇମ୍ୟୁନିଟ ସିଷ୍ଟମକୁ ପ୍ରଭାବିତ କରିଥାଏ। ଏଥିପାଇଁ ଆପଣ ଯଦି ମଦ ପିଉଥାନ୍ତି, ତେବେ ଖୁବଶୀଘ୍ର ଆପଣ କରୋନା ଆକ୍ରାନ୍ତ ହୋଇପାରନ୍ତି ବୋଲି ରିସର୍ଚ୍ଚରୁ ଜଣାପଡିଛି।

ଚିକିତ୍ସକଙ୍କ ମୁତାବକ, ଆଲକହଲ ପିଇବା ମାତ୍ରେ ଶରୀରରେ ପ୍ରୋଟିନ ଏବଂ କୋଷିକାରେ ପହଞ୍ଚିଥାଏ। ଏଥିରେ ବିଷାକ୍ତ ରସାୟନ ଦ୍ୱାରା ଶରୀରକୁ ଫାଇଦା ଦେଉଥିବା ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା କମିଯାଏ। ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଏ। ଏଥିପାଇଁ ରୋଗ ସଂକ୍ରମଣର ବିପଦ ବଢିଯାଏ। ମଦ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହିତ ଇମ୍ୟୁନିଟିକୁ ମଧ୍ୟ ଦୁର୍ବଳ କରିଦିଏ।

ନିୟମିତ ଏବଂ ଅଧିକ ମାତ୍ରାରେ ମଦ ପିଇବା ଦ୍ୱାରା ଲିଭର ସମସ୍ୟା ମଧ୍ୟ ହେବାକୁ ଲାଗିଥାଏ। ଅତ୍ୟାଧିକ ମାତ୍ରାରେ ଆଲକହଲ ପିଇବା ଦ୍ୱରା ଫୁସଫୁସ ଏବଂ ଶ୍ୱସନ ତନ୍ତ୍ରକୁ ଦୁର୍ବଳ କରିଦିଏ। କରୋନ ଭାଇରସ ପ୍ରଥମେ ଫୁସଫୁସକୁ ଆକ୍ରାନ୍ତ କରିଥାଏ। ତେଣୁ ଅତ୍ୟଧିକ ମଦ ପିଇବା ଦ୍ୱାରା କରୋନା ସକଂମ୍ରଣ ହେବାର ଅଧିକ ଆଶଙ୍କା ରହିଥାଏ। ଯେଉଁମାନେ ଅତ୍ୟଧିକ ମଦ ପିଉଛନ୍ତି, ସେମାନେ ସାମାନ୍ୟ ଲୋକଙ୍କ ତୁଳନାରେ ୪୫ ପ୍ରତିଶତ ଅଧିକ ସମୟ ଭଲ ହେବାକୁ ଲାଗିଥାଏ।




