ସ୍ୱାସ୍ଥ୍ୟ

ରାତିରେ ଆଦୌ ଖାଆନ୍ତୁନି ଖଟା ଫଳ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ଫଳ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ମିନେରାଲସ ଓ ପୌଷ୍ଟିକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ତଥା ନିରୋଗ ରଖେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳକୁ ଠିକ ସମୟରେ ଖାଇବା ଦ୍ୱାରା ଲାଭ ମିଳୁଥିବା ବେଳେ ଅବେଳରେ ଖାଇଲେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ। ଖାସ୍ କରି କେତେକ ନିର୍ଦ୍ଦିଷ୍ଟ ଫଳକୁ ରାତିରେ ଖାଇବା ଅନୁଚିତ। ଏହା ଦେହ ଖରାପ କରିପାରେ।

ଏକ୍ସପର୍ଟଙ୍କ କହିବାନୁସାରେ ରାତିରେ ଭିଟାମିନ ସି ଯୁକ୍ତ ଖଟା ଫଳ ଖାଇବା ଅନୁଚିତ। ଲେମ୍ବୁ, କମଳା, ଆତାପି ଆଦି ଖଟା ଫଳ ଖାଇବା ଦ୍ୱାରା ଏସିଡିଟି ହୋଇଥାଏ। ରାତିରେ ଖାଇବା ପୂର୍ବରୁ ଖଟା ଫଳ ଖାଇଲେ ଏହି ସମସ୍ୟା ବଢିଯାଏ। ଫଳରେ ଗ୍ୟାସ, ଅମ୍ଳ, ଏସିଡିଟି ଓ ପେଟ ସମ୍ବନ୍ଧୀୟ ରୋଗ ଦେଖାଯାଏ। ଏଣୁ ରାତିରେ ଆଦୌ ଖଟା ଫଳ ସେବନ କରନ୍ତୁ ନାହିଁ।

 

ରାତିରେ ଖଟା ଫଳ ସେବନର ଦ୍ୱାରା ଦେଖାଯାଏ ଏସବୁ ସମସ୍ୟା:

  • କାଶ ଓ ଗଳା ପୀଡ଼ା ହୁଏ।
  • କଫ ଜମା ହୋଇ ନିଃଶ୍ୱାସ ନେବାରେ ସମସ୍ୟା ଦେଖାଯାଏ।
  • ଶୋଇବା ପୂର୍ବରୁ ଭିଟାମିନ ସି ସେବନ କଲେ ନିଦ ହେବାରେ ଅସୁବିଧା ହୁଏ।
  • ରାତିରେ ଅମ୍ଳ ଜାତୀୟ ଫଳ ସେବନ ଦ୍ୱାରା ଓଜନ କମିବାରେ ସମସ୍ୟା ଦେଖାଦିଏ।
  • ଖଟା ଜାତୀୟ ଫଳ ସେବନ ଦ୍ୱାରା ଶରୀରରେ ପାଣିର ପରିମାଣ ବଢ଼ିଯାଏ, ଫଳରେ ବାରମ୍ବାର ପରିସ୍ରା ଲାଗେ।
  • ଆୟୁର୍ବେଦ ଅନୁସାରେ ରାତିରେ ଖଟା ଫଳ ସେବନ କଲେ ବାତ ଦୋଷ ବଢେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button