ସ୍ୱାସ୍ଥ୍ୟ

ଆପଣ ପରିସ୍ରା କରୁଥିବା ସମୟରେ କେବେବି ବି କରନ୍ତୁ ନାହିଁ ଏହି ସବୁ ଭୁଲ, ନ ହେଲେ ଭୋଗିବାକୁ ପଡିବ ଏମିତି ପରିଣାମ

ବ୍ୟକ୍ତି ଯେତେବେଳେ ପରିସ୍ରା କରିଥାଏ ତେବେ ବ୍ୟକ୍ତି ଏମିତି ବହୁତ ଭୁଲ କରିଥାଏ ଯାହା ଦ୍ଵାରା ସେ ପୂରାପୂରି ଅଜଣା ଥାଏ ତାଙ୍କ ଦ୍ଵାରା କରାଯାଉଥିବା ଏହି ଭୁଲ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ କେତେ ଖରାପ ପ୍ରଭାବ ପକାଇଥାଏ ବୋଧେ ଏହି କଥାର ଅନ୍ଦାଜ ବି ସେମାନେ ଲଗାଇ ପାରିବେ ନାହିଁ । ଏହାକୁ ଧ୍ୟାନ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ଭୁଲ ବିଷୟରେ କହିବାକୁ ଯାଉଛୁ । ଯେଉଁ କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡୁଛୁ ।

ଆସନ୍ତୁ ଜାଣିବା ପରିସ୍ରା ସହ ଜଡିତ ଏହି ସମସ୍ତ ଭୁଲ କଣ କଣ ଅଟେ

ଅପରିଷ୍କାର ବାଥରୁମମ ବ୍ୟବହାର କରିବା

ଆପଣ ଏହି କଥାର ଧ୍ୟାନ ରଖିବେ କି ଅପରିଷ୍କାର ସ୍ଥାନରେ ପରିସ୍ରା କରନ୍ତୁ ନାହିଁ । କହିବାକୁ ଗଲେ ଏହି କଥା ପ୍ରତି ମହିଳାମାନଙ୍କୁ ଅଧିକ ଧ୍ୟାନ ରଖିବା ଉଚିତ । ପରିସ୍ରା କରିବା ପୂର୍ବରୁ ସେହି ସ୍ଥାନକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ । ଯଦି ଆପଣ ଅପରିଷ୍କାର ସ୍ଥାନରେ ପରିସ୍ରା କରୁଛନ୍ତି ତେବେ ଯୂରିନ ଇନ୍ଫେକ୍ଶନ ହୋଇପାରେ । ଏହା ଛଡା ବି ଅନ୍ୟ ପ୍ରକାରର ରୋଗ ବି ହୋଇପାରେ ।

ପରିସ୍ରା ଆସିଲେ ତାହାକୁ ଅଟକାନ୍ତୁ ନାହିଁ

ପ୍ରାୟତଃ ବ୍ୟକ୍ତିମାନଙ୍କର ଏହି ଅଭ୍ୟାସ ଅଛି କି ସେମାନେ ନିଜ କାମରେ ଏତେ ବ୍ୟସ୍ତ ରହିଥାନ୍ତି କି ପରିସ୍ରା ଆସିଲେ ବି ତାହାକୁ ଅଧିକ ସମୟ ପର୍ଯ୍ୟନ୍ତ ରୋକୀ ଦିଅନ୍ତି । କିନ୍ତୁ ସେମାନଙ୍କର ଏହି ଛୋଟ ଛୋଟ ଭୁଲ ହିଁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଓ କିଡନୀ ଉପରେ ଖରାପ ପ୍ରଭାବ ପକାଇ ଥାଏ । ସେଥିପାଇଁ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ରୋକନ୍ତୁ ନାହିଁ ।

ପରିସ୍ରାରେ ଅଧିକ ଫେଣ

ଯେତେବେଳ ଆପଣଙ୍କର ପରିସ୍ରା କରୁଛନ୍ତି ତେବେ ଆପଣଙ୍କୁ ଲାଗୁଛି କି ଆପଣଙ୍କର ପରିସ୍ରାରେ ସାମାନ୍ୟରୁ ଅଧିକ ଫେଣ ହେଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ଏହା ବିଭିନ୍ନ ରୋଗର ସଂକେତ ହୋଇପାରେ ।

ପରିସ୍ରାରେ ଦୁର୍ଗନ୍ଧ ଆସିବା

ଯଦି ଆପଣଙ୍କର ପରିସ୍ରାରେ ଲଗାତାର ଅଧିକ ଦୁର୍ଗନ୍ଧ ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ଓ ସମୟ ଭିତରେ ଏହାର ଚିକିସ୍ଛା କରାନ୍ତୁ ।

ପାଣିର କମ ସେବନ

ଏକ ସାମାନ୍ୟ ବ୍ୟକ୍ତିକୁ ସବୁଦିନ କମ ରୁ କମ ୪ ଲିଟର ପାଣିର ସେବନ କରିବା ଉଚିତ । ଏହା ଦ୍ଵାରା ଆମ ଶରୀର ଭଲ ଭାବରେ ସଫା ହୋଇପାରିବ । ଯେଉଁ କାରଣରୁ ଆପଣ କେତେକ ଗମ୍ଭୀର ରୋଗରୁ ବଞ୍ଚି ଯିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button